Videos
|
National

ଶିବଙ୍କୁ କାହିଁକି ଅଧିକ ଗରମ ହୁଏ?

Arpita Mohanty
Browse all articles by Arpita Mohanty
·2 years ago·2 min read
ଶିବଙ୍କୁ କାହିଁକି ଅଧିକ ଗରମ ହୁଏ?

Key Points

  • ବାବା ମହାକାଳଙ୍କୁ ବି ଗରମ ହୁଏ
  • ୧୧ଟି ନଦୀର ପାଣିରେ ୬୦ ଦିନ ପର୍ଯ୍ୟନ୍ତ ଗାଧାନ୍ତି ବାବା
  • ବାବାଙ୍କ ଶରୀର ଥଣ୍ଡା ରହିଲେ ଭକ୍ତ ସୁସ୍ଥ ରହିବେ

ଅର୍ଗସ ବ୍ୟୁରୋ : ଗରମରୁ ଆଉ ତ୍ରାହି ନାହିଁ। ଦିନକୁ ଦିନ ତାପମାତ୍ରା ବଢ଼ୁଛି ପଛେ କମିବାର ନାଁ ଧରୁନି। ସ୍ବୟଂ ଭଗବାନ ବି ସୂର୍ଯ୍ୟଙ୍କ ପ୍ରକୋପରୁ ବାଦ ପଡ଼ିନାହାନ୍ତି। ତାଙ୍କ ପାଇଁ ବି ଏ ଗରମ ଅସମ୍ଭାଳ। ସେଥିପାଇଁ ସିଏ ଲଗାତାର ୬୦ ଦିନ ଗାଧୋଉଛନ୍ତି । ଗୋଟିଏ କି ଦୁଇଟି ନଦୀ ନୁହେଁ ବରଂ ୧୧ଟି ନଦୀର ପାଣିରେ ଗାଧୋଉଛନ୍ତି ବାବା। ଏହା ବିଶ୍ବାସ ରହିଛି ଯେ ବାବାଙ୍କ ଶରୀର ଥଣ୍ଡା ହେଲେ ଆଉ କିଛି ରୋଗ ହେବନାହିଁ। ବାବାଙ୍କୁ ଯେତେ ଗରମ ହେବ ସେତେ ରୋଗରେ ପଡ଼ିବେ ଭକ୍ତ। ସେଥିପାଇଁ ବାବାଙ୍କୁ ଶୀତଳ କରିବାକୁ ନଦୀର ପାଣି ଢଳାଯାଏ। 

ମଧ୍ୟ ପ୍ରଦେଶ, ଉଜ୍ଜୈନରେ ଥିବା ବାବା ମହାକାଳେଶ୍ବର ଜୋର୍ତିଲିଙ୍ଗ ଧାମ ବିଶ୍ବପ୍ରସିଦ୍ଧ ଅଟେ। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମଣିଷ ଭଳି ତାଙ୍କର ସବୁ କର୍ମ ହୋଇଥାଏ। ତାଙ୍କୁ ଗରମ ବି ହୁଏ। ପୂଜାରୀଙ୍କ କହିବା ଅନୁସାରେ ସବୁ ଦେବତାଙ୍କଠୁ ଶିବଙ୍କୁ ଅଧିକ ଗରମ ହୁଏ କାରଣ ଶିବ ଏକ ମାତ୍ର ଭଗବାନ ଯିଏ ତାଙ୍କ କଣ୍ଠରେ ବିଷ ଧାରଣ କରିଥିଲେ। ସେଥିପାଇଁ ତାଙ୍କୁ ଅଧିକ ଗରମ ହୁଏ। ଆଉ ସେଥିପାଇଁ ସିଏ କୈଳାସରେ ବାସ କରନ୍ତି।

 

ବୈଶାଖ ମାସର ଆଗମନରୁ ଜ୍ୟେଷ୍ଠ ମାସର ଶେଷ ପର୍ଯ୍ୟନ୍ତ ଏହି ପରମ୍ପରା ଲାଗିରହିଥାଏ। ଏହି ଦୁଇ ମାସରେ ଗରମର ପ୍ରକୋପ ଅଧିକ ହୋଇଥିବାରୁ ବାବାଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ମସ୍ତକ ଉପରେ ୧୧ଟି ନଦୀର ଜଳକୁ ୧୧ଟି ମାଠିଆରେ ରଖି ଅର୍ପଣ କରାଯାଇଥାଏ। ଏହି ନଦୀମାନେ ହେଲେ ଗଙ୍ଗା, ସିନ୍ଧୁ, ସରସ୍ୱତୀ, ଯମୁନା, ଗୋଦାବରୀ , ନର୍ମଦା, କାବେରୀ, ଶରାୟୁ , ଶିପ୍ରା ,ଗଣ୍ଡକୀ,। ବିଶ୍ବାସ ଯେ ସବୁ ତୀର୍ଥର ଜଳ ଭଗବାନଙ୍କ ଉପରେ ଚଢ଼ାଇବା ଦ୍ବାରା ସମସ୍ତଙ୍କ ମଙ୍ଗଳ ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିଠାରୁ ବୈଶାଖ ମାସ ଆରମ୍ଭ ହୋଇଥିବାରୁ ଏହି ପରମ୍ପରା ଆରମ୍ଭ ହୋଇଛି। ଜୁନ ୨୨ ପର୍ଯ୍ୟନ୍ତ ଏହା ଲଗାତାର ବାବାଙ୍କ ମସ୍ତକରେ ପାଣି ସିଞ୍ଚନ କରିବ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର