Xi Jinping Coming / ପୁଟିନଙ୍କ ପରେ କନଫର୍ମ କଲେ ଜିନପିଙ୍ଗ; BRICSରେ ସାମିଲ୍ ହେବା ପାଇଁ ଭାରତ ଆସିବେ
·26 mins ago·2 min read

Key Points
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବା କନଫର୍ମ (ନିଶ୍ଚିତ) ହୋଇଛି । ବ୍ରିକ୍ସ ଶିଖର ସମ୍ମିଳନୀ ଉପରେ ସାରା ବିଶ୍ଵର ନଜର ପୂର୍ବରୁ ରହିଛି ।
ନୂଆଦିଲ୍ଲୀ: BRICSକୁ ନେଇ ଆସିଲା ବଡ଼ ଅପଡେଟ୍ । ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବା କନଫର୍ମ (ନିଶ୍ଚିତ) ହୋଇଛି । ବ୍ରିକ୍ସ ଶିଖର ସମ୍ମିଳନୀ ଉପରେ ସାରା ବିଶ୍ଵର ନଜର ପୂର୍ବରୁ ରହିଛି ।
ଚୀନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଜିନପିଙ୍ଗଙ୍କ ଭାରତ ଗସ୍ତ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, "ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଯିବେ । ଜିନପିଙ୍ଗି ସେପ୍ଟେମ୍ବର ୧୨ ଓ ୧୩ରେ ଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସାମିଲ୍ ହେବେ ।"
ଏଥିସହ ପଢ଼ନ୍ତୁ: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତ ମଣ୍ଡପମ୍ ଠାରେ ଏକାଠି ହେବେ ବିଶ୍ୱ ନେତା; କ'ଣ ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ପୂର୍ବରୁ କେବେ ଆସିଥିଲେ ଜିନପିଙ୍ଗ ?
ଶେଷଥର ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୧୬ରେ ଭାରତ ଆସିଥିଲେ । ୨୦୧୬ ଅକ୍ଟୋବର ୧୧ ଓ ୧୨ ଦୁଇ ଦିନ ଭାରତ ଗସ୍ତରେ ଆସି ଚେନ୍ନାଇର ମହାବଳିପୁରମ ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ତାହା ଥିଲା ଦ୍ଵିତୀୟ ଅନୌପଚାରିକ ଶିଖର ସମ୍ମେଳନ ।
ତା ପୂର୍ବରୁ ସି ଜିନପିଙ୍ଗ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ୨୦୧୪ରେ ଏହି ଗସ୍ତ ଦୁଇ ନେତାଙ୍କ କାର୍ଯ୍ୟକାଳ ଆରମ୍ଭରେ ହୋଇଥିଲା । ପରେ ୨୦୧୬ରେ ଗୋଆରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ୍ ହୋଇଥିଲେ ।
କିନ୍ତୁ ଏହା ପରେ ୨୦୨୦ରେ ଗଲୱାନ ହିଂସା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା । ତଥାପି ଦୁଇ ଦେଶ ପୁରୁଣା ସମ୍ପର୍କକୁ ଧ୍ୟାନ ରଖି ଧିରେ ଧିରେ ଉତ୍ତେଜନାକୁ ପ୍ରଶମିତ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗ କେବେ କଠୋର ମନ୍ତବ୍ୟ ଦେଇ ନଥିଲେ ।
ଏଥିସହ ପଢ଼ନ୍ତୁ: BJPର ବିଭିନ୍ନ ମୋର୍ଚ୍ଚାର ପାଇଁ ପ୍ରଭାରୀ ନିଯୁକ୍ତ କଲେ ନିତିନ ନବୀନ
