|
logo
Live

Argus News - ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?

Crime

Meerut shocking case / ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?
Meerut shocking case

Key Points

ଝିଅ ମୃତଦେହ ସହ ୫ ମାସ ବିତାଇଲା ବାପା
ଦୁର୍ଗନ୍ଧ ପାଇଁ ମୃତଦେହ ଉପରେ ପକାଉଥିଲେ ପରଫ୍ୟୁମ୍
ଉତ୍ତର ପ୍ରଦେଶର ମିରଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଯେଉଁଠି ଜଣେ ପିତା ତାର ଝିଅର ମୃତଦେହ ସହ ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ମାସ ଘରେ ବିତାଇଛି । ଏପରିକି ବ୍ୟକ୍ତି ଜଣକ ମୃତଦେହ ପାଖରେ ଶୋଉଥିଲେ ମଧ୍ୟ । ଦୁର୍ଗନ୍ଧ ହେବାରୁ ମୃତଦେହ ଉପରେ ପରଫ୍ୟୁମ୍ ସ୍ପ୍ରେ କରୁଥିଲେ । ଏହି ଘଟଣା ପଦାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି ।

  • କଣ ପୂରା ଘଟଣା ?
ଏହି ଘଟଣାଟି ଉତ୍ତର ପ୍ରଦେଶ ମିରଟ ସଦରର ତେଲି ମୋହଲ୍ଲା ଅଞ୍ଚଳରେ ଘଟିଛି । ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଉଦୟ ଭାନୁ ବିଶ୍ୱାସ ସେଠାରେ ରୁହନ୍ତି । ତାଙ୍କର ଏକ ୩୪ ବର୍ଷୀୟ ଝିଅ ପ୍ରିୟଙ୍କା ମଧ୍ୟ ଥିଲେ । ଉଦୟ ବହୁତ ଦିନ ଧରି ନିଖୋଜ ଥିଲେ। ଗୋଟିଏ ଦିନ ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭାଇ ବିଶ୍ୱଜିତ ବିଶ୍ୱାସ ଫୋନ୍ କରିଥିଲେ, କିନ୍ତୁ ସେ ଫୋନ୍ କାଟି ଦେଇଥିଲେ । କିଛି ସମୟ ପରେ ସେ ଫୋନ୍ ଉଠାଇଥିଲେ । ଯେତେବେଳେ ବିଶ୍ୱାସ ପଚାରୁଥିଲେ ଯେ ପ୍ରିୟଙ୍କା କେଉଁଠି ଅଛନ୍ତି, ଉଦୟ କହିଥିଲେ ଯେ ତାର ସ୍ୱାସ୍ଥ୍ୟ ଭଲ ନାହିଁ । ସେ ଡେରାଡୁନରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପରିକି ଭିନ୍ନ ଭିନ୍ନ ଉତ୍ତର ଦେଉଥିଲେ । 

ଏହାପରେ ବିଶ୍ୱାସଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ବହୁତ ଦିନ ଧରି ତାଙ୍କ ପରିବାରକୁ ଖୋଜୁଥିଲେ । ଶୁକ୍ରବାର ସନ୍ଧ୍ୟାରେ କେହି ଜଣେ ଫୋନ୍ କରି ତାଙ୍କୁ ଜଣାଇଲେ ଯେ ଉଦୟ ଭାନୁଙ୍କୁ ସେ ବେଗମବାଗ କୋଣରେ ଥିବା ଚା' ଦୋକାନରେ ଦେଖିଛନ୍ତି । ତା’ପରେ ବିଶ୍ୱଜିତ କିଛି ସମ୍ପର୍କୀୟଙ୍କ ସହିତ ଦୋକାନକୁ ଯାଇ ତାଙ୍କ କାକା (ଉଦୟ)ଙ୍କୁ ଧରିଥିଲେ । ଏହା ପରେ ସମସ୍ତେ ଉଦୟ ଭାନୁଙ୍କୁ ଧରି ତାଙ୍କ ଘରକୁ ଆଣିଲେ । ପଚରାଉଚରା ପରେ ଉଦୟ ସତ ମାନିଥିଲେ । ଯେତେବେଳେ ସେ ତାଙ୍କ ଝିଅର ମୃତଦେହ ଘର ଭିତରେ ଥିବା ପ୍ରକାଶ କଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

  • ଘରେ ପହଞ୍ଚିଲା ପୋଲିସ
ସମ୍ପର୍କୀୟମାନଙ୍କଠାରୁ ସୂଚନା ପାଇ ପୋଲିସ ଉଦୟ ଭାନୁଙ୍କ ସହିତ ଘରେ ପ୍ରବେଶ କରି ଆଶ୍ଚର୍ଯ୍ୟ ହୋଇଗଲେ । ଘର ଅଳିଆ ଆବର୍ଜନାରେ ଭରପୁର ଥିଲା । ପ୍ରିୟଙ୍କାଙ୍କ ମୃତଦେହ ବିଛଣା ଉପରେ ପଡ଼ିଥିଲା, କିନ୍ତୁ ଏହା ଏକ କଙ୍କାଳ ପାଲଟି ଯାଇଥିଲା । ଏହା ଶୁଣି ସେଠାରେ ଲୋକେ ରୁଣ୍ଡ ହୋଇଗଲେ । ପୋଲିସ ଏକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପଢନ୍ତୁ ଏହି ଖବର: ନିଶା ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା, ପାନ ଦୋକାନରେ ବିକ୍ରି ହେଉଛି ନିଶା ସମାଗ୍ରୀ

  • କେମିତି ପ୍ରିୟଙ୍କାଙ୍କ ମୃତ୍ୟୁ ହେଲା ?
ପ୍ରିୟଙ୍କା ପ୍ରାୟ ପାଞ୍ଚ ମାସ ପୂର୍ବରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସେ କମ୍ପ୍ୟୁଟର ବିଜ୍ଞାନ ପାଠ ପଢ଼ୁଥିଲେ । ତାଙ୍କ ବାପା ଉଦୟ ଲୋକମାନଙ୍କୁ କହିଥିଲେ ଯେ ସେ ଡେରାଡୁନରେ କାମ କରନ୍ତି । ତାଙ୍କ ଝିଅ ମଧ୍ୟ ସେଠାରେ ରହୁଥିଲେ । ଉଦୟ ଭାନୁ ପୋଲିସକୁ କହିଥିଲେ ଯେ ପ୍ରିୟଙ୍କା ଜଣ୍ଡିସରେ ପୀଡିତ ଥିଲେ । ଏହାପରେ ସେ ଝଡ଼ାଫୁଙ୍କା କରିଥିଲେ, କିନ୍ତୁ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଘରେ ପ୍ରିୟକାଙ୍କ ଶବ ସହିତ ଦୁଇ ମାସ ରହିଥିଲେ, ତା'ପରେ ଡେରାଡୁନକୁ ଚାଲିଯାଇଥିଲେ । ସେ କିଛି ସମୟ ପୂର୍ବରୁ ସେଠାରୁ ଫେରି ଆସିଥିଲେ। ସେତେବେଳେ ମଧ୍ୟ ପ୍ରିୟଙ୍କାଙ୍କ ଶରୀର ଅଧାରୁ ଅଧିକ ପଚି ଯାଇଥିଲା ।

  • ଦୁର୍ଗନ୍ଧ ପାଇଁ ଅତର ବ୍ୟବହାର କରୁଥିଲେ
ପ୍ରାରମ୍ଭିକ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଭାନୁ ବିଶ୍ୱାସ ଘର ଭିତରେ ରହୁଥିଲେ । ସେ ଗନ୍ଧକୁ ଘୋଡାଇବା ପାଇଁ ଅତର ବ୍ୟବହାର କରୁଥିଲେ । ତାଙ୍କ ଘରୁ ଅନେକ ଅତର ବୋତଲ ମଧ୍ୟ ମିଳିଛି । ଉଦୟ ଭାନୁଙ୍କୁ ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇ ସଦର ବଜାର ପୋଲିସ ଷ୍ଟେସନକୁ ପଠାଇ ଦେଇଥିଲା ।

  • ୨୦୧୩ରେ ସ୍ତ୍ରୀ କରିଥିଲେ ଆତ୍ମହତ୍ୟା
ଏହି ଘଟଣା ପରେ ପ୍ରିୟଙ୍କାଙ୍କ ମାଆ ଶର୍ମିଷ୍ଠାଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି । ୨୦୧୩ରେ ଭାନୁ ବିଶ୍ୱାସ ବାରାଣସୀର ୟୁପି ବୋର୍ଡ କାର୍ଯ୍ୟାଳୟରେ ନିଯୁକ୍ତ ଥିଲେ । ସେ ପ୍ରାୟତଃ ଘରକୁ ଆସିପାରୁନଥିଲେ, ଯାହାକୁ ନେଇ ତାଙ୍କ ପତ୍ନୀ ଶର୍ମିଷ୍ଠା ବିରକ୍ତ ହେଉଥିଲେ । ସେହି ସମୟରେ ଶର୍ମିଷ୍ଠା ସେମାନଙ୍କ ମିରଟ ଘରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ପ୍ରିୟଙ୍କା ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meerut shocking case: ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ? | Argus News