Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ

Key Points

  • ୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ
  • ହରିୟାଣା ପରେ ମହାରାଷ୍ଟ୍ରରୁ ସଂକେତ, ମୋଦି ମ୍ୟାଜିକ ହୋଇଛି ଆହୁରି ଟାଣ
  • ମହାରାଷ୍ଟ୍ରରେ ମହାବିଜୟ ପରେ ସଂସଦରେ ମୋଦିଙ୍କ ସଶକ୍ତ ଅବତାର
  • ଶୀତ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ପ୍ରହାର
  • କହିଲେ ଯେଉଁମାନଙ୍କୁ ଜନତା ବାରମ୍ବାର କରିଆସୁଛନ୍ତି ପ୍ରତ୍ୟାଖ୍ୟାନ
  • ସେମାନେ ସଂସଦରେ ଲୋକତନ୍ତ୍ରର ଭାବନାକୁ କରୁନାହାନ୍ତି ସମ୍ମାନ

ଅର୍ଗସ ବ୍ୟୁରୋ : ବଦଳିଯାଇଛି ଅନ୍ଦାଜ। ଏଥର ଆଉ ଅନୁରୋଧ କି ଆହ୍ବାନ ନୁହେଁ । ସିଧାସିଧା ଚେତାବନୀ। ବିରୋଧୀଙ୍କ ପ୍ରତି ଅଧିକ ଆକ୍ରାମକ ମୁଦ୍ରାରେ ପ୍ରଧାନମନ୍ତ୍ରୀ। ସଂସଦର ଶୀତ ଅଧିବେଶନ ଆରମ୍ଭରୁ  ଦେଖିବାକୁ ମିଳିଛି ମୋଦିଙ୍କ ସଶକ୍ତ ଅବତାର। ସବୁଥର ପରି ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରଖିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା। ଆଉ ବିରୋଧୀଙ୍କୁ କରିଛନ୍ତି ସିଧା ନିଶାନା। ତେବେ ଏଥର ପିଏମ୍ ଙ୍କ ଅନ୍ଦାଜ ଥିଲା ଅଲଗା। କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେଉଁମାନେ ବାରମ୍ବାର ହୋଇସୁଛନ୍ତି ଜନତାଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ। ସେମାନେ ହି ସଂସଦରେ କରାଇଦେଉନାହାନ୍ତି ଚର୍ଚ୍ଚା। ଲୋକତନ୍ତ୍ରର ଭାବନାକୁ କରୁନାହାନ୍ତି ସମ୍ମାନ। 

ଗତ ଲୋକସଭା ନିର୍ବାଚନରେ ୟୁପି, ମହାରାଷ୍ଟ୍ର ପରି ବଡ଼ ରାଜ୍ୟରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିରୋଧୀଙ୍କ ଅଭିଯୋଗ ଥିଲା ଦେଶରେ ଆଉ କାମ କରୁନି ମୋଦି ମ୍ୟାଜିକ୍। କିନ୍ତୁ ମାତ୍ର ୫ ମାସ ଭିତରେ ବଦଳିଯାଇଛି ଦେଶର ରାଜନୈତିକ ବାତାବରଣ। ଲୋକସଭା ଭୋଟରେ ଯେଉଁ ରାଜ୍ୟରେ ବିଜେପି ସହିଥିଲା ବଡ଼ କ୍ଷତି ସେଠାରେ ଜନତା ପୁଣି କରିଛନ୍ତି ମୋଦିଙ୍କ ନେତୃତ୍ବ ଉପରେ ଭରସା। ଗତ ଲୋକସଭା ନିର୍ବାଚନରେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ଆସନ ସଖ୍ୟା ୬୨ରୁ ଖସିଆସିଥିଲା ୩୩କୁ ସେପଟେ ସମାଜବାଦୀ ପାର୍ଟି ୫ରୁ ସିଧା ୩୭ ଆସନକୁ ଲମ୍ଫ ଦେଇଥିଲା।  ଆଉ କଂଗ୍ରେସର ଆସନବି ୧ରୁ ୬ ହୋଇଯାଇଥିଲା।

 କିନ୍ତୁ ସଦ୍ୟ ସମାପ୍ତ ୟୁପିର ୯ଟି ବିଧାନସଭା ଆସନ ଉପନିର୍ବାଚନରେ ବିଜେପି ଓ ସହୋଯୋଗୀ ୭ଟି ଆସନରେ କରିଛନ୍ତି ବାଜିମାତ। ଏସପି ସପକ୍ଷରେ ଯାଇଛି ମାତ୍ର ୨ଟି ଆସନ। ହରିୟାଣାରେ ୨୦୧୯ ଲୋକସଭା ନିର୍ବାଚନରେ ୧୦ରୁ ୧୦ ସିଟ୍ ହାତେଇଥିଲା ବିଜେପି। କିନ୍ତୁ ୨୦୨୪ ସଂସଦୀ ନିର୍ବାଚନରେ ବିଜେପି ଭାଗରେ ପଡ଼ିଥିଲା ମାତ୍ର ୫ଟି ଆସନ। ତେବେ ୪ ମାସ ପରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ହାସଲ କରିଥିଲା ବମ୍ପର ଭିକ୍ଟ୍ରି। ସେହିପରି ମହାରାଷ୍ଟ୍ରରେ ଗତ ଲୋକସଭା ନିର୍ବାଚନରେ ବିଜେପିର ଆସନ ୨୩ରୁ ସିଧା ୯ରୁ ଖାସି ଆସିଥିଲା। କଂଗ୍ରେସ ହାତେଇଥିଲା ସର୍ବାଧିକ ୧୩ ଆସନ। କିନ୍ତୁ ମାତ୍ର ୫ ମାସ ଭିତରେ ପଲଟିଗଲା ବାଜି। ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁଥିକୁ ମିଳିଲା ସର୍ବକାଳୀନ ସଫଳତା। ଏ ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରମାଣିତ କରିଛି ଦେଶରେ ପୁଣି ଫେରିଛି ମୋଦି ମ୍ୟାଜିକ୍। 
ସେଥିପାଇଁତ ପ୍ରଧାନମନ୍ତ୍ରୀଙ୍କର ଏପରି ଆଗ୍ରେସିଭ ଅବତାର। ଏଥିସହ ଜେଡିୟୁ ଓ ଟିଡିପି ପରି ଏନଡିଏର ବଡ଼ ସହଯୋଗୀଙ୍କୁ ବି ବଡ଼ ବାର୍ତ୍ତା ଦେଇଛି ମହାରାଷ୍ଟ୍ରର ମହାବିଜୟ। ସେମାନେ ବିଜେପିକୁ ଦୁର୍ବଳ ଭାବିବାର କେବେବି କରିବେନି ଭୁଲ। ବରଂ ମୋଦିଙ୍କ ସହ ରହିଲେ ହିଁ ସେମାନଙ୍କର ଭବିଷ୍ୟତର ରାଜନୀତି ରହିବ ସୁରକ୍ଷିତ ଏହି ବାର୍ତା ଦେଇଛି ମହାରାଷ୍ଟ୍ରରେ ମହାୟୁତିକୁ ବୃହତ ବିଜୟ। ସଂସଦର ଶୀତ ଅଧିବେଶନ ସାରା ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିବ। ୱାକଫ ଆଇନରେ ସଂଶୋଧନ ପରି ବିବାଦୀୟ ବିଲଗୁଡ଼ିକୁ ଆହୁରି ମଜଭୁତ ଢଙ୍ଗରେ ଉପସ୍ଥାନ କରିବେ ମୋଦି ସରକାର।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Within 5 months, the political atmosphere of the country changed | Argus News