Videos
|
National

ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ଵକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ

Jitendra Dash
Browse all articles by Jitendra Dash
·2 years ago·1 min read
ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ଵକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଅର୍ଗସ ବ୍ୟୁରୋ : ଦୀପାବଳି ପୂର୍ବରୁ ମହିଳା ଯବାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ଵକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ । ଭାରତୀୟ ସଶସ୍ତ୍ର ବାହିନୀରେ କାର୍ୟ୍ୟରତ ମହିଳା ସୈନିକ, ନାବିକ ଓ ବାୟୁସେନା ଯୋଦ୍ଧାମାନଙ୍କୁ ସମାନ ମାତୃତ୍ଵ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଛୁଟି ପ୍ରଦାନ କରୁଥିବା ଏକ ଅଭୂତପୂର୍ବ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଏହି ନୂଆ ନିୟମ ସବୁ ପଦବୀର ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ । ଅଫିସରମାନେ ଯେଭଳି ଛୁଟିର ଲାଭ ପାଉଛନ୍ତି ଅନ୍ୟ ସମସ୍ତ ମହିଳା ସୈନିକ ଓ କର୍ମଚାରୀ ସେହି ସମାନ ଲାଭ ପାଇପାରିବେ । ଛୁଟି ନିୟମର ସମ୍ପ୍ରସାରଣ ସେନାରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସମାଧାନ କରିବ ଏବଂ ସେମାନଙ୍କ କାର୍ଯ୍ୟ ଅବସ୍ଥାରେ ଉନ୍ନତି ଆଣିବ । ଏହାଦ୍ଵାରା ସେମାନେ ସେମାନଙ୍କ ବୃତ୍ତିଗତ ଏବଂ ପାରିବାରିକ ଜୀବନକୁ ଅଧିକ ପ୍ରଭାବଶାଳୀ ଭାବରେ ସନ୍ତୁଳିତ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । 

୨୦୧୯ରେ ଭାରତୀୟ ସେନାରେ ମହିଳାମାନଙ୍କୁ ମିଲିଟାରି ପୋଲିସ କର୍ପସରେ ସୈନିକ ଭାବେ ନିଯୁକ୍ତି ଦିଆଯାଇ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି । ଏହି ନିଷ୍ପତ୍ତି ଲିଙ୍ଗଗତ ସମାନତା ପାଇଁ ସଶସ୍ତ୍ର ବାହିନୀର ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନକୁ ସୂଚାଇଥାଏ । ପୂର୍ବରୁ ମାତୃତ୍ବ ଓ ଶିଶୁ ଯତ୍ନ ସୁବିଧା ମୁଖ୍ୟତଃ ମହିଳା ଅଧିକାରୀଙ୍କ ପାଇଁ ଉପଲବ୍ଧ ହେଉଥିଲା ଏବଂ ଅନ୍ୟ ପଦବୀ ପାଇଁ ସୀମିତ ବିକଳ୍ପ ରହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: