Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi Speech / 'ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା କ୍ଷମା କରିବେ ନାହିଁ'

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
'ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା କ୍ଷମା କରିବେ ନାହିଁ'
Narendra Modi

Key Points

ମହିଳା ସଂରକ୍ଷଣ ବିଲ୍ ଉପରେ ମୋଦିଙ୍କ ଚେତାବନୀ
ମହିଳା ସଂରକ୍ଷଣକୁ ବିରୋଧ କଲେ କ୍ଷମା ନାହିଁ
ନାରୀ ଶକ୍ତି ଉପରେ ମୋଦିଙ୍କ ଭରସା
ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆଗତ ହୋଇଛି ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ । ମହିଳା ସଂରକ୍ଷଣ ବିଲ୍ ଆଗତ ସହ ଲୋକସଭା ସଦସ୍ୟ ସଂଖ୍ୟା ୫୦% ବୃଦ୍ଧି କରାଯାଇ ୮୫୦ କରିବାକୁ ଦିଆଯାଇଛି ପ୍ରସ୍ତାବ । ଏପରି ସୁଯୋଗ ଆମ ପାଇଁ ସୌଭାଗ୍ୟର କଥା, ଏହାକୁ ରାଜନୈତିକ ରଙ୍ଗ ଦେବା ଅନାବଶ୍ୟକ ବୋଲି ସଂସଦରେ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।


ସେ ଆହୁରି କହିଛନ୍ତି, ଦେଶ ନୂଆ ଆତ୍ମବିଶ୍ବାସ ସହ ଆଗକୁ ବଢୁଛି । ଆଧା ଭାରତ ନୀତି ନିର୍ଦ୍ଧାରଣରେ ଭାଗ ନେଇଛନ୍ତି । ମହିଳା ସଂରକ୍ଷଣ ବିଲ୍ ବହୁ ପୂର୍ବରୁ ଲାଗୁ ହେବାର ଥିଲା ବୋଲି କହିଛନ୍ତି ମୋଦି । ୩୩ ପ୍ରତିଶତ ମହିଳାଙ୍କୁ ଏକାସହ ଆସିବାକୁ ଦିଅ । ଝିଅମାନେ ସବୁ କ୍ଷେତ୍ରରେ କମାଲ କରୁଛନ୍ତି । ଦେଶ ନୂଆ ଆତ୍ମବିଶ୍ବାସ ସହ ଆଗକୁ ବଢୁଛି ବୋଲି ସଂସଦରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।


ମହିଳା ସଂରକ୍ଷଣ ବିଲକୁ ଚଳିତ ଶତାବ୍ଦୀର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କହିବା ସହ ଏହାକୁ ବିରୋଧ କଲେ ଦେଶର ନାରୀ ଶକ୍ତି କ୍ଷମା କରିବେନି ବୋଲି ବିରୋଧୀଙ୍କୁ ଚେତାଇ ଦେଇଛନ୍ତି ପିଏମ । ବିକଶିତ ଭାରତ ପାଇଁ ନାରୀ ଶକ୍ତିର ଆବଶ୍ୟକତା ରହିଛି । ଦେଶ ଏବେ ଭଲ ସ୍ଥିତିରେ ଅଛି । ମହିଳାଙ୍କୁ ସଂରକ୍ଷଣ ଗଣତନ୍ତ୍ରର ସପକ୍ଷରେ ରହିଛି । ବିଲକୁ ଦେଶର ଦଶା, ଦିଶା ନିର୍ଣ୍ଣୟ କରିବା ଭଳି ବିଲ୍ କହିବା ସହ ଆମେ ନାରୀକୁ ତାଙ୍କର ହକ୍ ଦେଉଛୁ ବୋଲି କହିଛନ୍ତି ମୋଦି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narendra Modi on Women’s Reservation Bill: ‘Opposition Won’t Be Forgiven’ | Argus News