Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Azithromycin Worms / କୋଲ୍ଡରିଫ୍‌ କଫ୍‌ ସିରପ୍‌ ପରେ ଆଜିଥ୍ରୋମାଇସିନ୍‌ରେ ପୋକ: ଖେଳିଗଲା ଚାଞ୍ଚଲ୍ୟ

Ritu Das
Browse all articles by Ritu Das
·9 months ago·2 min read
କୋଲ୍ଡରିଫ୍‌ କଫ୍‌ ସିରପ୍‌ ପରେ ଆଜିଥ୍ରୋମାଇସିନ୍‌ରେ ପୋକ: ଖେଳିଗଲା ଚାଞ୍ଚଲ୍ୟ

Key Points

ମଧ୍ୟପ୍ରଦେଶରେ କୋଲ୍ଡରିଫ୍‌ କଫ୍‌ ସିରପ୍‌ ସେବନ କରି ୨୩ ପିଲାଙ୍କ ମୃତ୍ୟୁ ଘଟଣା ପରେ ଏହାର ଉତ୍ପାଦନ ଓ ବିକ୍ରି ବନ୍ଦ ହୋଇଛି। ଏବେ ରାଜ୍ୟର ଏକ ସରକାରୀ ହସ୍ପିଟାଲରେ ଆଜିଥ୍ରୋମାଇସିନ୍‌ ଔଷଧରେ ପୋକ ଥିବା ଅଭିଯୋଗ ହୋଇଛି।

ମଧ୍ୟପ୍ରଦେଶରେ କୋଲ୍ଡରିଫ୍‌ କଫ୍‌ ସିରପ୍‌ ସେବନ କରି ୨୩ ପିଲାଙ୍କ ମୃତ୍ୟୁ ଘଟଣା ପରେ ଏହାର ଉତ୍ପାଦନ ଓ ବିକ୍ରି ବନ୍ଦ ହୋଇଛି। ଏବେ ରାଜ୍ୟର ଏକ ସରକାରୀ ହସ୍ପିଟାଲରେ ଆଜିଥ୍ରୋମାଇସିନ୍‌ ଔଷଧରେ ପୋକ ଥିବା ଅଭିଯୋଗ ଆସିବା ପରେ ଉକ୍ତ ଔଷଧର ସମ୍ପୂର୍ଣ୍ଣ ଷ୍ଟକ୍‌କୁ ଫେରାଇ ନିଆଯାଇଛି। ଆଜିଥ୍ରୋମାଇସିନ୍‌ ଓରାଲ ସସ୍ପେନ୍‌ଶନ୍‌ର ନମୁନା ପରୀକ୍ଷା ପାଇଁ ଭୋପାଳର ଏକ ଲାବରେଟୋରିକୁ ପଠାଯାଇଛି। ପିଲାମାନଙ୍କୁ ବିଭିନ୍ନ ସଂକ୍ରମଣରୁ ଆରୋଗ୍ୟ ପାଇଁ ସାଧାରଣତଃ ଆଜିଥ୍ରୋମାଇସିନ୍‌ ଦିଆଯାଇଥାଏ।


ଏହାସହ ପଢ଼ନ୍ତୁ: ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ଗୁଣବତ୍ତା ବହୁତ ଖରାପ; ଆନନ୍ଦ ବିହାର ସମେତ ଏହି ସ୍ଥାନଗୁଡ଼ିକରେ AQI 300 ଅତିକ୍ରମ କରିଛି


ମଧ୍ୟପ୍ରଦେଶର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଜେନେରିକ୍‌ ଔଷଧକୁ ନେଇ ପ୍ରଶ୍ନ ଉଠିଛି। ଆଜିଥ୍ରୋମାଇସିନ୍‌ ବୋତଲରେ ପୋକ ଥିବା ନେଇ ମୋରାରସ୍ଥିତ ସରକାରୀ ହସ୍ପିଟାଲରେ ଜଣେ ମହିଳା ଅଭିଯୋଗ କରିଥିଲେ ବୋଲି ଡ୍ରଗ୍‌ ଇନ୍ସପେକ୍ଟର ଅନୁଭୂତି ଶର୍ମା ଗଣମାଧ୍ୟମକୁ କହିଛନ୍ତି। ମହିଳା ଆଣିଥିବା ଔଷଧ ବୋତଲ ଖୋଲା ଥିବାବେଳେ ଘଟଣାର ତଦନ୍ତ କରାଯାଉଛି। ହସ୍ପିଟାଲକୁ ଆସିଥିବା ଓ ଷ୍ଟକ୍‌ ଥିବା ସମସ୍ତ ୩୦୬ ବୋତଲ ଆଜିଥ୍ରୋମାଇସିନ୍‌କୁ ଫେରାଇ ନିଆଯିବା ସହ ଜବତ କରାଯାଇଛି। ଔଷଧର ନିରାପତ୍ତା ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଏହାକୁ ଭୋପାଳ ଲାବରେଟୋରିକୁ ପଠାଯାଇଥିବାବେଳେ କୋଲକାତାର ସେଣ୍ଟ୍ରାଲ ଡ୍ରଗ୍‌ ଲାବରେଟୋରିକୁ ପଠାଯିବ ବୋଲି ଡ୍ରଗ୍‌ ଇନ୍ସପେକ୍ଟର କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ: ବ୍ୟାନ କଲା FSSAI, ଆଉ ମନ ଇଚ୍ଛା ବିକ୍ରି କରିପାରିବେନି ORS !

WHO ଅନୁମୋଦନ ବିନା ORS ଲେବଲ୍‌ ମନା । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ FSSAI ନିର୍ଦ୍ଦେଶ ଜାରି କରିଛି । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଅନୁଯାୟୀ ୨୦୨୨ ଜୁଲାଇ ୧୪, ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ ହୋଇଛି । ବ୍ରାଣ୍ଡ ନାମରେ ORSକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡ଼ିବା ଅନୁମତି ବାତିଲ୍‌ ହୋଇଛି । ସମସ୍ତ ଖାଦ୍ୟ ଉତ୍ପାଦର ବ୍ରାଣ୍ଡ ଶ୍ରେଣୀରୁ ଓଆରଏସ ଶବ୍ଦର ବ୍ୟବହାରକୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛି।

କେବଳ WHO ଅନୁମୋଦିତ ଉତ୍ପାଦରେ ହିଁ ଓଆରଏସ ଲେଖାଯିବ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି। ଲେବଲିଂ ଏବଂ ବିଜ୍ଞାପନ ସହିତ ଜଡିତ ସମସ୍ତ ନିୟମ ପାଳନ କରିବାକୁ ପଡିବ ବୋଲି FSSAI ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯେଉଁ କମ୍ପାନୀ ମାନେ 'ଓଆରଏସ' ଶବ୍ଦର ବ୍ୟବହାର କରିଛନ୍ତି ସେମାନଙ୍କୁ ଏହା ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Sponsored
Worms Found in Azithromycin After Coldrief Syrup Row | Argus News