Videos
|
National

Diabetes Symptoms / ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

Bikash Mohanty
Browse all articles by Bikash Mohanty
·32 mins ago·2 min read
ଆଜି ବିଶ୍ୱ ମଧୁମେହ ଦିବସ,  ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ
Diabetes

Key Points

ଆଜି ବିଶ୍ୱ ମଧୁମେହ ଦିବସ
ଘରେ ଘରେ ମଧୁମେହ ରୋଗୀ ଚିହ୍ନଟ ହେଉଛନ୍ତି
ଏହା ହୃତପ୍ତଣ୍ଡ, ଆଖି, ସ୍ନାୟୁ ଓ କିଡନୀକୁ ପ୍ରଭାବିତ କରିଥାଏ
ଭୂବନେଶ୍ବର, ଆଜି ବିଶ୍ୱ ମଧୁମେହ ଦିବସ । ବିଶ୍ୱର ସର୍ବବୃହତ ମଧୁମେହ ସଚେତନତା ଅଭିଯାନ, ଯାହା ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ୍ ହେଉଛି- ମଧୁମେହର ଶୀଘ୍ର ନିରାକରଣ, ଗୁଣାତ୍ମକ ଚିକିତ୍ସା ଓ ଏହାକୁ ନେଇ ରହିଥିବା ସାମାଜିକ କଳଙ୍କକୁ ଦୂର କରିବ।  ଏବେ ଆଉ କେବଳ ବୟସ୍କ ନୁହନ୍ତି, ଯୁବପିଢ଼ିଙ୍କୁ ବି ଘାରିଲାଣି ଡାଇବେଟିସର ଚିନ୍ତା। ମାତ୍ର ୨୫ ବର୍ଷ ବୟସରେ ବି ଯୁବପିଢିଙ୍କ ଠାରେ ଦେଖାଯାଉଛି ଡାଇବେଟିସ୍ ଭଳି ଗମ୍ଭୀର ସମସ୍ୟା।

ମଧୁମେହ ଏକ ଦୀର୍ଘସ୍ଥାୟୀ ରୋଗ, ଯେଉଁଥିରେ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇଥାଏ । ଏହା ଶରୀରର ରକ୍ତନଳୀକୁ କ୍ଷତି ପହଞ୍ଚାଇବା ସହ ହୃତପ୍ତଣ୍ଡ, ଆଖି, ସ୍ନାୟୁ ଓ କିଡନୀକୁ ପ୍ରଭାବିତ କରିଥାଏ । ଯେତେବେଳେ ଅଗ୍ନାଶୟ ପର୍ଯ୍ୟାପ୍ତ କିମ୍ବା ଆଦୌ ଇନସୁଲିନ୍ ତିଆରି କରେ ନାହିଁ, ସେତେବେଳେ ଏହି ରୋଗ ହୋଇଥାଏ ।

ଟାଇପ-୧ ଡାଇବେଟିସ୍ ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ, କିନ୍ତୁ ଯେକୌଣସି ବୟସରେ ମଧ୍ୟ ଏହା ହୋଇପାରେ । ଟାଇପ୍-୨ ଡାଇବେଟିସ୍ କ୍ଷେତ୍ରରେ ଶରୀର ଇନସୁଲିନ୍ ବ୍ୟବହାର କରିବାରେ ଅସୁବିଧା ଭୋଗ କରେ କିମ୍ବା ପର୍ଯ୍ୟାପ୍ତ ଇନସୁଲିନ୍ ତିଆରି କରିପାରେ ନାହିଁ । ଏହାର ଲକ୍ଷଣଗୁଡ଼ିକ ବହୁତ ହାଲୁକା ହୋଇଥିବାରୁ ବର୍ଷ ବର୍ଷ ଧରି ଧରାପଡ଼େ ନାହିଁ ।

ପଢନ୍ତୁ ଏହି ଖବର: ଶୀତଦିନେ ବଢ଼େ ହୃଦଘାତ ଆଶଙ୍କା ! ଜାଣିବା କାହିଁକି ବଢ଼େ ହୃଦଘାତ ଆଶଙ୍କା ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ- NFHSର ୨୦୨୩-୨୪ ସର୍ଭେ ରିପୋର୍ଟ ଅନୁଯାୟୀ, ଦେଶରେ ମଧୁମେହ ବା ଅଧିକ ରକ୍ତ ଶର୍କରା ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ଅଧିକ ବ୍ଲଡ୍ ସୁଗାର ଥିବା ବା ମଧୁମେହ ଔଷଧ ସେବନ କରୁଥିବା ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୧୫-୪୯ ବର୍ଷ କ୍ଷେତ୍ରରେ ୧୭.୮% ମହିଳା ଓ ୨୦.୯% ପୁରୁଷଙ୍କ କ୍ଷେତ୍ରରେ ବୃଦ୍ଧି ପାଇଛି ଡାଇବେଟସ୍। ଯାହା NFHS-5 ଅର୍ଥାତ ୨୦୨୨-୨୩ରେ ଯଥାକ୍ରମେ ୧୩.୫% ଏବଂ ୧୫.୬% ଥିଲା।  ଜାତୀୟ ସ୍ତରରେ ପ୍ରାୟ ୭୪.୨% ମଧୁମେହ ରୋଗୀଙ୍କ ପୂର୍ବରୁ ରୋଗ ଚିହ୍ନଟ ହୋଇପାରିଛି। ୫୯.୪% ଲୋକ ଔଷଧ ସେବନ କରୁଛନ୍ତି । ୬୫.୫% ଲୋକେ ଗ୍ଲାଇସେମିକ୍ ନିୟନ୍ତ୍ରଣରେ ରହିଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଏବେ ବି ବଡ଼ଧରଣର ବ୍ୟବଧାନ ରହିଛି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ମଧୁମେହ ଓ ମୋଟାପଣ ସହରରେ ସୀମିତ ନାହିଁ। ଏହା ଧିରେ ଧିରେ ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି।

ମଧୁମେହଠାରୁ କେମିତି ଦୂରରେ ରହିବେ ?

ସୁସ୍ଥ ଜୀବନଶୈଳୀ ମଧୁମେହର ଆଶଙ୍କା କମାଇବାରେ ସହାୟକ ହୋଇଥାଏ। ଏଥିପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଫଳ ଓ ପନିପରିବା ସେବନ, ଓଜନ ନିୟନ୍ତ୍ରଣ ଏବଂ ମିଠା ଓ ଅଧିକ ଚିନିଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ। ଏହାସହ ନିୟମିତ ଭାବେ ରକ୍ତ ଶର୍କରା ପରୀକ୍ଷା କରିବା ମଧ୍ୟ ଜରୁରୀ। ମଧୁମେହକୁ ଅବହେଳା କଲେ ହୃଦ୍‌ରୋଗ, କିଡନୀ ସମସ୍ୟା, ଆଖି ଓ ସ୍ନାୟୁଜନିତ ଜଟିଳତା ଦେଖାଦେଇପାରେ।