ICAR Potato Research / ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କାହିଁକି ଓଡ଼ିଶା ? ଜାଣନ୍ତୁ ପ୍ରକୃତ ସତ୍ୟ
·5 months ago·3 min read

Key Points
୭୬ ପ୍ରଜାତି ଆଳୁ ବିକଶିତ
କିନ୍ତୁ ଓଡ଼ିଶାରେ କାହିଁକି ନୁହେଁ?
ନୂଆ ଗବେଷଣା ଦେଉଛି ଆଶା
କିନ୍ତୁ ଓଡ଼ିଶାରେ କାହିଁକି ନୁହେଁ?
ନୂଆ ଗବେଷଣା ଦେଉଛି ଆଶା
ଆମ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଆଳୁ ଏକ ଅତ୍ୟାବଶ୍ୟକ ଖାଦ୍ୟ । ଓଡ଼ିଶାରେ ତ' ପଖାଳ ସହିତ ଆଳୁ ଅତ୍ୟନ୍ତ ଜଣାଶୁଣା ଓ ପ୍ରିୟ ଖାଦ୍ୟ । ଏହାଛଡ଼ା ବିଭିନ୍ନ ପ୍ରକାରର ତରକାରୀରେ ମଧ୍ୟ ଆଳୁ ପଡ଼ିଥାଏ । କିନ୍ତୁ, ଓଡ଼ିଶାରେ ଆଳୁର ଚାହିଦା ଅଧିକ ଥିଲେ ମଧ୍ୟ ଉତ୍ପାଦନ କମ୍ ଥିବାରୁ ଏହା ପୂରଣ ହୋଇପାରୁନାହିଁ । ଏହି କାରଣରୁ ରାଜ୍ୟକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଆଗାମୀ ଦିନରେ ମଧ୍ୟ ଏହି ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି, କାରଣ ରାଜ୍ୟରେ ଆଳୁ ଚାଷ ସୀମିତ ଅଞ୍ଚଳରେ ହେଉଛି ।
ବିଶେଷକରି ଆଳୁ ବିହନ ଉତ୍ପାଦନ ଓଡ଼ିଶାରେ ସମ୍ଭବ ହୋଇପାରୁନାହିଁ । ରାଜ୍ୟର ମାଟିରେ ଜୀବାଣୁ ଅଧିକ ଥିବାରୁ, ଏଠାରେ ଉତ୍ପାଦିତ ବିହନ ପଡ଼ୋଶୀ ରାଜ୍ୟଗୁଡ଼ିକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଆଶଙ୍କା ରହିଛି । ଏହି କାରଣରୁ ଚାହିଦା ଥିଲେ ମଧ୍ୟ ଆଳୁ ବିହନ ଉତ୍ପାଦନ ଏଠାରେ କରାଯାଇପାରୁନାହିଁ ।
ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସିମଲାସ୍ଥିତ ଆଇସିଏଆର-କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ (ସିପିଆରଆଇ) ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳ ଆଳୁ ଚାଷରେ ଚାଲିଥିବା ଗବେଷଣା ଏବଂ ନବସୃଜନକୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି । ଆଇସିଏଆର- ସିପିଆରଆଇର ନିର୍ଦ୍ଦେଶକ ଡକ୍ଟର ବ୍ରଜେଶ ସିଂହ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ ।
ପ୍ରତିଷ୍ଠାନକୁ ପରିଦର୍ଶନରେ ଆସିଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଲୋଚନା ସମୟରେ ବ୍ରଜେଶ ସିଂହ କହିଥିଲେ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମାଟି, ପାଣିପାଗ ପରିସ୍ଥିତି ଓ ଚାଷ ପ୍ରଣାଳୀକୁ ନଜରରେ ରଖି ଏହି ପ୍ରତିଷ୍ଠାନରେ ଆଳୁ ମଞ୍ଜି ବିକଶିତ ଓ ଉତ୍ପାଦନ କରାଯାଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପର୍ଯ୍ୟନ୍ତ ଭାରତରେ ପ୍ରତିଷ୍ଠାନ ଦ୍ବାରା ୭୬ କିସମର ଆଳୁ ମଞ୍ଜି ବିକଶିତ କରାଯାଇଛି । ସେଥିମଧ୍ୟରୁ କମ୍ ସମୟରେ ଅଧିକ ଅମଳକ୍ଷମ ୩୬ କିସମର ଆଳୁ ଚାଷ କରାଯାଉଛି । ପଞ୍ଜାବ ସମେତ କିଛି ରାଜ୍ୟରେ ଆଳୁ ମଞ୍ଜି ଉତ୍ପାଦନ କରାଯାଉଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ମଞ୍ଜି ଉତ୍ପାଦନ କରାଯାଇପାରୁନାହିଁ । ଯେଉଁ କେତେଜଣ ଚାଷୀ ନିଜସ୍ବ ଉଦ୍ୟମରେ ବିହନ ଉତ୍ପାଦନ କରୁଛନ୍ତି, କିନ୍ତୁ ମାଟିରେ ଥିବା ଜୀବାଣୁ କାରଣରୁ ସେଗୁଡିକ ଉପଯୋଗୀ ନୁହେଁ । ଏଣୁ ଏହି ପ୍ରତିଷ୍ଠାନର ବୈଜ୍ଞାନିକମାନେ ଜିନମ୍ ଏଡିଟ୍ କରି ଓଡ଼ିଶାରେ କିପରି ଆଳୁ ମଞ୍ଜି ଉତ୍ପାଦନ ହୋଇପାରିବ ସେନେଇ ଗବେଷଣା ଜାରି ରଖିଛନ୍ତି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ନିର୍ଦ୍ଦେଶକ ବ୍ରଜେଶ ସିଂ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା, ଡ୍ରୋନ୍, ବାୟୋଟେକନୋଲୋଜି ଓ କୃତ୍ରିମ ବୁଦ୍ଧିମତ୍ତା ଇତ୍ୟାଦିର ପ୍ରୟୋଗକୁ ଏବେ ଗବେଷଣା କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏହା ସହିତ ଚାଷୀମାନଙ୍କୁ ପ୍ରଶିକ୍ଷଣ, ଆଧୁନିକ ପ୍ରଣାଳୀରେ ଚାଷ ଓ ଚାଷରେ ନୂତନ ଜ୍ଞାନକୌଶଳ ବ୍ୟବହାର ପାଇଁ ଦିଆଯାଉଥିବା ପରାମର୍ଶ ଆଗାମୀ ଦିନରେ ଦେଶରେ ଆଳୁ ଉତ୍ପାଦନର କ୍ଷମତାକୁ ଆହୁରି ବୃଦ୍ଧି କରିବ ।
ଆଳୁ ସଂରକ୍ଷଣ ନେଇ ସେ କହିଥିଲେ ଯେ ନିର୍ଦ୍ଦିଷ୍ଟ ସମୟରେ ଆଳୁ ଉତ୍ପାଦନ ହେଉଥିବାରୁ ବର୍ଷକ ଯାକର ଚାହିଦା ମେଣ୍ଟାଇବା ପାଇଁ ସେଗୁଡିକର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ।
ଓଡ଼ିଶା ପ୍ରତିନିଧି ଦଳ ପ୍ରତିଷ୍ଠାନର କାର୍ଯ୍ୟକଳାପ ସହିତ ପ୍ରତ୍ୟକ୍ଷ ପରିଚିତ ହେବା ପାଇଁ ପ୍ରୟୋଗଶାଳା ଏବଂ ଗବେଷଣା ସୁବିଧାଗୁଡ଼ିକ ମଧ୍ୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନକୁ ଶସ୍ୟ ଉତ୍ପାଦନ ମୁଖ୍ୟ ଡକ୍ଟର ଜଗଦେବ ଶର୍ମା, ଉଦ୍ଭିଦ ସୁରକ୍ଷା ମୁଖ୍ୟ ଡକ୍ଟର ସଞ୍ଜୀବ ଶର୍ମା, ସାମାଜିକ ବିଜ୍ଞାନ ମୁଖ୍ୟ ଡକ୍ଟର ଆଲୋକ କୁମାର, ସିଆଇଏଣ୍ଡଏସଟି ମୁଖ୍ୟ ଡକ୍ଟର ବିନୋଦ କୁମାର ଏବଂ ସିପିବିଏଣ୍ଡପିଏଚଟି ମୁଖ୍ୟ ଡକ୍ଟର ସୋମ ଦତ୍ତଙ୍କ ସମେତ ବରିଷ୍ଠ ବୈଜ୍ଞାନିକମାନେ ସହଯୋଗ କରିଥିଲେ ।
PIB ସିମଲା ଗସ୍ତ ସମୟରେ ସାମ୍ବାଦିକଙ୍କ ପ୍ରତିନିଧିମଣ୍ଡଳ ସହ ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ, ପିଆଇବି ସିମଲାର ସହାୟକ ନିର୍ଦ୍ଦେଶକ ସଞ୍ଜୀବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Related Topics
Explore more stories