Videos
|
National

Devotion / ଦୁନିଆର ସବୁଠୁ ବଡ଼ ଲିଙ୍ଗ

Arpita Mohanty
Browse all articles by Arpita Mohanty
·2 years ago·2 min read
ଦୁନିଆର ସବୁଠୁ ବଡ଼ ଲିଙ୍ଗ
Devotion News

Key Points

  • ଏଇଠି ଅଛି ଦୁନିଆର ସବୁଠୁ ବଡ଼ ଲିଙ୍ଗ
  • ସିଏ ପୁଣି ଅର୍ଦ୍ଧନିର୍ମିତ ଅବସ୍ଥାରେ

ଅର୍ଗସ ବ୍ୟୁରୋ: ଶ୍ରାବଣ ମାସରେ ଆମେ ସମସ୍ତେ ଶିବ ମନ୍ଦିର ଯାଆନ୍ତା । କିଏ ଜଳାଭିଷେକ କରେ, କିଏ ରୁଦ୍ରାଭିଷେକ କରେ ତ ଆଉ କିଏ ଦର୍ଶନ କରେ । କଥାରେ ଅଛି ଭଗବାନଙ୍କ ରୂପ ଓ ଆକାର କେବେ ତୁଳନା କରାଯାଏନି । ହେଲେ ମନରେ କେବେନା କେବେ ପ୍ରଶ୍ନ ଆସିଥିବ, ବିଶ୍ଵର ସବୁଠୁ ବଡ଼ ଶିବଲିଙ୍ଗ କେଉଁଠାରେ ଅଛି ? 

ବାବା ଭୋଜେଶ୍ବର । ନାଁ ଯେମିତି କରୁଣା ବି ସେମିତି । ସବୁ ମନ୍ଦିର ପରି ଏହି ମନ୍ଦିରରେ ବି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ । ହେଲେ ମନ୍ଦିରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି । ମଧ୍ୟପ୍ରଦେଶ ଭୋପାଳ ନିକଟରେ ଥିବା ଭୋଜପୁର ସହରରେ ଭୋଜେଶ୍ବର ମନ୍ଦିର ଅବସ୍ଥିତ । ପରମାର ବଂଶର ରାଜା ଭୋଜଙ୍କ ନାମ ଅନୁଯାୟୀ ଏହି ସହରର ନାମ ଭୋଜପୂର ରଖାଯାଇଛି। ଐତିହାସିକ ତଥ୍ୟ ଅନୁଯାୟୀ ରାଜା ଭୋଜ ଏହି ଶିବ ମନ୍ଦିରର ନିର୍ମାଣ କରିଥିଲେ। ଏଠାରେ ଥିବା ଦୁନିଆର ସବୁଠାରୁ ବଡ଼ ଶିବଲିଙ୍ଗର ଉଚ୍ଚତା 2.3 ମିଟର, ପରିଧି 5.4 ମିଟର ଏବଂ ମୋଟ ଉଚ୍ଚତା ହେଉଛି 12 ମିଟର।

ବାବା ଭୋଜେଶ୍ବର ମନ୍ଦିରର କିଛି ପୌରାଣିକ କିମ୍ବଦନ୍ତୀ ମଧ୍ୟ ରହିଛି । କୁହାଯାଏ, ପାଣ୍ଡବ ମାତା କୁନ୍ତିଙ୍କ ପୂଜା ପାଇଁ ଏହି ଶିବ ମନ୍ଦିରର ନିର୍ମାଣ କରିଥିଲେ। ସ୍ବୟଂ ଭୀମ ବଡ଼ ବଡ଼ ପଥର ଦ୍ବାରା ଏହି ମନ୍ଦିରର ନିର୍ମାଣ କରିଥିଲେ। ଐତିହାସିକ ମତ ଅନୁଯାୟୀ ମନ୍ଦିର ସମ୍ପୂର୍ଣ୍ଣ ନହେବା ପଛରେ ଅନେକ କାରଣ ରହିଛି ଯେମିତି କି କୁହାଯାଏ ଯେତେବେଳେ ମନ୍ଦିର ନିର୍ମାଣ ଚାଲିଥିଲା ସେତେବେଳେ ଗୁଜୁରାଟର ସୋମନାଥ ମନ୍ଦିରକୁ ଆଫଗାନିସ୍ତାନ ମୁସଲମାନ ଆକ୍ରମଣ କରିଥିବାରୁ ରାଜା ଭୋଜ ତାଙ୍କର ସବୁ ଧ୍ୟାନ ଭୋଜେଶ୍ବର ମନ୍ଦିରରୁ ହଟାଇଦେଇଥିଲେ।

ଆଉ କିଛି କୁହନ୍ତି ଯେ ମନ୍ଦିରର ଗଢଣୀରେ କିଛି ତ୍ରୁଟି ଥିଲା ସେଥିପାଇଁ ଛାତର ଓଜନ ସହିନପାରି ଆଂଶିକ ଭୁଶୁଡି ପଡିଥିଲା । ତ ଆଉ କିଛି ସ୍ଥାନୀୟ ଲୋକ କୁହନ୍ତି ଯେ ରାଜା ଭୋଜ ଗୋଟିଏ ଦିନରେ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ କିନ୍ତୁ ତାହା କରିବାରେ ବିଫଳ ହୋଇଥିଲେ। ସେଥିପାଇଁ ବାବାଙ୍କ ଏହି ମନ୍ଦିର ଆଜି ବି ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭୋଜେଶ୍ୱର ମନ୍ଦିରର ଉତ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଯେଉଁ ପ୍ରଶ୍ନର ଉତ୍ତର ବୈଜ୍ଞାନିକ ମାନେ ବି ଆଜି ପର୍ଯ୍ୟନ୍ତ ଦେଇପାରିନାହାଁନ୍ତି। ଏହି ରହସ୍ୟମୟ ମନ୍ଦିରକୁ ଦେଖିବା ପାଇଁ କେଉଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିଥାନ୍ତି।

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର

Related Topics

Explore more stories

World's biggest Shivling: ଦୁନିଆର ସବୁଠୁ ବଡ଼ ଲିଙ୍ଗ | Argus News