Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାହିଁକି ଶୁଖି ଯାଉଛି କଂଗ୍ରେସର ମୁହଁ ? ସଂସଦରେ ଏମିତି କହିଲେ ପିଏମ୍ ମୋଦି...

National

କାହିଁକି ଶୁଖି ଯାଉଛି କଂଗ୍ରେସର ମୁହଁ ? ସଂସଦରେ ଏମିତି କହିଲେ ପିଏମ୍ ମୋଦି...

Sushanta Sahoo
Browse all articles by Sushanta Sahoo
·1 year ago·3 min read
କାହିଁକି ଶୁଖି ଯାଉଛି କଂଗ୍ରେସର ମୁହଁ ? ସଂସଦରେ ଏମିତି କହିଲେ ପିଏମ୍ ମୋଦି...

Key Points

ଆମ୍ବେଦକରଙ୍କ ପ୍ରତି କଂଗ୍ରେସ ଅସହିଷ୍ଣୁ ଥିଲା

ଭାରତ ରତ୍ନ ଦେବା ଲାଗି ଯୋଗ୍ୟ ଭାବି ନଥିଲେ

ଅର୍ଗସ ବ୍ୟୁରୋ: ବାବା ଆମ୍ବେଦକରଙ୍କୁ ଘୃଣା କରୁଥିଲା କଂଗ୍ରେସ । ଆମ୍ବେଦକରଙ୍କ ପ୍ରତି କଂଗ୍ରେସ ଅସହିଷ୍ଣୁ ଥିଲା । ରାଜ୍ୟସଭାରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦୁଇ ଦୁଇଥର ନିର୍ବାଚନରେ ବାବା ଆମ୍ବଦକରଙ୍କୁ ହରାଇବା ଲାଗି କଣ କଣ କରିନଥିଲେ । ଏପରିକି ଭାରତ ରତ୍ନ ଦେବା ଲାଗି ଯୋଗ୍ୟ ଭାବି ନଥିଲେ । ଏତିକି ନୁହେଁ, ଏ ଦେଶର ଲୋକ ବାବା ସାହେବଙ୍କ ଭାବନାର ଆଦାର କରନ୍ତି । ଏଥିପାଇଁ କଂଗ୍ରେସ ଆଜି ବାଧ୍ୟ ବାଧକତାର ଜୟ ଭୀମ କହିବା ବେଳେ ମୁହଁ ଶୁଖି ଯାଉଛି ।


ରଙ୍ଗ ବଦଳାଇବାରେ କଂଗ୍ରେସ ମାହିର୍ । ଆମର ମୂଳ ମନ୍ତ୍ର 'ସବ୍‌କା ସାଥ୍, ସବ୍‌କା ବିକାଶ' ରହିଛି । ସେମିତି କଂଗ୍ରେସର ମୂଳ ମନ୍ତ୍ର ଅନ୍ୟର ଧାଡ଼ି କାଟିବା । ଏଥିପାଇଁ ସେମାନେ ସରକାରକୁ ଅସ୍ଥିର କରୁଥିଲେ । କୌଣସି ରାଜନୈତିକ ଦଳର ସରକାର ହେଲେ ଅସ୍ଥିରତା ସୃଷ୍ଟି କରୁଥିଲେ । ଏଥିପାଇଁ ଲୋକସଭାରେ ଯେଉଁମାନେ ତାଙ୍କ ସହ ଥିଲେ ସେମାନେ ପଳାଉଛନ୍ତି । କଂଗ୍ରେସ ଦେଶର ପୁରୁଣା ଦଳ, ସ୍ଵାଧୀନତା ଆନ୍ଦୋଳନ ସହ ଜଡ଼ିତ, କିନ୍ତୁ ଏତେ ଦୁର୍ଦ୍ଦଶା ।


ଅନ୍ୟର ଧାଡ଼ି ଛୋଟ କରିବାରେ ଯେଉଁ ଶକ୍ତି ଖଟାଉଛନ୍ତି, ନିଜ ଧାଡ଼ି ବଡ଼ କରିଥିଲେ ଏହି ଦଶା କଂଗ୍ରେସର ହୋଇ ନଥାନ୍ତି । ନିଜ ଧାଡ଼ି ବଡ଼ କର, ଦେଶ ୧୦ ମିଟର ଦୂର ଯିବାକୁ ଅବସର ଦେବ ବୋଲି କଂଗ୍ରେସକୁ ଉପଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ବାବା ସାହେବ 'ଏସ୍‌ସି, ଏସ୍‌ଟିଙ୍କୁ ଭଲ ଭାବେ ବୁଝିଥିଲେ । ସେମାନଙ୍କ ଆର୍ଥିକ ଉନ୍ନତି ଲାଗି ଏକ ସ୍ପଷ୍ଟ ରୋଡମ୍ୟାପ୍ ତିଆରି କରିଥିଲେ ।'


ବାବା ସାହେବ କହିଥିଲେ, ଭାରତ ଏକ କୃଷି ପ୍ରଧାନ ଦେଶ । କିନ୍ତୁ ଦଳିତଙ୍କ ଜୀବନଯାପନ ଲାଗି ଏହା ମୁଖ୍ୟ ସାଧନ ହୋଇ ପାରିବ ନାହିଁ । ଭୂମି କିଣିବା ସେମାନଙ୍କ ସାମର୍ଥ୍ୟ ବାହାରେ, ଧନ ଥିଲେ ବି ଭୂମି କିଣିବାର ଅବସର ନାହିଁ । ଏଥିପାଇଁ ବାବା ସାହେବ ଶିଳ୍ପ ପ୍ରତି ଗୁରୁତ୍ଵ ଦେଇଥିଲେ । କିନ୍ତୁ ସ୍ଵାଧୀନତାର ଏତେ ବର୍ଷ ପରେ କଂଗ୍ରେସ ଦୀର୍ଘ ବର୍ଷ ସରକାରରେ ରହି ବାବାସାହେବଙ୍କ ବିଚାରକୁ ଖାରଜ କରି ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏସ୍‌ସି, ଏସ୍‌ଟିଙ୍କ ଆର୍ଥିକ ଅନଟନକୁ ଶେଷ କରିବାକୁ ବାବାସାହେବ ଚାହୁଁଥିଲେ, କିନ୍ତୁ କଂଗ୍ରେସ ସଂକଟ ସୃଷ୍ଟି କରିଥିଲା । ୨୦୧୪ରେ ଆମେ ସରକାରରେ ଆସିବା ପରେ ଶିଳ୍ପ ଉପରେ ଗୁରୁତ୍ଵ ଦେଉଥିଲୁ । ପିଏମ୍ ବିଶ୍ଵକର୍ମା ଯୋଜନା ଆରମ୍ଭ କଲୁ । ଗାଁରେ ଥିବା ଶିଳ୍ପୀଙ୍କ ଲାଗି ପ୍ରଥମଥର ଚିନ୍ତା କରି ସହାୟତା ସହ ତାଲିମ୍ ଓ ବଜାର ସୁବିଧା କରାଯାଇଛି ।


ମୁଦ୍ରା ଯୋଜନାରେ ଉଦ୍ୟୋଗୀ ସୃଷ୍ଟି ହେଉଛନ୍ତି । ଆତ୍ମନିର୍ଭରତାର ସ୍ଵପ୍ନ ସଫଳ ହେଉଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଜରିଆରେ ଏସ୍‌ସି, ଏସ୍‌ଟି ମହିଳାଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ମିଳୁଛି । ଏଥିରେ ଲକ୍ଷାଧିକ ମହିଳା ରୋଜଗାର କରିବା ସହ ଅନ୍ୟଙ୍କୁ ବି ରୋଜଗାର ଦେଉଛନ୍ତି । ବାବା ସାହେବଙ୍କ ସ୍ଵପ୍ନ ମୁଦ୍ରା ଯୋଜନା ଜରିଆରେ ପୂରଣ ହେଉଛି ।


ଯାହାଙ୍କୁ କେହି ପୂଜନ୍ତି ନାହିଁ, ତାଙ୍କୁ ମୋଦି ପୂଜା କରେ । ଗରିବ, ବଞ୍ଚିତଙ୍କ କଲ୍ୟାଣ ଆମ ପ୍ରାଥମିକତା । ଆପଣ ବଜେଟରେ ଦେଖିଥିବେ ଆମେ ସମସ୍ତଙ୍କ ଲାଗି ଚିନ୍ତା କରିଛୁ । ଯାହାର ଲାଭ ସାଧାରଣଜନତାଙ୍କୁ ମିଳିବ । ପୂର୍ବରୁ ଆମର ଅଭ୍ୟାସ ଥିଲା ବାହାରୁ ଖେଳନା ଆମଦାନୀ କରିବା ଆଜି ଭାରତ ୩ ଗୁଣା ଖେଳନା ରପ୍ତାନୀ କରୁଛି ।


ଦେଶର ମତ୍ସ୍ୟଜୀବୀଙ୍କୁ ଏବେ କିଷାନ କ୍ରେଡିଟ୍ କାର୍ଡର ସୁବିଧା ମିଳିବ । ମତ୍ସ୍ୟଜୀବୀଙ୍କ ପାଇଁ ସ୍ଵତନ୍ତ୍ର ମନ୍ତ୍ରଣାଳୟ ଖୋଲିଛି । ଏଥିପାଇଁ ୪୦ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି । ସମାଜର ଉପେକ୍ଷିତ ବର୍ଗକୁ ଆମେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛୁ । ଆଦିବାସୀ ସମାଜରେ ବଞ୍ଚିତ ଅବସ୍ଥାରେ ଥିବା ଲୋକଙ୍କ ଲାଗି ପିଏମ୍ ଜନମନ ଯୋଜନାରେ ୨୪ ହଜାର କୋଟି ଦେଉଛୁ । ସେମାନେ ସମାଜର ସମକକ୍ଷ ହେବେ ।

Sponsored
Why is Congress's face drying up PM Modi said in Parliament | Argus News