Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାଇ-ଭଉଣୀ ସଂପର୍କରେ ପୂର୍ଣ୍ଣଛେଦ ପକାଇଲା ଭାଇ

Jitendra Dash
Browse all articles by Jitendra Dash
·2 years ago·1 min read
ଭାଇ-ଭଉଣୀ ସଂପର୍କରେ ପୂର୍ଣ୍ଣଛେଦ ପକାଇଲା ଭାଇ

ଅର୍ଗସ ବ୍ୟୁରୋ : ବିଧର୍ମୀ ଯୁବକଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା  । ହେଲେ ଦୁର୍ଭାଗ୍ୟକୁ ଦେଖି ଦେଲା ଭାଇ । ଏହି ବଦନାମରୁ ବାହାରିବା ପାଇଁ ଆହୁରି ବଡ଼ ପାପ କଲେ ଦୁଇ ଭାଇ । ଯେଉଁ ହାତ ଦିନେ ଭଉଣୀକୁ ସୁରକ୍ଷା ଦେବାର କଥା ଦେଇଥିଲା, ସେହି ହାତରେ ଭଉଣୀକୁ କଲା ହତ୍ୟା । ହତ୍ୟା ପରେ ଦୁଇ ଭାଇ ତା’ର ଶବକୁ ଗାଜିଆବାଦର କେନାଲ୍‌ରେ ଫିଙ୍ଗି ଦେଲେ । ଏପରି ଅଭିଯୋଗ ଆସିଛି ନୂଆଦିଲ୍ଲୀର ଗାଜିଆବାଦରୁ । ସୂଚନା ଅନୁସାରେ, ଗତ ଶନିବାର ସନ୍ଧ୍ୟା ବେଳେ ପୋଲିସ ପାଟ୍ରୋଲ୍‌ ଟିମ୍‌ ମୁରାଦନଗରରେ ଦୁଇଜଣ ଲୋକଙ୍କୁ ଦେଖି କୁଆଡୁ ଆସିଲ ବୋଲି ପଚାରିଥିଲା । ତାଙ୍କର ଉତ୍ତର ସନ୍ଦେହଜନକ ହେବାରୁ ପୋଲିସ କର୍ମଚାରୀମାନେ ସେମାନଙ୍କୁ ଜେରା କରିଥିଲେ । 

 

ସେତେବେଳେ ଜଣାପଡ଼ିଲା ଯେ, ଜଣେ ହେଉଛନ୍ତି ସୁଫିୟାନ୍‌ ଓ ଆର ଜଣକ ତାଙ୍କର ସମ୍ପର୍କୀୟ ଭାଇ ମହତାବ । ଗାମୁଛାରେ ଭଉଣୀକୁ ସ୍ବାଶରୁଦ୍ଧ କରି ମାରି ହତ୍ୟା କରିବା ପରେ ତା’ର ଶବକୁ ଗାଙ୍ଗନହର କେନାଲ୍‌ରେ ଫିଙ୍ଗି ଦେଇଥିବା କଥା ସେମାନେ ସ୍ବୀକାର କଲେ । ତୁରନ୍ତ ପୋଲିସ ସକ୍ରିୟ ହୋଇ କେନାଲ୍‌ରେ ତଲାସ ଆରମ୍ଭ କଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହାଜତରେ ଥିବା ଦୁଇ ଭାଇ କହିଛନ୍ତି, ସେମାନଙ୍କ ଭଉଣୀ ଶିବା ଦିଲ୍ଲୀରେ ଥିବା ଆତ୍ମୀୟଙ୍କ ସହିତ ରହୁଥିଲା । ମୁଫିୟାନ୍‌ଙ୍କ ଘର ଉତ୍ତରାଖଣ୍ଡର ରୂର୍କିରେ ଏବଂ ତାଙ୍କ ମାମୁପୁଅ ଭାଇ ମହତାବଙ୍କ ଘର ମୁଜାଫରନଗରରେ । ଭଉଣୀ ଅନ୍ୟ ଧର୍ମର ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଜାଣି ସେମାନେ ବିରୋଧ କରିଥିଲେ । ଶେଷରେ ଭଉଣୀ ଶିବାକୁ ହତ୍ୟା କରି କେନାଲ୍‌ରେ ଫିଙ୍ଗି ଦେଇଥିଲେ । କେନାଲ୍‌ରୁ ଶିବାଙ୍କର ପୋଷାକ, ଚପଲ ଓ ହତ୍ୟା କାଣ୍ଡରେ ବ୍ୟବହୃତ ଗାମୁଛା ଉଦ୍ଧାର କରାଯାଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ଶବ ମିଳିନାହିଁ ।  
 

Sponsored