Videos
|
National

Kiren Rijiju targets opposition / ମହିଳା ସଂରକ୍ଷଣ ବିଲ୍ ପାରିତ ନହେବା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ କିରନ୍ ରିଜିଜୁ

Bikash Mohanty
Browse all articles by Bikash Mohanty
·4 months ago·2 min read
ମହିଳା ସଂରକ୍ଷଣ ବିଲ୍ ପାରିତ ନହେବା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ କିରନ୍ ରିଜିଜୁ
Kiren Rijiju

Key Points

ବିରୋଧୀଙ୍କୁ ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କ ଟାର୍ଗେଟ
ମହିଳା ସଂରକ୍ଷଣ ବିଲ୍ ପାରିତ ନହେବା ପ୍ରସଙ୍ଗରେ ବର୍ଷିଲେ କିରନ୍ ରିଜିଜୁ
ଦେଶର ମହିଳାମାନଙ୍କ କ୍ରୋଧ ବିରୋଧୀଙ୍କୁ ସହିବାକୁ ପଡ଼ିବ
ନୁଆଦିଲ୍ଲୀ, ୧୮/୦୪: ମହିଳା ସଂରକ୍ଷଣ ନେଇ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇନପାରିବା ପରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ । ସେ କହିଛନ୍ତି କଂଗ୍ରେସ ଦଳ ଏବଂ ବିରୋଧୀଙ୍କୁ ଦେଶର ମହିଳାମାନଙ୍କ କ୍ରୋଧ ସହିବାକୁ ପଡ଼ିବ। ସେମାନଙ୍କ ଉପରେ ଲାଗିଥିବା ଏହି କଳଙ୍କ କେବେବି ଧୋଇ ହୋଇଯିବ ନାହିଁ। ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କୁ ସ୍ଥାନ ଦେବା ପାଇଁ ଏହା ଏକ ଐତିହାସିକ ବିଲ୍ ଥିଲା। ଏହାକୁ ବିରୋଧ କରିବାର କାରଣ କ’ଣ ହୋଇପାରେ? ଦେଶ ପାଇଁ ଏହା ଏକ କଳା ଦିବସ ଥିଲା ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ

ସେପଟେ ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଏହାପରେ ବାଚସ୍ପତି ଓମ୍ ବିର୍ଲା ନିଜ କାର୍ଯ୍ୟାଳୟରେ ସାଂସଦମାନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ, କଂଗ୍ରେସ ସାଂସଦ କୁମାରୀ ସୈଲଜା, କଂଗ୍ରେସ ସାଂସଦ କେ.ସି. ଭେଣୁଗୋପାଳ ଏବଂ ଅନ୍ୟାନ୍ୟ ସାଂସଦମାନେ ଉପସ୍ଥିତ ଥିଲେ।

ପଢନ୍ତୁ ଏହି ଖବର: ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା କ୍ଷମା କରିବେ ନାହିଁ

କଂଗ୍ରେସ ଓ ଏହାର ସହଯୋଗୀ ଦଳଙ୍କ ଜନ ବିରୋଧୀ ଓ ମହିଳା ବିରୋଧୀ ଚେହେରା ଉଜାଗର ହୋଇଛି । କାରଣ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ବାଟ ଓଗାଳିଛି କଂଗ୍ରେସ ଦଳ । ସଂସଦରେ ଏହି ଐତିହାସିକ ବିଲକୁ ବିରୋଧ କରିବା ପରେ ମହିଳାଙ୍କ ପାଇଁ କଂଗ୍ରେସର ମିଛ କାନ୍ଦଣା ଧରା ପଡ଼ିଯାଇଛି । କଂଗ୍ରେସ ସମେତ ତମାମ ବିରୋଧୀ ଦଳଙ୍କ ଅସହଯୋଗରୁ କାଟ୍ ଖାଇଯାଇଛି ମହିଳାଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଅଣାଯାଇଥିବା ୧୩୧ତମ ସମ୍ବିଧାନ ସଂସୋଧନ ବିଲ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଏହି ଘୋଷଣା ପରେ ହିଁ ଧରାପଡ଼ିଗଲା କଂଗ୍ରେସ ସମେତ ତମାମ ବିରୋଧୀ ଦଳଗୁଡ଼ିକର ମହିଳାଙ୍କ ପାଇଁ ମିଛ କାନ୍ଦଣା । ଯେଉଁମାନେ ମହିଳା ସରଂକ୍ଷଣକୁ ସମର୍ଥନ କରୁଛନ୍ତି ବୋଲି ଛାତି ପିଟୁଥିଲେ, ସେହି ବିରୋଧୀ ଦଳର ସଦସ୍ୟମାନେ ସଂସଦରେ ଅଣାଯାଇଥିବା ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ବିପକ୍ଷରେ ଭୋଟ୍ ଦେଲେ । ଆଉ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣର ବାଟ ଓଗାଳିଲେ । ଲୋକସଭାରେ ଉପସ୍ଥିତ ଥିବା ମୋଟ୍ ୫୨୮ ଜଣ ସଦସ୍ୟଙ୍କ ମଧ୍ୟରୁ ୨୯୮ ଜଣ ବିଲ୍ ସପକ୍ଷରେ ଓ ୨୩୦ ଜଣ ଏହା ବିରୋଧରେ ଭୋଟ୍ ଦେଇଥିଲେ । ବିଲ୍ ପାରିତ କରିବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକେ ହେଉଥିବାରୁ ବିଲଟି ଭୋଟିଂ ପରେ କାଟ୍ ଖାଇଗଲା । ବିରୋଧୀଙ୍କ ଏଭଳି ଦୋମୁହାଁ ନୀତିକୁ ଜୋରଦାର ପ୍ରତିବାଦ କରିଥିଲେ ଏନଡିଏର ମହିଳା ସାଂସଦ ବାଂଶୁରୀ ସ୍ବରାଜ, ହେମା ମାଳିନୀ ଓ କଙ୍ଗନା ରନାୱତ।

ସୋସିଆଲ ମିଡିଆରେ ପୋଷ୍ଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମହିଳାଙ୍କୁ ମିଳୁଥିବା ଅଧିକାରକୁ ଏମାନେ ହଜମ କରିପାରୁ ନାହାନ୍ତି । ତେଣୁ ନିଜର ଏହି କୁଣ୍ଠାକୁ ଲୁଚାଇବା ପାଇଁ ଡିଲିମିଟେସ୍ ପଛରେ ଲୁଚୁଛନ୍ତି । ଦେଶର ନାରୀ ଶକ୍ତିଙ୍କ ପ୍ରତି ସେମାନଙ୍କର ଘୃଣା ଆଜି ପୁଣିଥରେ ସଂସଦରେ ପଦାରେ ପଡ଼ିଯାଇଛି ।
Kiren Rijiju targets opposition | Kiren Rijiju Targets Opposition After Women’s Reservation Bill Fails in Lok Sabha | Argus News