Disabilities / କାହିଁକି ପାଳନ କରାଯାଏ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ?
·7 months ago·2 min read

Key Points
ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ'
ଡିସେମ୍ବର ୩ ତାରିଖ ବିଶ୍ୱବ୍ୟାପୀ ପାଳନ କରାଯାଉଛି ଭିନ୍ନକ୍ଷମ ଦିବସ
ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ମୁଖ୍ୟ ଲକ୍ଷ୍ୟ

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ' । ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି। ୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା । ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଆହୁରି ମଧ୍ୟ ଜନ୍ମଗତ ହେଉ କିମ୍ବା ଦୁର୍ଘଟଣା ଜନିତ ହେଉ ଦିବ୍ୟାଙ୍ଗମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ ସହ ସେମାନଙ୍କର ବିକାଶ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଦିବ୍ୟାଙ୍ଗଙ୍କ ସୁରକ୍ଷା ପାଇଁ ସରକାର ଅନେକ ଗୁଡିଏ ଆଇନ ପ୍ରଣୟନ କରିଛନ୍ତି, ଯାହା ‘ଦ ରାଇଟ୍ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲିଟି ବିଲ୍’ ନାମରେ ନାମିତ ।ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆହୁରି ମଧ୍ୟ ଜନ୍ମଗତ ହେଉ କିମ୍ବା ଦୁର୍ଘଟଣା ଜନିତ ହେଉ ଦିବ୍ୟାଙ୍ଗମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ ସହ ସେମାନଙ୍କର ବିକାଶ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ଆଜି ରାୟପୁରରେ ଛକା ଚୌକା ବର୍ଷା କରିବେ ରୋ-କୋ...
ଦିବ୍ୟାଙ୍ଗଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି । ସେଗୁଡ଼ିକ ହେଲା, ପ୍ରି ଓ ପୋଷ୍ଟ୍ ମାଟ୍ରିକ୍ ସ୍କଲାର୍ସିପ୍, ମାଗଣା ଲାପ୍ଟପ୍ ଓ ଭଏସ୍ ରେକର୍ଡର୍ ଯୋଗାଣ, ଦିବ୍ୟାଙ୍ଗମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା, ଗମନାଗମନରେ ସ୍ୱତନ୍ତ୍ର ରିହାତି, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ(ବିବିଏସ୍ଏ), ଭୀମ ଭୋଇ ସାମର୍ଥ୍ୟ ଶିବିର, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ ପ୍ରତିଷ୍ଠା, ଛାତ୍ରଛାତ୍ରୀମାନଙ୍କୁ ସ୍କଲାର୍ସିପ୍, ବନୀଶ୍ରୀ ଯୋଜନା, ଟ୍ୟୁସନ ଫି’ ଛାଡ଼, ସ୍ୱାବଲମ୍ବୀ କରିବାକୁ ମିଶନ୍ ‘କ୍ଷମତା’, ଭିନ୍ନକ୍ଷମ ମହିଳାଙ୍କ ହଷ୍ଟେଲ ନିର୍ମାଣ ଆଦି ଅନ୍ୟତମ । ଅନେକ ହିତାଧିକାରୀ ପଞ୍ଜିକୃତ ହୋଇନଥିବା ତଥା ପରିଚୟ ପତ୍ର ପାଇନଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହୁଏ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories