Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଳ ହେଉଛି ଅନଲାଇନ୍‌ ଅର୍ଡର : ଅମୂଲ ବଟର ମିଲ୍କରୁ ବାହାରିଲା ପୋକ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
କାଳ ହେଉଛି ଅନଲାଇନ୍‌ ଅର୍ଡର : ଅମୂଲ ବଟର ମିଲ୍କରୁ ବାହାରିଲା ପୋକ

Key Points

  • ପୁଣି ଅନଲାଇନ ଫୁଡ ହେଲା କାଳ
  • ଅମୁଲ ବଟର ମିଲ୍କରୁ ବାହାରିଲା କୁର୍ମୀ ପୋକ
  • ବାରମ୍ବାର ଅନଲାଇନ ଖାଦ୍ୟର ସ୍ବଚ୍ଛତା ଗୁଣବତ୍ତାକୁ ନେଇ ଉଠିଛି ପ୍ରଶ୍ନ

ଅର୍ଗସ ବ୍ୟୁରୋ : ଚିନ୍ତା ବଢାଉଛି ଅନଲାଇନ ଖାଦ୍ୟ  । ଆମର ବ୍ୟସ୍ତ ବହୁଳ ଜୀବନରେ ଆମେ ମୁଖ୍ୟତଃ ଅନଲାଇନ ଖାଇବା ଊରେ ଅନେକ ସମୟରେ ନିର୍ଭର କରିଥାନ୍ତି । କାରଣ ସମୟ ବଞ୍ଚିବା ସହ ଭଲ ଖାଦ୍ୟ ପାଇବା ଆଶାରେ ଅନଲାଇନରେ ବିଭିନ୍ନ ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡର କରିଥାନ୍ତି । ହେଲେ ବର୍ତ୍ତମାନ ଏହାର ଗୁଣବତ୍ତା, ସ୍ବଚ୍ଛତା ଏବଂ ଭୁଲ ଜିନିଷ ଡେଲିଭରୀକୁ ନେଇ ପ୍ରଶ୍ନ ଉଠିଛି । କାରଣ ସୋସିଆଲ ମିଡିଆରେ ଲଗାତାର ବିଭିନ୍ନ ପ୍ରକାର ଅର୍ଡର ହୋଇଥିବା ଖାଦ୍ୟରୁ ବିଭିନ୍ନ ପ୍ରକାରର ଅଜବ ଜିନିଷ ବାହାରୁଛି। 

ଗତକାଲି ଏପରି ଭିଡିଓ ଜଣେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଜଣେ ଅମୂଲ ବଟର ମିଲ୍କ ଅର୍ଡର କରିଥିବା ବେଳେ ସେଥିରୁ ଧଳା କୃମି ବାହାରୁ ଥିବା ଦେଖିବାକୁ ମିଳିଛି । ସେ ଏହାକୁ ଅମୁଲ କୁପରୁ ଅର୍ଡର କରିଥିଲେ । ମିଷ୍ଟର ୟାଦବ ନାମକ ଏକ ୟୁଜର ନିଜର ଏକ୍ସ ହ୍ୟାଣ୍ଡେଲରେ ଏପରି ଶେୟାର କରିଛନ୍ତି । କେବଳ ସେତିକି ନୁହେଁ, ସେ ଲେଖିଛନ୍ତି ଏହି ବଟର ମିଲ୍କରୁ ଖୁବ ଖରାପ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ସେ ଏହାକୁ ନେଇ ଅମୁଲ କୁପକୁ ମେଲ କରିଥିଲେ । ଏବଂ ଲେଖିଥିଲେ , ଖୁବଶୀଘ୍ର ଏହାକୁ ନିଅନ୍ତୁ , ମୋ ଘରେ ଜୀବନ୍ତ କୃମୀ ରଖିବାକୁ ଜାଗା ନାହିଁ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Gajender Yadav (@imYadav31) July 17, 2024

ତେବେ ଏ ଘଟଣା ଥରେ ନୁହେଁ ପୂର୍ବରୁ ମଧ୍ୟ ଅନଲାଇନ ଖାଦ୍ୟରୁ ଏପରି ଅଜବ ଜିନିଷ ବାହାରୁଥିବାର ନଜିର ରହିଛି ।

ଜୁନ ୨୭ରେ ମୁମ୍ବାଇରେ ଜଣେ ଅନଲାଇନ ଆଇସକ୍ରିମ ଅର୍ଡର କରିଥଇବା ବେଳେ ସେଥିରେ କଟା ଆଙ୍ଗୁଠି ବାହାରିଥିଲା । ଯାହା ସେତେବେଳେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ସେହପରି ୪ ଡିସେମ୍ବର ୨୦୨୩ରେ  ହାଇଦ୍ରାବାଦରେ ଜଣେ ବିରଆନୀ ଅର୍ଡର କରିଥଇବା ବେଳେ ସେଥିରେ ସେ ଝିଟିପିଟି ପାଇଥିଲେ । 

ବେଙ୍ଗାଲୁରୁରେ ରହୁଥିବା ଏକ ଦମ୍ପତ୍ତି ଏକ୍ସ ବକ୍ସ କଣ୍ଟ୍ରୋଲର ଅର୍ଡର କରିଥିବା ବେଳେ ସେଥିରେ ତାଙ୍କୁ ଏକ ଜୀବନ୍ତ କୋବ୍ରା ସାପ ପ୍ୟାକ ହୋଇ ଆସିଥିବା ଦେଖିବାକୁ ମିଳିଥିଲା ।
ବାରମ୍ବାର ଅନଲାଇନ ଖାଇବା ଅର୍ଡରରେ ଏପରି ଜିନିଷ୍କୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହୁଥିବା ବେଳେ ଅନେକ ଲୋକ ଅନଲାଇନ ଖାଦ୍ୟ ଅର୍ଡର କରିବାକୁ ଭୟ କରୁଛନ୍ତି । ଲୋକଙ୍କ ସ୍ବାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ଏହି କମ୍ପାନୀଗୁଡିକ ଖାଦ୍ୟ ଡେଲିଭରୀରେ ଉତ୍ତମ ଗୁଣବତ୍ତା ଥଇବା ଖାଦ୍ୟ, ସ୍ବଚ୍ଛତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

 

Sponsored
worm comes out of Amul butter milk | Argus News