Diwali Hanuman Puja / ଦୀପାବଳିରେ କାହିଁକି ପୂଜା ପାଆନ୍ତି ହନୁମାନ, କଣ ରହିଛି ନିୟମ, ଜାଣନ୍ତୁ...
·10 months ago·2 min read

Key Points
ଦୀପାବଳିରେ କାହିଁକି ପୂଜା ପାଆନ୍ତି ହନୁମାନ ?
କଣ ରହିଛି ପୂଜାର ନିୟମ ?
କେଉଁ କେଉଁ ସ୍ଥାନରେ କରାଯାଏ ହନୁମାନ ପୂଜା , ଜାଣନ୍ତୁ ...

ଆଲୋକର ପର୍ବ ଦୀପାବଳି । ସାଜସଜ୍ଜା, ଆଲୋକମାଳାରେ ଚମକୁଛି ପଲ୍ଲୀରୁ ଦିଲ୍ଲୀ । ଆମେ ସମସ୍ତେ ଜାଣନ୍ତୁ ଦୀପାବଳିରେ ପ୍ରଭୁ ରାମ ରାବଣଙ୍କୁ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ । ସେଥିପାଇଁ ସେଦିନ ଖୁସିରେ ଦୀପ ଲଗାଇ ପ୍ରଭୁ ଶ୍ରୀରାମଙ୍କୁ ସ୍ଵାଗତ କରାଯାଇଥିଲା । ଯାହାକୁ ଆମେ ଦୀପାବଳି ପର୍ବ ଭାବେ ପାଳିଥାନ୍ତି । ହେଲେ ଦୀପାବଳି ପୂର୍ବଦିନ, ଯାହାକୁ ସାଧାରଣତଃ ଛୋଟୀ ଦିୱାଲୀ ବୋଲି କୁହାଯାଇଥାଏ , ସେଦିନ ହନୁମାନଙ୍କର ଏଖ ପୂଜା ରଖାଯାଇଥାଏ । ଏହି ପୂଜା ଗୁଜୁରାଟରେ ଦୀପାବଳି ପୂର୍ବରୁ କରାଯାଇଥାଏ । ଏହି ରୀତିର ବହୁତ ମହତ୍ତ୍ୱ ରହିଛି, ବିଶେଷକରି ନକାରାତ୍ମକ ଶକ୍ତିରୁ ସୁରକ୍ଷା ଏବଂ ଆଗାମୀ ବର୍ଷ ସମୃଦ୍ଧି ପାଇଁ ଏହି ପୂଜା ରଖିଥାନ୍ତି ।
ଏହି ପୂଜା ଚଳିତ ବର୍ଷ ୧୯ ଅକ୍ଟୋବର ୧.୫୧ଅପରାହ୍ନରୁ ଆରମ୍ଭ ହୋଇ ୨୦ ଅକ୍ଟୋବର ଅପରାହ୍ନ ୩.୪୪ ଯାଏଁ ରହିଥିଲା । ବିଶେଷ ଭାବେ ଏହି ପୂଜାର ଶୁଭମୁହୂର୍ତ୍ତ ୧୯ ଏବଂ ୨୦ର ରାତିରେ ପଡିଥିଲା । ଏହି ସମୟରେ ଭକ୍ତମାନେ ହନୁମାନଙ୍କୁ ପୂଜା କରି ଆଶୀର୍ବାଦ ନେଇଥାନ୍ତି । ତେବେ ହନୁମାନଙ୍କୁ କାହିଁକି ପୂଜା କରାଯାଏ, ଆସନ୍ତୁ ଜାଣିବା ।
ହିନ୍ଦୁ ପରମ୍ପରା ଅନୁଯାୟୀ, ବଜରଙ୍ଗବାଲୀ ପ୍ରଭୁ ଶ୍ରୀରାମଙ୍କର ଜଣେ ଅନନ୍ୟ ଭକ୍ତ ଅଟନ୍ତି । ସେଥିପାଇଁ ପ୍ରଭୁ ଶ୍ରୀରାମଙ୍କ ପାଖରୁ ତାଙ୍କୁ ଏକ ବିଶେଷ ଆଶୀର୍ବାଦ ମିଳିଥିଲା । ପ୍ରଭୁ ଶ୍ରୀରାମ ହନୁମାନଙ୍କୁ କହିଥିଲେ, ମୋର ପୂଜା ପୂର୍ବରୁ ସବୁବର୍ଷ ତୁମର ପୂଜା କରାଯିବ । ସେଥିପାଇଁ ଦୀପାବଳିରେ ଶ୍ରୀରାମଙ୍କ ପୂଜା କରିବା ପୂର୍ବରୁ ଦୀପାବଳି ପୂର୍ବଦିନ ଛୋଟୀ ଦିୱାଲୀରେ ପ୍ରଭୁ ହନୁମାନଙ୍କ ପୂଜା କରାଯାଏ ।
ଏହି ଦିନ ଅନ୍ଧକାର ଶକ୍ତି ସବୁଠାରୁ ଶକ୍ତିଶାଳୀ ଥାଏ । ଏହି ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ଵାରା ସମସ୍ତ ନାସ୍ତିକ ଚିନ୍ତା ଦୂର ହୋଇଥାଏ । ଏବଂ ଜୀବନର ନୂଆ ମୋଡରେ କୌଣସି ବିପଦକୁ ସାମ୍ନା କରିବାର ସାହାସ ମିଳିଥାଏ ।
ସାଧାରଣତଃ ଏହି ପୂଜାଦ୍ଵାରା ଗୃହରୁ ସମସ୍ତ ନାସ୍ତିକ ଶକ୍ତି ମଧ୍ୟ ଦୂର ହୋଇଥାଏ । ତେବେ ଏହି ପୂଜାର କିଛି ବିଧି ରହିଛି, ଆସନ୍ତୁ ଜାଣିବା ପୂଜାର ନିୟମ କାନୁନ ।
ସିନ୍ଦୁର ଏବଂ ଘିଅ :

