ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଛେଦ : ସଞ୍ଜୁ ବାବା

ଅର୍ଗସ ବ୍ୟୁରୋ : ଚାଲିଛି ନିର୍ବାଚନ ପର୍ବ । କେଉଁ ନେତା ବା କେଉଁ ଷ୍ଟାର କେତେବେଳେ କେଉଁ ଦଳ ଡ଼େଉଁଛନ୍ତି କିଛି ଜଣା ପଡ଼ୁନି । ପୁଣି ଏହି ଅଭିଯାନରେ ସାମିଲ ହୋଇଛନ୍ତି ବଲିଉଡ଼ର ବାବା ବା ସଞ୍ଜୟ ଦତ୍ତ । ଶୁଣିବାକୁ ମିଳୁଛି ଏଥର ନିର୍ବାଚନ ଲଢିପାରନ୍ତି ସଞ୍ଜୟ ଦତ୍ତ । ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି । ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ୍ ଅଭିନେତା ସଞ୍ଜୁ ବାବା । ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଖବରକୁ ସଞ୍ଜୟ ଦତ୍ତ ଖଣ୍ଡନ କରିଛନ୍ତି । ସେ ନିର୍ବାଚନ ଲଢ଼ିବା ଖବର ସତ ନୁହେଁ ।
ଅଧିକ ପଢନ୍ତୁ ଭାରତ ଖବର
ଏହା କେବଳ ଏକ ଗୁଜବ ବୋଲି ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟଙ୍କ ବିରୋଧରେ ସେଲେବ୍ରିଟି କାର୍ଡ ଖେଳିପାରେ । ଏଥିପାଇଁ ହାଇକମାଣ୍ଡ ସଞ୍ଜୟ ଦତ୍ତଙ୍କ ନାଁ ଉପରେ ମୋହର ମାରି ସାରିଛନ୍ତି । ସଞ୍ଜୟ ଦତ୍ତଙ୍କ ବାପା ଦିବଙ୍ଗତ ସୁନୀଲ ଦତ୍ତ ମୁମ୍ବାଇରୁ ସାଂସଦ ଓ ମନ୍ତ୍ରୀ ଥିଲେ । ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ସାଂସଦ ଥିଲେ। ହରିଆଣା ସହ ସଞ୍ଜୟ ଦତ୍ତଙ୍କ ସ୍ୱତନ୍ତ୍ର ସମ୍ପର୍କ ରହିଛି ।