Operation Sindoor / ୨୨ ମିନିଟ୍ ପରେ ଭାରତ କାହିଁକି ବନ୍ଦ କରିଥିଲା ପାକିସ୍ତାନ ଉପରେ ଆକ୍ରମଣ ? ଗୁମର ଖୋଲିଲେ ସେନା ମୁଖ୍ୟ
·1 day ago·2 min read

Key Points
ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ଵଂସ କରିଛି ଭାରତ । ମାତ୍ର ୨୨ ମିନିଟ୍ରେ ଭାରତ, ପାକିସ୍ତାନ ଉପରେ ବଡ଼ ପ୍ରହାର ପରେ ଆକ୍ରମଣ ବନ୍ଦ କରିଥିଲା ।
ନୂଆଦିଲ୍ଲୀ: ସ୍ମାର୍ଟ ରଣନୀତି, ଘନ ଘନ ଆକ୍ରମଣ । ୨୨ ମିନିଟ୍ର ଘାତକ ଆକ୍ରମଣ ପରେ ମାଟି କାମୁଡ଼ିଥିଲା ପାକିସ୍ତାନ । 'ଅପରେସନ୍ ସିନ୍ଦୂର'କୁ ନେଇ ଭାରତୀୟ ସ୍ଥଳ ସେନା ମୁଖ୍ୟ ଅନେକ ଗୁମର ଖୋଲିଛନ୍ତି ।
'ଅପରେସନ୍ ସିନ୍ଦୂର'କୁ ସେନା ମୁଖ୍ୟ 'ସ୍ମାର୍ଟ ପାୱାର' ରଣନୀତିର ଉଦାହରଣ କହିଛନ୍ତି । ସେ କହିଛନ୍ତି, "ଭାରତ ଗଭୀର ପର୍ଯ୍ୟନ୍ତ ଆକ୍ରମଣ କରିଥିଲା ଏବଂ ଜାଣିଶୁଣି ଆଟାକ୍ ରୋକିଥିଲା । ଏହା ନିୟନ୍ତ୍ରିତ ସଂଯମ ଓ ରଣନୈତିକ ବୁଝାମଣାର ନୂଆ ମଡେଲ୍ ।"
ଏଥିସହ ପଢ଼ନ୍ତୁ: ସ୍ୱୀଡ଼େନ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ନରୱେର ସର୍ବୋଚ୍ଚ ସମ୍ମାନ
ସେଣ୍ଟର୍ ଫର୍ ଲ୍ୟାଣ୍ଡ ୱାରଫେୟର ଷ୍ଟଡିଜ୍ ଦ୍ଵାରା ଆୟୋଜିତ (ସୁରକ୍ଷାରୁ ସମୃଦ୍ଧି) ସେମିନାରରେ ଏହା କହିଛନ୍ତି ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ଵିବେଦୀ । ସେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୫ ମେ ୬ ଓ ୭ ତାରିଖ ରାତିରେ ଭାରତ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା ।
ଆଉ ମାତ୍ର ୨୨ ମିନିଟ୍ର ଅପରେସନାଲ୍ ୱିଣ୍ଡୋ ଭିତରେ ଭାରତୀୟ ସେନା ନିର୍ଦ୍ଦିଷ୍ଟ ଟାର୍ଗେଟ୍କୁ ହିଟ୍ କରିଥିଲା । ଯାହା ସୂଚନା ନିୟନ୍ତ୍ରଣ, କୂଟନୀତିକ ବାର୍ତ୍ତା ଓ ଆର୍ଥିକ ସଂକଳ୍ପକୁ ଏକାଠି ଦେଖାଇଥିବା କହିଛନ୍ତି ସେନା ମୁଖ୍ୟ ।
ସେ କହିଛନ୍ତି, ଭାରତ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ଵଂସ କରିଛି । ପାକିସ୍ତାନକୁ ପୂର୍ବରୁ ମିଳୁଥିବା ରଣନୀତିକ ଛୁଟ୍କୁ ଭାଙ୍ଗି ଜାଣିଶୁଣି ଆକ୍ରମଣ ବନ୍ଦ କରିଥିଲା । ଏହାକୁ ସ୍ମାର୍ଟ ପାୱାର କହିଛନ୍ତି ସେନା ମୁଖ୍ୟ । ଅର୍ଥାତ୍ ସଠିକ୍ ସମୟରେ, ସଠିକ୍ ଅସ୍ତ୍ରର ବ୍ୟବହାର କରିବା ଓ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ରଣନୀତିକ ସଫଳତାରେ ପରିବର୍ତ୍ତନ କରିବା ।
ପାକିସ୍ତାନକୁ କଡ଼ା ଚେତାବନୀ
ସେନା ମୁଖ୍ୟ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି, "ପାକିସ୍ତାନ ଯଦି ଆତଙ୍କବାଦୀଙ୍କୁ ଶରଣ ଦେବା ଜାରି ରଖେ ତାହେଲେ ଇତିହାସ ଓ ଭୂଗୋଳରେ ପୋଛି ଦେବୁ । ଭାରତ ଏବେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି ।"
ଏଥିସହ ପଢ଼ନ୍ତୁ: ପାକିସ୍ତାନକୁ ସେନା ମୁଖ୍ୟଙ୍କ କଡ଼ା ଚେତାବନୀ, ଆତଙ୍କବାଦ ବନ୍ଦ କର ନହେଲେ ଇତିହାସ ଓ ଭୂଗୋଳ ବଦଳିଯିବ
ଅପରେସନ୍ ସିନ୍ଦୂର ଭାରତର ନୂଆ ଭାବନାର ପ୍ରତୀକ । ଗଭୀର ଆକ୍ରମଣ କରାଯାଇଛି, ଆତଙ୍କୀ ଆଡ୍ଡା ଧ୍ଵଂସ ହୋଇଛି, କିନ୍ତୁ ଭାରତ ଅନାବଶ୍ୟକ ଯୁଦ୍ଧକୁ ବ୍ୟାପକ କରି ନାହିଁ । ସେନା ମୁଖ୍ୟ କହିଛନ୍ତି, "ଆଟାକ୍ ଭଳି ଅଟକିବା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଥିଲା ।"
ଗତ ବର୍ଷ ମେ ୭ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଭାରତୀୟ ସେନା ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ସଠିକ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ଆଡ୍ଡା ନଷ୍ଟ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories