Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚତୁର୍ଥୀ ରାତିରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ପରିବାରରେ ସମସ୍ତେ ମିଶି...

National

Wedding Night / ଚତୁର୍ଥୀ ରାତିରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ପରିବାରରେ ସମସ୍ତେ ମିଶି...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଚତୁର୍ଥୀ ରାତିରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ପରିବାରରେ ସମସ୍ତେ ମିଶି...
Wedding Night

Key Points

ବିବାହ ହଉ ହଉ ପିତା-ମାତା ହୋଇଗଲେ ଦମ୍ପତ୍ତି
ଚତୁର୍ଥୀ ରାତିରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା
ସବୁ ପ୍ୟାରେଣ୍ଟମାନେ ବାପା-ମାଆ ହେବା ଖୁବ ଖୁସିର ବିଷୟ। ଅନେକ ପୂଜା ପାଠ କରି ଛୁଆଟିଏ ପାଇଥାନ୍ତି ବାପା-ମାଆ । କିନ୍ତୁ ଯଦି ଆପଣ ନୂଆ ନୂଆ ବିବାହ କରିଛନ୍ତି ଆଉ ଚତୁର୍ଥୀ ରାତିରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଉଛନ୍ତି, ତେବେ ଏହା ଆପଣଙ୍କୁ ଲାଗିବ। ଆଜ୍ଞା ହଁ, ଉତ୍ତର ପ୍ରଦେଶର ରାମପୁରରୁ ଏକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ନବବଧୂ ବିବାହର ପ୍ରଥମ ରାତିରେ ଏକ ସୁସ୍ଥ କନ୍ୟାଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାର ଜନ୍ମ ପରେ ପୁରା ଗାଁରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। କିନ୍ତୁ ଏହା କିପରି ସମ୍ଭ ଆସନ୍ତୁ ଜାଣିବା ପୁରା ଘଟଣା କଣ ଘଟିଛି।

ଖବର ନିଆଁ ପରି ପୁରା ଗାଁରେ ପ୍ରସାରିତ ହୋଇଗଲା। ସାହିପଡ଼ିଶା ଲୋକମାନେ ବଧୂ ଓ ନବଜାତକୁ ଦେଖିବା ପାଇଁ ଘରକୁ ପହଞ୍ଚିଲେ। ଗାଁର ମହିଳାମାନେ ଗୀତ ଗାଇ ଉତ୍ସବ କଲେ । ଏବଂ ବର ପିତା ହେବାର ଖୁସିରେ ଗାଁରେ ସମସ୍ତଙ୍କୁ ମିଠା ବଣ୍ଟିଲେ । ପୋଲିସ କହିଛି ଯେ ଦୁହିଁ ପକ୍ଷରେ ପୂର୍ବରୁ ନିଜ ନିଜ ଭିତରେ ସହମତି ଥିଲା ଏବଂ ବିବାହ ସମ୍ପୂର୍ଣ୍ଣ ପରସ୍ପରଙ୍କ ଇଚ୍ଛାରେ ହୋଇଛି। ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ, ରାମପୁର ଜିଲ୍ଲାର କୁମ୍ଭରିୟା ଗାଁର ରିଜୱାନଙ୍କ ବିବାହ ଗତ ଶନିବାର ସନ୍ଧ୍ୟାରେ ପାଖପାଖି ଗାଁର ଏକ ଯୁବତୀଙ୍କ ସହ ସମ୍ପୂର୍ଣ୍ଣ ରୀତିନୀତି ସହିତ ସମ୍ପନ୍ନ ହୋଇଥିଲା। ବିବାହ ପରେ ବିଳମ୍ବିତ ସନ୍ଧ୍ୟାରେ ନବବିବାହିତା ବୋହୂ ଶାଶୁ ଘରକୁ ଆସିଥିଲା।

ଏଥିସହ ପଢ଼ନ୍ତୁ: କଣ ଏହି ବ୍ଲାକ୍‌ ବକ୍ସ, କିଏ ରଖିଥିଲା ଅଜିତ୍‌ଙ୍କ ବିମାନରେ ?

ରାତି ପ୍ରାୟ ୧୨ଟା ପରେ ଅଚାନକ ନବବିବାହିତା ବୋହୂକୁ ହଠାତ୍ ଭୟଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପ୍ରଥମେ ପରିବାର ଲୋକମାନେ ଏହାକୁ ଗ୍ୟାସ୍ କିମ୍ବା ଦୁର୍ବଳତା ଭାବିଥିଲେ । ମାତ୍ର ଯନ୍ତ୍ରଣା ଏତେ ବଢ଼ିଗଲା ଯେ ବାଧ୍ୟ ହୋଇ ପରିବାର ଲୋକ ଡାକ୍ତରଙ୍କୁ ଡାକିଲେ । ଯାଞ୍ଚ ପରେ ଡାକ୍ତର କହିଥିଲେ ଯେ ବୋହୂଙ୍କର ପ୍ରସବ ବେଦନା ଆରମ୍ଭ ହୋଇଛି। ସକାଳ ହେବା ସହ ଘରେ ହିଁ ସୁରକ୍ଷିତ ଭାବେ ଏକ ସୁସ୍ଥ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା । ଶିଶୁର ଜନ୍ମ ପରେ ତାଙ୍କ ଶବ୍ଦରେ ପୁରା ଘରର ପରିବେଶ ସମ୍ପୁର୍ଣ୍ଣ ବଦଳିଯାଇଥିଲା । ଏବଂ ଖୁସିରେ ସମସ୍ତେ ଶିଶୁ ଜନ୍ମର ଉତ୍ସବ ମନେଇଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Wedding Night | Baby Born Hours After Wedding In UP’s Rampur As Bride Gives Birth On Wedding Night, Internet Stunned | Argus News | Argus News