ଏବେ ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ ରାଷ୍ଟ୍ରପତି ନୂଆଦିଲ୍ଲୀ ଆସୁଛନ୍ତି । ଏହି ଗସ୍ତରେ ଏକ ଗୁରୁତ୍ଵପୂର୍ଣ୍ଣ କୂଟନୀତିକ କାର୍ଯ୍ୟକ୍ରମ ଆଶା କରାଯାଉଛି । ଯାହାର ଏସିଆର ଦୁଇ ଶକ୍ତି ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ସ୍ଥିର କରିବା ସହ ଅସ୍ଥିର ବୈଶ୍ଵିକ ମଧ୍ୟରେ ଋଷ-ୟୁକ୍ରେନ୍ ଯୁଦ୍ଧରେ ବ୍ରିକ୍ସ ପ୍ରଭାବ ପଡ଼ିବା ଆଶା କରାଯାଉଛି ।
ନିକଟରେ ପିଏମ୍ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କିର୍ଗିସ୍ତାନରେ ହୋଇଥିଲା ଏସ୍ସିଓ ସମ୍ମିଟରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଯେଉଁଠି ଦୁଇ ନେତା ହାତ ମିଳାଇଥିବା ବେଳେ କୌଣସି ଔପଚାରିକ ଦ୍ଵିପାକ୍ଷିକ ବୈଠକ ହୋଇ ନଥିଲା ।

At the invitation of Prime Minister of the Republic of India Narendra Modi, President Xi Jinping will attend the 18th BRICS Summit in New Delhi from September 12 to 13. pic.twitter.com/abKPwOyqRm
— CHINA MFA Spokesperson 中国外交部发言人 (@MFA_China) September 10, 2026
ତା ପୂର୍ବରୁ ସି ଜିନପିଙ୍ଗ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ୨୦୧୪ରେ ଏହି ଗସ୍ତ ଦୁଇ ନେତାଙ୍କ କାର୍ଯ୍ୟକାଳ ଆରମ୍ଭରେ ହୋଇଥିଲା । ପରେ ୨୦୧୬ରେ ଗୋଆରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ୍ ହୋଇଥିଲେ ।
କିନ୍ତୁ ଏହା ପରେ ୨୦୨୦ରେ ଗଲୱାନ ହିଂସା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା । ତଥାପି ଦୁଇ ଦେଶ ପୁରୁଣା ସମ୍ପର୍କକୁ ଧ୍ୟାନ ରଖି ଧିରେ ଧିରେ ଉତ୍ତେଜନାକୁ ପ୍ରଶମିତ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗ କେବେ କଠୋର ମନ୍ତବ୍ୟ ଦେଇ ନଥିଲେ ।
ଏଥିସହ ପଢ଼ନ୍ତୁ: BJPର ବିଭିନ୍ନ ମୋର୍ଚ୍ଚାର ପାଇଁ ପ୍ରଭାରୀ ନିଯୁକ୍ତ କଲେ ନିତିନ ନବୀନ
ଏବେ ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ ରାଷ୍ଟ୍ରପତି ନୂଆଦିଲ୍ଲୀ ଆସୁଛନ୍ତି । ଏହି ଗସ୍ତରେ ଏକ ଗୁରୁତ୍ଵପୂର୍ଣ୍ଣ କୂଟନୀତିକ କାର୍ଯ୍ୟକ୍ରମ ଆଶା କରାଯାଉଛି । ଯାହାର ଏସିଆର ଦୁଇ ଶକ୍ତି ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ସ୍ଥିର କରିବା ସହ ଅସ୍ଥିର ବୈଶ୍ଵିକ ମଧ୍ୟରେ ଋଷ-ୟୁକ୍ରେନ୍ ଯୁଦ୍ଧରେ ବ୍ରିକ୍ସ ପ୍ରଭାବ ପଡ଼ିବା ଆଶା କରାଯାଉଛି ।
ନିକଟରେ ପିଏମ୍ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କିର୍ଗିସ୍ତାନରେ ହୋଇଥିଲା ଏସ୍ସିଓ ସମ୍ମିଟରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଯେଉଁଠି ଦୁଇ ନେତା ହାତ ମିଳାଇଥିବା ବେଳେ କୌଣସି ଔପଚାରିକ ଦ୍ଵିପାକ୍ଷିକ ବୈଠକ ହୋଇ ନଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories