Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Domestic Violence in Delhi / ରାତିରେ ଶୋଇଥିଲେ ସ୍ବାମୀ, ଗରମ ତେଲ ଓ ଲଙ୍କା ଗୁଣ୍ଡ ପକାଇଲେ ସ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ରାତିରେ ଶୋଇଥିଲେ ସ୍ବାମୀ, ଗରମ ତେଲ ଓ ଲଙ୍କା ଗୁଣ୍ଡ ପକାଇଲେ ସ୍ତ୍ରୀ

Key Points

ଅଧରାତିରେ ସ୍ବାମୀ ଶୋଇଥିବା ବେଳେ ସ୍ତ୍ରୀ ତାଙ୍କ ଉପରେ ପ୍ରଥମେ ଗରମ ତେଲ ଢାଳି ଦେଇଥିଲେ । ଆଉ ଏହା ପରେ ଲଙ୍କା ଗୁଣ୍ଡ ପକାଇଥିଲେ ।

ସ୍ବାମୀ-ସ୍ତ୍ରୀ ଏକ ପବିତ୍ର ସମ୍ପର୍କ । ଏହି ବନ୍ଧନ ସବୁଠୁ ନିଆରା । ଏହି ସମ୍ପର୍କ ସାତ ଜନମର ବୋଲି କୁହାଯାଏ । କିନ୍ତୁ ଦେଶର ରାଜଧାନୀରୁ ଏମିତି କି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦକ୍ଷିଣ ଦିଲ୍ଲୀର ମଦନଗିର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅଧରାତିରେ ସ୍ବାମୀ ଶୋଇଥିବା ବେଳେ ସ୍ତ୍ରୀ ତାଙ୍କ ଉପରେ ପ୍ରଥମେ ଗରମ ତେଲ ଢାଳି ଦେଇଥିଲେ । ଆଉ ଏହା ପରେ ଲଙ୍କା ଗୁଣ୍ଡ ପକାଇଥିଲେ । ଏଭଳି ଏକ ଘଟଣା ଅକ୍ଟୋବର ୩ ତାରିଖ ଭୋର ପ୍ରାୟ ୩ଟା ସମୟରେ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୨୮ ବର୍ଷୀୟ ଦିନେଶ ଏକ ଔଷଧ କମ୍ପାନୀର କର୍ମଚାରୀ ଥିଲେ । ଘଟଣା ଦିନ ବିଳମ୍ବିତ ରାତିରେ କାମ ସାରି ସେ ଘରକୁ ଫେରିଥିଲେ । ଏହା ପରେ ଡିନର କରି ଶୋଇଥିଲେ । ଅକ୍ଟୋବର ୩ ତାରିଖ ରାତି ପ୍ରାୟ ୩ଟା ୧୫ ସମୟରେ ହଠାତ୍ ତାଙ୍କ ଶରୀରରେ ଜଳାପୋଡ଼ା ଅନୁଭବ କରିଥିଲେ । ଯେତେବେଳେ ସେ ଆଖି ଖୋଲି ଦେଖିଲେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଗରମ ତେଲ ଢାଳିଛନ୍ତି । କେବଳ ଏତିକି ନୁହେଁ ଏହା ପରେ ତାଙ୍କ ଉପରେ ଲଙ୍କା ଗୁଣ୍ଡ ମଧ୍ୟ ପକାଇଥିଲେ । ସବୁଠୁ ବଡ଼ କଥା ହେଉଛି ଏତେ ସବୁ କରିବା ପରେ, ତାଙ୍କ ସ୍ତ୍ରୀ କହିଥିଲେ ‘ଯଦି ତୁମେ ତୁମେ ପାଟ କର ତେବେ ମୁଁ ଆହୁରି ତେଲ ଢାଳି ଦେବି ।

ଦିନେଶଙ୍କ ଅନୁଯାୟୀ, ଯେତେବେଳେ ସେ ପ୍ରତିବାଦ କଲେ, ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଅଧିକ ତେଲ ଢାଳିବାକୁ ଧମକ ଦେଇଥିଲେ। ଦିନେଶ ଯନ୍ତ୍ରଣା ଏବଂ ଜଳାପୋଡ଼ାରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ଘରମାଲିକ ଏବଂ ତଳେ ରହୁଥିବା ପଡ଼ୋଶୀମାନେ ତୁରନ୍ତ ଉପର ମହଲାକୁ ଦୌଡ଼ି ଆସିଥିଲେ । କିନ୍ତୁ ଅଭିଯୁକ୍ତ ପତ୍ନୀ କବାଟ ବନ୍ଦ କରିଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଡ଼ୋଶୀମାନେ କହିଛନ୍ତି ଯେ ମହିଳା ଜଣକ ଭିତରରୁ କବାଟ ବନ୍ଦ କରିଦେଇଥିଲେ । ସେ ବହୁତ ସମୟ ପର୍ଯ୍ୟନ୍ତ କବାଟ ଖୋଲିବାକୁ ମନା କରିଦେଲେ । ପରେ, ଯେତେବେଳେ କବାଟ ଖୋଲିଲେ ଦିନେଶ ଗୁରୁତର ଭାବେ ପୋଡ଼ିଯାଇଥିଲେ । ଆଉ ତାଙ୍କ ସ୍ତ୍ରୀ ଘର ଭିତରେ ଲୁଚି ରହିଥିଲେ । ଏହା ପରେ ମହିଳା ଜଣକ କହିଥିଲେ ଯେ ସେ ନିଜେ ତାଙ୍କ ସ୍ୱାମୀଙ୍କୁ ଡାକ୍ତରଖାନା ନେଇଯିବେ । ତାଙ୍କ ସ୍ତ୍ରଙ୍କ କଥାରେ ପଡ଼ୋଶୀମାନେ ସନ୍ଦେହ ସୃଷ୍ଟି ହୋଇଥିଲା । ଶେଷରେ, ଘରମାଲିକ ଏକ ଅଟୋ ଡାକି ଦିନେଶଙ୍କୁ ନିଜେ ଡାକ୍ତରଖାନା ନେଇଗଲେ ।

ଦିନେଶଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିନେଶଙ୍କୁ ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଗୁରୁତର ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରିଥିଲେ । ସେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଛି ।

ରିପୋର୍ଟ ଅନୁଯାୟୀ, ଦିନେଶ ଏବଂ ତାଙ୍କ ପତ୍ନୀ ଆଠ ବର୍ଷ ଧରି ବିବାହିତ । ସେମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଚାଲିଥିଲା। ଦୁଇ ବର୍ଷ ପୂର୍ବରୁ ଦିନେଶଙ୍କ ସ୍ତ୍ରୀ CAW ସେଲ୍‌ରେ ଅଭିଯୋଗ କରିଥିଲେ । ଯଦିଓ ପରେ ଆପୋଷ ସମାଧାନ ହୋଇଥିଲା । ଏବେ ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ପତ୍ନୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୧୮, ୧୨୪ ଏବଂ ୩୨୬ ଅନୁଯାୟୀ ମାମଲା ରୁଜୁ କରିଛି । ମହିଳାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ବର୍ତ୍ତମାନ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Related Topics

Explore more stories

Sponsored
Wife Attacks Sleeping Husband with Hot Oil and Chili Powder in Delhi | Argus News