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଭୁ ହନୁମାନଙ୍କ ମୂର୍ତ୍ତିରେ ସିନ୍ଦୁର ଏବଂ ଘିଅକୁ ମିଶାଇ ଦିଆଯାଏ, ଯାହାଦ୍ଵାରା ଘରୁ ଆର୍ଥିକ ସମସ୍ୟା ଦୂର ହୁଏ ଏବଂ ଜୀବନରେ ସମୃଦ୍ଧି ଆସିଥାଏ ।
ସୋରିଷ ତେଲର ଦୀପ:
ପୂଜା ସମୟରେ ସୋରିଷ ତେଲର ଦୀପ ଜାଳିବା ଏବଂ ହନୁମାନଙ୍କ ଆରତୀ କରିବା ଦ୍ଵାରା ନକରାତ୍ମକ ଚିନ୍ତା ଦୂରେଇ ଯାଇଥାଏ ।
ପାନପତ୍ରର ହାର :
ଏହି ପୂଜାରେ ପାନପତ୍ରର ହାର ପ୍ରଭୁ ହନୁମାନଙ୍କୁ ଚଢାଇବା ଦ୍ଵାରା ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଥାଏ ।
ଅଧିକ ପଢନ୍ତୁ : ଦୀପାବଳିରେ ଅଘଟଣ; ବାଣ ଫୁଟାଇବା ବେଳେ ଛିଣ୍ଡିଗଲା ଯୁବକଙ୍କ ହାତ ପାପୁଲି
ବୁନ୍ଦି ଲଡ୍ଡୁ :
ବୁନ୍ଦି ଲଡ୍ଡୁ ପ୍ରଭୁ ହନୁମାନଙ୍କୁ ଭୋଗ ଲଗାଇଲେ ଶରୀର ସୁସ୍ଥ ରହିବା ସହ ସଫଳତା ମିଳିଥାଏ ବୋଲି ବିଶ୍ଵାସ ରହିଛି ।
ତୁଳସୀ ପତ୍ରର ଫୁଲମାଳ :

ଅନେକ ଭକ୍ତ ପ୍ରଭୁ ହନୁମାନଙ୍କୁ ତୁଳସୀ ପତ୍ର କିମ୍ବା ତୁଳସୀ ମାଳା ମଧ୍ୟ ଅର୍ପଣ କରନ୍ତି। ଏହା ଶକ୍ତି, ଜ୍ଞାନ ଏବଂ ଆଧ୍ୟାତ୍ମିକ ବିକାଶ ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଦୀପାବଳି ପୂର୍ବରୁ ପ୍ରଭୁ ହନୁମାନଙ୍କର ଏହି ପୂଜା ଏକ ଶକ୍ତିଶାଳୀ ପୂଜା, ଯାହା ଆମକୁ ସୁରକ୍ଷା ଦେବାସହ ନାସ୍ତିକ ଚିନ୍ତା ଦୂର କରିଥାଏ ।
Related Topics
Explore more stories