Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ୱୀଡ଼େନ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ନରୱେର ସର୍ବୋଚ୍ଚ ସମ୍ମାନ

International

PM Modi Norway Tour 2026 / ସ୍ୱୀଡ଼େନ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ନରୱେର ସର୍ବୋଚ୍ଚ ସମ୍ମାନ

Subhramjit Ray
Browse all articles by Subhramjit Ray
·1 day ago·2 min read
ସ୍ୱୀଡ଼େନ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ନରୱେର ସର୍ବୋଚ୍ଚ ସମ୍ମାନ
PM Modi Norway Tour 2026

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମେ ୧୮ ତାରିଖ ସୋମବାର ନରୱେରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ନରୱେର ସର୍ବୋଚ୍ଚ ସମ୍ମାନ, "ରୟାଲ୍ ନରୱେଜିଆନ୍ ଅର୍ଡର ଅଫ୍ ମେରିଟ୍ ଗ୍ରାଣ୍ଡ କ୍ରସ୍" ପ୍ରଦାନ କରାଯାଇଥିଲା। ଏହା ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ପାଇଥିବା ୩୨ତମ ପ୍ରମୁଖ ଆନ୍ତର୍ଜାତୀୟ ସମ୍ମାନ।
PM Modi Norway Highest Honor: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ଏକ ରେକର୍ଡ ହୋଇଛି। ୟୁରୋପୀୟ ଦେଶ ନରୱେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ "ରୟାଲ୍ ନରୱେଜିଆନ୍ ଅର୍ଡର ଅଫ୍ ମେରିଟ୍ ଗ୍ରାଣ୍ଡ କ୍ରସ୍" ପ୍ରଦାନ କରିଛି। ଏହା ପ୍ରଧାନମନ୍ତ୍ରୀ ମୋଦି ପାଇଥିବା ୩୨ତମ ସର୍ବୋଚ୍ଚ ଅନ୍ତର୍ଜାତୀୟ ସମ୍ମାନ। ଯାହା ଅନ୍ତର୍ଜାତୀୟ ସ୍ତରରେ ଭାରତର ବର୍ଦ୍ଧିତ ପ୍ରଭାବକୁ ପ୍ରତିଫଳିତ କରୁଛି।

୫ ଦିନିଆ ବିଦେଶ ଗସ୍ତରେ ଯାଇ ସୋମବାର (ମେ ୧୮) ପ୍ରଧାନମନ୍ତ୍ରୀ ମୋଦି ନରୱେରେ ପହଞ୍ଚିଲେ। ଯେଉଁଠାରେ ସେ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଅନେକ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଛନ୍ତି। ନରୱେ ରାଜଧାନୀ ଓସ୍ଲୋ ଠାରେ ପହଞ୍ଚିବା ପରେ, ନରୱେ ସରକାର ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଥିଲେ। ଏନେଇ ନରୱେ ସରକାର କହିଛନ୍ତି ଯେ "ଗ୍ରାଣ୍ଡ କ୍ରସ୍" (Grand Cross) ହେଉଛି "ରୟାଲ୍ ଅର୍ଡର ଅଫ୍ ମେରିଟ୍" (Royal Order of Merit) ର ସର୍ବୋଚ୍ଚ ପଦବୀ। ଯାହାକୁ କେବଳ ଅସାଧାରଣ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ।


ନରେୱେର ସର୍ବୋଚ୍ଚ ସମ୍ମାନ (Norways Highest Honor) "ଗ୍ରାଣ୍ଡ କ୍ରସ୍ ଅଫ୍ ଦି ରୟାଲ୍ ନରୱେଜ୍ ଅର୍ଡ଼ର ଅଫ୍ ମେରିଟ୍" (Grand Cross of the Royal Norwegian Order of Merit) ପାଇବା ପରେ, ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡି଼ଆ ପ୍ଲାଟଫର୍ମ ଏକ୍ସ ରେ ନିଜର ଖୁସି ବ୍ୟକ୍ତ କରିବା ସହ ଲେଖିଛନ୍ତି ଯେ, ମୁଁ ନରୱେର ସର୍ବୋଚ୍ଚ ସମ୍ନାନ ପ୍ରାପ୍ତ କରି ଗୌରବାନ୍ୱିତ ମନେ କରୁଛି। ଏହି ସମ୍ମାନ ଭାରତୀୟଙ୍କ ପାଇଁ ସମର୍ପିତ ଏବଂ ଏକ ମଜବୁତ ଭାରତ-ନରୱେ ବନ୍ଧୁତା ପାଇଁ ଉତ୍ସର୍ଗୀକୃତ। ଏହା ବିଶ୍ୱ ପ୍ରଗତି ପ୍ରତି ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ।

ଏହା ସହ ପଢନ୍ତୁ:  ସ୍ୱୀଡେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ମେ ୧୫ ତାରିଖରୁ ୨୦ ପର୍ଯ୍ୟନ୍ତ ୫ ଦେଶ ଗସ୍ତରେ ଅଛନ୍ତି। ଶୁକ୍ରବାର ଠାରୁ ତାଙ୍କର ଏହି ଗସ୍ତ ୟୁଏଇରୁ ଆରମ୍ଭ ହୋଇଛି। ୟୁଏଇ ପରେ ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡ, ସ୍ୱୀଡେନ, ନରୱେ ଗସ୍ତ କରିସାରିଛନ୍ତି। ଏହା ପରେ ସେ ଇଟାଲୀ ଗସ୍ତ କରି ସ୍ୱଦେଶ ଫେରିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଯାତ୍ରା ସେତେବେଳେ ଆରମ୍ଭ ହୋଇଛି ଯେତବେଳେ ମଧ୍ୟ ପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏହା ପରେ ନେଦରଲ୍ୟାଣ୍ଡ ଦେଇ, ପ୍ରଧାନମନ୍ତ୍ରୀ ମୋଦି ସୋମବାର ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ବୈଠକ ପାଇଁ ନରୱେରେ ପହଞ୍ଚି ସାରିଛନ୍ତି। ଯେଉଁଠାରେ ତାଙ୍କୁ ଐତିହାସିକ ଏବଂ ଭବ୍ୟ ସ୍ୱାଗତ କରାଯାଇଥିଲା। ନରୱେ ପରେ ସେ ଶେଷରେ ଇଟାଲୀ ଗସ୍ତ କରିବେ।

ଏହି ଗସ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି। ଏହି ଦୀର୍ଘ ପ୍ରତୀକ୍ଷିତ ଗସ୍ତକୁ ନେଇ ନରୱେରେ ରହୁଥିବା ପ୍ରବାସୀ ଭାରତୀୟ ଉତ୍ସାହିତ ହୋଇ ଉଠିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Receives Norway's Highest Honor; His 32nd International Award | Argus News