Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Diwali / ଦୀପାବଳିରେ ଅଘଟଣ; ବାଣ ଫୁଟାଇବା ବେଳେ ଛିଣ୍ଡିଗଲା ଯୁବକଙ୍କ ହାତ ପାପୁଲି

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଦୀପାବଳିରେ ଅଘଟଣ; ବାଣ ଫୁଟାଇବା ବେଳେ ଛିଣ୍ଡିଗଲା ଯୁବକଙ୍କ ହାତ ପାପୁଲି

Key Points

ଘରେ ସମସ୍ତଙ୍କ ଗହଣରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ସୋର ଥାନା ଗୋବିନ୍ଦପୁର ଗାଁରେ ବାଣ ଫୁଟାଇବା ବେଳେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଛି ।
ସୋର (ବାଲେଶ୍ଵର): ସମସ୍ତେ ହସଖୁସିରେ ଦୀପାବଳି ପାଳନ କରୁଥିବା ବେଳେ ସୋରରୁ ଆସିଛି ଦୁଃଖଦ ଖବର । ଘରେ ସମସ୍ତଙ୍କ ଗହଣରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ସୋର ଥାନା ଗୋବିନ୍ଦପୁର ଗାଁରେ ବାଣ ଫୁଟାଇବା ବେଳେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସୋର ଥାନା ଗୋବିନ୍ଦପୁର ଗାଁର ବାବୁ ମହାନ୍ତି ନାମକ ଯୁବକ ଘର ଆଗରେ ବାଣ ଫୁଟାଉ ଥିଲେ । ସନ୍ଧ୍ୟାରେ ବାଣ ଫୁଟାଇବା ବେଳେ ଅସାବଧାନତା ବଶତଃ ଏକ ବାଣ ବାବୁଙ୍କ ହାତରେ ହିଁ ଫୁଟି ଯାଇଥିଲା ।

ଏଥିସହ ପଢ଼ନ୍ତୁ: ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା

ବାବୁଙ୍କ ଡାହାଣ ହାତରେ ବାଣ ଫୁଟି ଛିଣ୍ଡି ଯାଇଛି ପାପୁଲି । ତୁରନ୍ତ ଘର ଲୋକେ ବାବୁକୁ ଗୁରୁତର ଅବସ୍ଥା ସୋର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବାଣ ଫୁଟାଇବା ବେଳେ ସତର୍କ ରୁହନ୍ତୁ

ଦୀପାବଳିରେ ବାଣ ଫୁଟାଇବା ବେଳେ ଆପଣମାନେ ସତର୍କତା ଅବଲମ୍ବନ କରନ୍ତୁ । ବିଶେଷ କରି କୌଣସି ବାଣକୁ ହାତରେ ଧରି ନିଆଁ ଲଗାଇବା କିମ୍ବା ଫୁଟାଇବା ଲାଗି ଆଦୌ ଚେଷ୍ଟା କରନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ । 

ସିନ୍ଥେଟିକ୍ ବଦଳରେ ଢିଲା କଟନ ଡ୍ରେସ ପିନ୍ଧି ବାଣ ଫୁଟାନ୍ତୁ । ବାଣ ନିକଟରୁ ହାତେ ଦୂରରେ ରହି ବାଣରେ ନିଆଁ ଲଗାନ୍ତୁ । ବାଣରେ ନିଆଁ ଲଗାଇବା ବେଳେ ଲମ୍ବା କାଠିର ବ୍ୟବହାର କରନ୍ତୁ ।

ଏଥିସହ ପଢ଼ନ୍ତୁ: ୨୮ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ସାଂଘାତିକ ଅଭିଯୋଗ, OLA ଫାଉଣ୍ଡରଙ୍କ ନାଁରେ ଏତଲା

ଥରେ ନିଆଁ ଲଗାଇବା ପରେ ନ ଫୁଟି ରହି ଯାଇଥିବା ଅଫୁଟା ବାଣରେ ପୁଣି ନିଆଁ ଲଗାନ୍ତୁ ନାହିଁ କିମ୍ବା ଛୁଅନ୍ତୁ ନାହିଁ । ଛୋଟ ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ । ଗହଳି କିମ୍ବା ଛାତ ତଳ ପରିବର୍ତ୍ତେ ଖୋଲା ଜାଗାରେ ବାଣ ଫୁଟାନ୍ତୁ ।

ବାଣ ଫୁଟାଇବା ବେଳେ ହାତ କି ମୁହଁ ପୋଡ଼ିଲେ ତତ୍‌କ୍ଷଣାତ ଟ୍ୟାପ ପାଣିରେ ଧୋଇ ନିଅନ୍ତୁ । ପୋଡ଼ାଜଳା ସ୍ଥାନରେ ଚାହିଁଲେ ଟୁଥପେଷ୍ଟ ଲଗାଇ ପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Man’s Hand Severed in Diwali Firecracker Blast | Argus News | Argus News