Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟ୍ରେନ୍‌ରେ ଇଲେକ୍ଟ୍ରିକ୍ କେଟିଲ୍‌ରେ ମହିଳା ରାନ୍ଧୁଛନ୍ତି ନୁଡଲ୍ସ, ତାଗିଦ୍ କଲା ରେଲୱେ

National

Viral Video / ଟ୍ରେନ୍‌ରେ ଇଲେକ୍ଟ୍ରିକ୍ କେଟିଲ୍‌ରେ ମହିଳା ରାନ୍ଧୁଛନ୍ତି ନୁଡଲ୍ସ, ତାଗିଦ୍ କଲା ରେଲୱେ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଟ୍ରେନ୍‌ରେ ଇଲେକ୍ଟ୍ରିକ୍ କେଟିଲ୍‌ରେ ମହିଳା ରାନ୍ଧୁଛନ୍ତି ନୁଡଲ୍ସ, ତାଗିଦ୍ କଲା ରେଲୱେ

Key Points

କୌଣସି ଏକ ଏକ୍ସପ୍ରେସ୍ ଟ୍ରେନ୍‌ର ଏସି କୋଚ୍‌ରେ ମହିଳା ଜଣଙ୍କ ଇଲେକ୍ଟ୍ରିକ୍ କେଟିଲ୍‌ ବୋର୍ଡର ସକେଟ୍‌ରେ ଲଗାଇଛନ୍ତି । ଟ୍ରେନ୍ ଯାତ୍ରା ବେଳେ ସେ ସେଥିରେ ନୁଡଲ୍ସ ରାନ୍ଧିବାରେ ଲାଗିଛନ୍ତି ।
ମୁମ୍ବାଇ: ଏସି ବଗିରେ ରନ୍ଧା ଚାଲିଛି ନୁଡଲ୍ସ । ନୁଡଲ୍‍ସ ରାନ୍ଧିବାର ସମ୍ପୂର୍ଣ୍ଣ ଭିଡିଓ ବି ରେକର୍ଡ ହୋଇ ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଇଛି । ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନ୍‌ ମୋଡ୍‌କୁ ଆସିଛି ଭାରତୀୟ ରେଳବାଇ ।

ଭାଇରାଲ୍ ଭିଡିଓରେ ଦେଖା ଯାଉଛି, କୌଣସି ଏକ ଏକ୍ସପ୍ରେସ୍ ଟ୍ରେନ୍‌ର ଏସି କୋଚ୍‌ରେ ମହିଳା ଜଣଙ୍କ ଇଲେକ୍ଟ୍ରିକ୍ କେଟିଲ୍‌ ବୋର୍ଡର ସକେଟ୍‌ରେ ଲଗାଇଛନ୍ତି । ଟ୍ରେନ୍ ଯାତ୍ରା ବେଳେ ସେ ସେଥିରେ ନୁଡଲ୍ସ ରାନ୍ଧିବାରେ ଲାଗିଛନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରେମିକ ପୋଛିଦେଲା ମଥା ସିନ୍ଦୂର, ସ୍ଵାମୀକୁ ଗୁଳି ପାଇଁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର

ମହିଳା ଜଣଙ୍କ ମରାଠି କହୁଥିବା ବେଳେ କେଟିଲ୍‌ରେ ନୁଡଲ୍ସ ରାନ୍ଧୁଛନ୍ତି । ପଛପଟେ ଚା' ରଖା ଯାଇଛି । ଭିଡିଓରେ ମହିଳା ଜଣଙ୍କ କହୁଛନ୍ତି, "ରେଡିମେଡ୍ ବ୍ରେକଫାଷ୍ଟ ତିଆରି କରାଗଲା । ମୁଁ ଯଦିଓ ହଲିଡେରେ ନାହିଁ, ତଥାପି ମୋ ରୋଷେଇ ଚାଲିଛି ।"

ଚଳନ୍ତା ଟ୍ରେନ୍‌ରେ ଇଲେକ୍ଟ୍ରିକ୍ କେଟିଲ୍‌ରେ ମହିଳା ଜଣଙ୍କ କେବଳ ନୁଡଲ୍ସ ରାନ୍ଧିଛନ୍ତି ତା' ନୁହେଁ ସେ ପ୍ରାୟ ୧୫ ଜଣଙ୍କ ଲାଗି ସେଥିରେ ଚା' ମଧ୍ୟ ପ୍ରସ୍ତୁତ କରିଛନ୍ତି । ତେବେ କେଉଁ ଟ୍ରେନ୍‌ରେ ଏସବୁ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।

ମହିଳାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅନେକ କହିଛନ୍ତି, "ଏଭଳି କରିବା ଦ୍ଵାରା ଅନ୍ୟ ଯାତ୍ରୀଙ୍କ ପ୍ରତି ବିପଦ ରହିଛି । ଟ୍ରେନ୍‌ରେ ଥିବା ସକେଟ୍ ସ୍ଵଳ୍ପ ଶକ୍ତିରେ ଚାଲୁଥିବା ଡିଭାଇସ୍ ଲାଗି, ଇଲେକ୍ଟ୍ରିକ୍ କେଟିଲ୍ ପାଇଁ ନୁହେଁ ।"


ଭାଇରାଲ୍ ଭିଡିଓ ଉପରେ କେନ୍ଦ୍ରୀୟ ରେଳବାଇ ମତାମତ ରଖିଛି । Xରେ ପୋଷ୍ଟ ଭିଡିଓକୁ ନେଇ କେନ୍ଦ୍ରୀୟ ରେଲୱେ ଲେଖିଛି, "ଟ୍ରେନ୍‌ରେ ଇଲେକ୍ଟ୍ରିକ୍ କେଟିଲ୍‌ର ବ୍ୟବହାର ଉପରେ ପ୍ରତିବନ୍ଧକ ରହିଛି । ଏହା ଅନ୍ୟମାନଙ୍କ ପ୍ରତି ବିପଜ୍ଜନକ ହୋଇପାରେ ।"

ଏଥିସହ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଏବି ଡିଭିଲିୟର୍ସ: କହିଲେ, "ଆପଣ ଖେଳାଳିଙ୍କୁ ଭାବୁଛନ୍ତି"....

ଏଥିସହ ଇଲେକ୍ଟ୍ରିକ୍ କେଟିଲ୍‌ରେ ନୁଡଲ୍ସ ତିଆରି କରିଥିବା ମହିଳା ଏବଂ ଭିଡିଓ ପୋଷ୍ଟ କରିଥିବା ପକ୍ଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କେନ୍ଦ୍ରୀୟ ରେଲୱେ ଲେଖିଛି । ଟ୍ରେନ୍‌ରେ ଇଲେକ୍ଟ୍ରିକ୍ କେଟିଲ୍‌ର ବ୍ୟବହାର ଅଗ୍ନିକାଣ୍ଡ, ବିଦ୍ୟୁତ୍ ବିତରଣ ବାଧା ସହ ACକୁ କ୍ଷତି ପହଞ୍ଚାଇପାରେ ବୋଲି କହିଛି କେନ୍ଦ୍ରୀୟ ରେଲୱେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Woman Cooks Noodles in Train Using Electric Kettle; Railways Warns | Argus News | Argus News