Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିଅର ସହ ଖରାପ ସମ୍ପର୍କ ରଖି ଭିଡିଓ କଲା ଭାଉଜ…ପରେ ବ୍ଲାକମେଲିଂ କରି ୧୦ ଲକ୍ଷ ଦାବି କଲା

National

Shocking Incident / ଦିଅର ସହ ଖରାପ ସମ୍ପର୍କ ରଖି ଭିଡିଓ କଲା ଭାଉଜ…ପରେ ବ୍ଲାକମେଲିଂ କରି ୧୦ ଲକ୍ଷ ଦାବି କଲା

Ritu Das
Browse all articles by Ritu Das
·1 month ago·2 min read
ଦିଅର ସହ ଖରାପ ସମ୍ପର୍କ ରଖି ଭିଡିଓ କଲା ଭାଉଜ…ପରେ ବ୍ଲାକମେଲିଂ କରି ୧୦ ଲକ୍ଷ ଦାବି କଲା
Shocking Incident

Key Points

ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଛି ଏଭଳି ଏକ ଲଜ୍ଜାଜନକ ଖବର
ନବମ ଶ୍ରେଣୀ ନାବାଳକ ଦିଅର ସହ ଖରାପ ସମ୍ପର୍କ ରଖି ନିଜ ଭାଉଜ ଭିଡିଓ କରିଛନ୍ତି

କୁହାଯାଏ ଭାଉଜ ହେଉଛନ୍ତି ମାଆ ସମାନ । ସେହି ଭାଉଜ ଯଦି ଦିଅର ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିବ ତାହେଲେ ସମାଜ କେଉଁ ସ୍ତରକୁ ଯାଉଛି ତାକୁ କହିବାକୁ ବି ଲାଜ ଲାଗୁଛି। ନବମ ଶ୍ରେଣୀ ନାବାଳକ ଦିଅର ସହ ଖରାପ ସମ୍ପର୍କ ରଖି ନିଜ ଭାଉଜ ଭିଡିଓ କରିଛନ୍ତି। ନିଜ ଦିଅରଙ୍କ ସହ ଏଭଳି ଖରାପ କାମ କରିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଛି ଏଭଳି ଏକ ଲଜ୍ଜାଜନକ ଖବର । କେବଳ ଏତିକି ନୁହେଁ ଖରାପ ସମ୍ପର୍କ ରଖିବା ପରେ ନାବାଳକଙ୍କୁ ବ୍ଲାକମେଲ କରି ୧୦ ଲକ୍ଷ ଟଙ୍କା ଦାବି କରିଥିବା ମଧ୍ୟ ଅଭିଯୋଗ ହୋଇଛି। ବାରମ୍ବାର ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। 

ନାବାଳକ ଜଣକ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ଏବଂ ପରେ ଜାଣିବାକୁ ପାଇଥିଲେ କି, ତାଙ୍କ ଘରକୁ ଯାଇଛନ୍ତି ବୋଲି । ପଚରା ପଚରି କରିବା ପରେ ଜଣାପଇଥିଲା କି, ସାଙ୍ଗଙ୍କ ଭାଉଜ ନାବାଳକଙ୍କୁ ଧରି ବାହାରକୁ ଯାଇଛନ୍ତି । ପରେ ନାବାଳକଙ୍କ ମାଆ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାକୁ ଗୁରୁତର ନେବା ସହ ଖୋଜାଖୋଜି କରିଥିଲା । ଆଉ ଶେଷରେ ନୈନିତାଲର ଏକ ହୋଟେଲରୁ ତାଙ୍କୁ ଉଦ୍ଧାର କରିଥିଲା।

ଏହାସହ ପଢ଼ନ୍ତୁ: ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?

ଉଦ୍ଧାର ନାବାଳକ ଜଣକ ବେଶ ଭୟଭୀତ ହୋଇଯାଇଥିଲେ । ପରେ ସେ ସବୁ କଥା କହିଥିଲେ । ଭାଉଜ ତାଙ୍କ ସହ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଆଉ ପରେ ଭିଡିଓକୁ ଭାଇରାଲ କରାଇବାକୁ ଧମକ ମଧ୍ୟ ଦେଇଥିଲେ । ୧୦ ଲକ୍ଷ ଟଙ୍କା ପରିବାର ଲୋକଙ୍କଠାରୁ ଆଣିବା ପାଇଁ ମଧ୍ୟ କହିଥିଲେ । ଭୟରେ ହୋଟେଲରେ ରହିଥିଲେ ଏହି ନାବାଳକ ଜଣକ । ମହିଳାଙ୍କୁ ପୋକ୍ସୋ ଆଇନ୍ ଅନୁସାରେ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏବେ ମହିଳା ଜଣକ ପୋଲିସ ହେପାଜତରେ ଥିବାବେଳେ ତାଙ୍କୁ ପଚରାଉଚରା କରାଯାଉଛି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Woman Blackmails Minor After Illicit Video Demands Ten Lakh | Argus News