ସମଗ୍ର ବିଶ୍ବରେ ଶହେ କୋଟିରୁ ଅଧିକ ଲୋକ ମେଦବହୁଳତା ସମସ୍ୟାରେ ପୀଡ଼ିତ !

ଅର୍ଗସ ବ୍ୟୁରୋ : ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବର୍ତ୍ତମାନ ୧୦୦ କୋଟିରୁ ଅଧିକ ଲୋକ ମେଦବହୁଳତା ବା ମୋଟାପଣରେ ପୀଡ଼ିତ ଅଛନ୍ତି । ଏବଂ ଏହି ସଂଖ୍ୟା ୧୯୯୦ ପରଠାରୁ ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହି ମେଦବହୁଳତା ବା ମୋଟାପାରେ ବିଶ୍ୱର ତିନି ନମ୍ୱର ସ୍ଥାନରେ ରହିଛି ଭାରତ । ନିକଟରେ ପ୍ରକାଶିତ ଲାନସେଟରୁ ଏହା ଜଣାପଡ଼ିଛି ।
ବିଶ୍ୱର ସର୍ବାଧିକ ମେଦବହୁଳ ବ୍ୟକ୍ତି ରହୁଥିବା ଶ୍ରେଷ୍ଠ ଦଶ ରାଷ୍ଟ୍ର ତାଲିକାରେ ଆମେରିକା ଓ ଚୀନ ପଛକୁ ଭାରତ ରହିଛି । ଭାରତର ସହରାଞ୍ଚଳରେ ବାସକରୁଥିବା ୭୦ ପ୍ରତିଶତ ଲୋକ ମେଦବହୁଳତାର ଶିକାର ହୋଉଛନ୍ତି । ଏନସିଡି ରିସ୍କ ଫ୍ୟାକ୍ଟର କୋଲାବରେସନ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୮ କୋଟି ଲୋକ ମୋଟାପାରେ ପୀଡ଼ିତ । ସେମାନଙ୍କ ମଧ୍ୟରୁ ପ୍ରାୟ ୫ରୁ ୧୯ ବୟସ ବର୍ଗରେ ପ୍ରାୟ ୧ କୋଟି ଅଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ରିପୋର୍ଟ ଦର୍ଶାଉଛି, ୩୦ ନିୟୁତ ଭାରତୀୟଙ୍କ ଶରୀରର ଓଜନ ଅତ୍ୟଧିକ ରହିଛି । ପ୍ରାୟ ୬୨ ନିୟୁତ ମଧୁମେହ ରୋଗୀଙ୍କ ଶରୀରରେ ଅଧିକ ବଡି ଫ୍ୟାକ୍ଟ ରହିଛି ବୋଲି ମୋହାଲିର ଏକ ହସ୍ପିଟାଲର ବରିଷ୍ଠ ବ୍ୟାରିଆଟିକ୍ ସର୍ଜନ ଡାକ୍ତର ଅମିତ ଗର୍ଗ କହିଛନ୍ତି । ତେବେ ଭାରତରେ ସ୍ୱଳ୍ପ ଓଜନ ବିଶିଷ୍ଟ ମହିଳାଙ୍କ ହାର ପ୍ରାୟ ୩୦ ପ୍ରତିଶତ କମିଥିବା ବେଳେ ସେମାନଙ୍କ ମଧ୍ୟରେ ମେଦବହୁଳତା ହାର ୯ ପ୍ରତିଶତ ବଢ଼ିଛି ।
ବିଶେଷକରି ୟୁରୋପର ଦେଶମାନଙ୍କ ତୁଳନାରେ ମୋଟାପଣ ହାର ଅଧିକ ରହିଛି । ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କରେ ଦ୍ରୁତ ଜୀବନଶୈଳୀ ପରିବର୍ତ୍ତନ ଉପରେ ଆଲୋକପାତ କରି ବ୍ରାଙ୍କା କହିଛନ୍ତି, ଅତୀତରେ ଆମେ ମୋଟାପଣକୁ ଧନୀମାନଙ୍କର ସମସ୍ୟା ଭାବରେ ଭାବୁଥିଲୁ, ବର୍ତ୍ତମାନ ଏହା ଏକ ବିଶ୍ୱ ସମସ୍ୟା । ଏହି ଗବେଷଣାର ମୁଖ୍ୟ ଲେଖକ ଇମ୍ପେରିଆଲ କଲେଜ ଲଣ୍ଡନର ମାଜିଦ ଏଜାତି କହିଛନ୍ତି ଯେ ଫ୍ରାନ୍ସ ଓ ସ୍ପେନ୍ ଭଳି ଦକ୍ଷିଣ ୟୁରୋପୀୟ ଦେଶରେ ମୋଟାପଣ ରହୁଥିବାର ସଙ୍କେତ ମିଳୁଛି । ଖରାପ ଖାଦ୍ୟ ଖାଇବା ମୋଟାପଣର ଏକ ପ୍ରମୁଖ କାରଣ । ଦେଶରେ ୫ରୁ ୧୯ ବର୍ଷ ବୟସ ବର୍ଗରେ ୭୦ ଲକ୍ଷ ପୁଅ, ୫୦ ଲକ୍ଷ ଝିଅଙ୍କ ଠାରେ ମେଦବହୁଳତା ଦେଖିବାକୁ ମିଳିଛି ।