Videos
|
National

Xi Jinping India Visit / ୭ ବର୍ଷ ପରେ ନୂଆଦିଲ୍ଲୀରେ ପହଞ୍ଚିଲେ ଚୀନ୍‌ ରାଷ୍ଟ୍ରପତି, ସନ୍ଧ୍ୟାରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ବଡ଼ ଆଲୋଚନା

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
୭ ବର୍ଷ ପରେ ନୂଆଦିଲ୍ଲୀରେ ପହଞ୍ଚିଲେ ଚୀନ୍‌ ରାଷ୍ଟ୍ରପତି, ସନ୍ଧ୍ୟାରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ବଡ଼ ଆଲୋଚନା
Xi Jinping India Visit

Key Points

ନୂଆଦିଲ୍ଲୀରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ
ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ୱତନ୍ତ୍ର ବିମାନରେ ଆସି ପହଞ୍ଚିଲେ
୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ ଜିନ୍‌ପିଙ୍ଗ
ଭାରତରେ ପହଞ୍ଚିଲେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ ସି ଜିନପିଙ୍ଗ । ୧୮ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଏକାଠି ହେବେ ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଓ ଚୀନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଗତ ତିନି ବର୍ଷ ମଧ୍ୟରେ ଦୁଇ ନେତାଙ୍କ ଏହା ହେବ ତୃତୀୟ ସାକ୍ଷାତ । ପୂର୍ବରୁ କାଜାନ୍ ଓ ତିଆନଜିନରେ ପରସ୍ପରକୁ ଭେଟିଥିଲେ ।

ପ୍ରାୟ ୭ ବର୍ଷ ପରେ ସେ ଭାରତ ଗସ୍ତରେ ଆସିଛନ୍ତି । ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି, ଯୋଗାଯୋଗରେ ଉନ୍ନତି ଓ ପରସ୍ପରକୁ ସହଯୋଗ କରିବା ସହ ମତଭେଦ ଗୁଡିକୁ ସମାଧାନ କରିବା ଉପରେ ବିସ୍ତୃତ ଆଲୋଚନା ହେବ । ଏଥିସହ ଦୁଇ ଦେଶ ଭଲ ପଡୋଶୀ ଭାବେ କାର୍ଯ୍ୟ କରିବାକୁ ପଦକ୍ଷେପ ନେବା ଉପରେ ଆଲୋଚନା ହେବ ।



କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସି ଜିନପିଙ୍ଗଙ୍କ ଏହି ୨୪ ଘଣ୍ଟିଆ ଗସ୍ତ ସମୟରେ ତାଙ୍କ ସହିତ ୬୭ ଜଣିଆ ସରକାରୀ ପ୍ରତିନିଧି ଦଳ ମଧ୍ୟ ଆସୁଛନ୍ତି । ଏହି ପ୍ରତିନିଧି ଦଳରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିବୁରୋ ସ୍ଥାୟୀ ସମିତିର ସଦସ୍ୟ ତଥା ଜିନପିଙ୍ଗଙ୍କ ଅତି ନିକଟତମ କାଇ କି ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ସାମିଲ ଅଛନ୍ତି ।

ଏହାସହ ଏକ ବ୍ୟବସାୟୀ ପ୍ରତିନିଧି ଦଳ ମଧ୍ୟ ପୃଥକ ଭାବେ ଏହି ଗସ୍ତରେ ଆସୁଛନ୍ତି । ସି ଜିନପିଙ୍ଗ ପହଞ୍ଚିବା ପରେ ଏହି ୨୪ ଘଣ୍ଟିଆ ଗସ୍ତ ଆରମ୍ଭ ହେବ ଏବଂ ରବିବାର ଦ୍ୱିପ୍ରହର ୧୨:୨୦ ମିନିଟ୍‌ରେ ସେ ପ୍ରସ୍ଥାନ କରିବେ । ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ଭାରତ ମଣ୍ଡପମରେ ପହଞ୍ଚିବେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ବାଗତ କରିବେ ।



ବ୍ରିକ୍ସର ବନ୍ଦ କକ୍ଷ ଅଧିବେଶନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନ ମଧ୍ୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ଅଛି । ୨୦୨୪ କାଜାନ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ଉଭୟ ନେତାଙ୍କ ଭେଟଘାଟ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ଯେଉଁ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି, ସି ଜିନପିଙ୍ଗଙ୍କ ଏହି ଗସ୍ତ ତାହାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: