ଭାଜପାର ବଡ ଘୋଷଣା: କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ?

ଦିଲ୍ଲୀ ବିଧାନସଭା ନିର୍ବାଚନ ରେଜଲ୍ଟ । କିଏ କରିବ ସରକାର, ସଂଧ୍ୟା ପୂର୍ବରୁ ସ୍ପଷ୍ଟ ହୋଇଯିବ ଚିତ୍ର । ଏହା ପୂର୍ବରୁ ଭୋଟ୍ ଗଣତି ଟ୍ରେଣ୍ଡିଂ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ମ୍ୟାଜିକ୍ ନମ୍ବର ଛୁଇଁଛି । ପୋଷ୍ଟାଲ୍ ବାଲଟ୍ ଗଣତିରେ ଭାରତୀୟ ଜନତା ପାର୍ଟି ଆଗରେ ରହିଛି ।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ନିର୍ବାଚନ ଫଳାଫଳରେ, ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଭାରତୀୟ ଜନତା ପାର୍ଟିର ନେତାମାନେ ଖୁସି ମନେହେଉଛି। ଏହି ସମ୍ପର୍କରେ ଭାଜପା ନେତା ଯୋଗେନ୍ଦ୍ର ଚନ୍ଦୌଲି ଏକ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବେଦନ ଶୁଣିବା ପାଇଁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି। କେଜ୍ରିଓ୍ୱାଲ ବିଫଳ ହୋଇଛନ୍ତି। କେଜ୍ରିୱାଲ ତିହାର ଯିବେ ଏହା ନିଶ୍ଚିତ। ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ଏବେ ସେ ବିଧାୟକ ମଧ୍ୟ ହେବାକୁ ଯାଉନାହାଁନ୍ତି। ଦଳର ହାଇକମାଣ୍ଡ ଦ୍ୱାରା ମନୋନୀତ ଯେକୌଣସି ଦଳୀୟ କର୍ମୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।
ଆଉ କିଛି ସମୟ ପରେ ସବୁକିଛି ସ୍ପଷ୍ଟ ହୋଇଯିବେ। ଦିନ ସାଢ଼େ ୧୨ଟା ସୁଦ୍ଧା ବିଜେପି ୪୮ ଆସନରେ ଆଗୁଆ ରହିଥିବା ବେଳେ ଆପ୍ ୨୨ ସିଟ୍ରେ ଆଗୁଆ ରହିଛି । ଦିଲ୍ଲୀର ୭୦ ଆସନରୁ ଗୋଟିଏରେ ବି କଂଗ୍ରେସ ଆଗୁଆ ନାହିଁ । ବହୁମତରେ ବିଜେପି ଲିଡ କରୁଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: