Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆସନ୍ତା ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ

ଅଧିକ ପଢନ୍ତୁ :  ଆସନ୍ତା ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ । ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଅଧିବେଶନ । ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୩ ଡିସେମ୍ବର ଯାଏ  ଚାଲିବ। ସଂସଦର ଶୀତକାଳୀନ ଅଧିବେଶନରେ ଏକ ଦେଶ ଏକ ନିର୍ବାଚନ ଏବଂ ୱାକଫ ବିଲ୍ ଉପସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ୱାନ ନେସନ ୱାନ ଇଲେକସନ ବିଧେୟକକୁ କ୍ୟାବିନେଟ ଅନୁମୋଦନ ମିଳିସାରିଛି ।

ଅଧିକ ପଢନ୍ତୁ : ଗୁଜରାଟର କଚ୍ଛରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ସେହିପରି ୱାକଫ୍ ବିଲ୍ ମଧ୍ୟ ଆଗତ ହେବା ସମ୍ଭାବନା ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଉପରେ ବିଚାର କରିବାକୁ  ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ବା ଜେପିସି ଗଠନ କରାଯାଇଥିଲା। ଏହା ବ୍ୟତୀତ ଅନେକ ବିଲ୍ ଅଛି ଯାହା ସଂସଦର ଶୀତକାଳୀନ ଅଧିବେଶନରେ ପାରିତ ହେବ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ନଭେମ୍ବର ୨୬ ରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ପୁରୁଣା ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ବୋଲି କୁହାଯାଉଛି।  ତେବେ ଏ ସମ୍ପର୍କରେ ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Winter Session of Parliament from 25 | Argus News