Videos
|
National

BRICS Summit 2026 / ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତ ମଣ୍ଡପମ୍ ଠାରେ ଏକାଠି ହେବେ ବିଶ୍ୱ ନେତା; କ'ଣ ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତ ମଣ୍ଡପମ୍ ଠାରେ ଏକାଠି ହେବେ ବିଶ୍ୱ ନେତା; କ'ଣ ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
BRICS Summit 2026

Key Points

ବ୍ରିକ୍ସ ଶିଖର ସମ୍ମିଳନୀ ସେପ୍ଟେମ୍ବର ୧୨-୧୩ ତାରିଖରେ ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି।
ଚଳିତ ବର୍ଷ ସେପ୍ଟେମ୍ବର ୧୨-୧୩ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେଉଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ବ୍ରିକ୍ସ ସଦସ୍ୟ ଦେଶ ଏବଂ ଏହାର ସରକାରୀ ମୁଖ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଦ୍ୱିତୀୟ ଦିନରେ ଅଂଶୀଦାର ଦେଶ ଏବଂ ନିମନ୍ତ୍ରିତ ଦେଶର ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ୨୦୨୬ ବ୍ରିକ୍ସ ଶିଖର ସମ୍ମିଳନୀରେ ବୈଶ୍ୱିକ ଶାସନ, ବହୁପାକ୍ଷିକତା, ନବସୃଜନ, ସ୍ଥାୟୀତ୍ୱ ଏବଂ ସାମାବେଶୀ ବିଶ୍ୱ ବିକାଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି।

୧୨ ସେପ୍ଟମ୍ବର କାର୍ଯ୍ୟସୂଚୀ
ସେପ୍ଟେମ୍ବର ୧୨ ତାରିଖରେ ଅପରାହ୍ନ ୨ ଘଟିକା ସମୟରେ ଭାରତ ମଣ୍ଡପମ୍ ପରିସରକୁ ବ୍ରିକ୍ସ ସଦସ୍ୟ ଦେଶର ନେତାଙ୍କ ଆଗମନ ଆରମ୍ଭ ହେବ। ସଦସ୍ୟ ଦେଶର ନେତା ଭାରତ ମଣ୍ଡପମ୍ ସ୍ଥିତ Level-2 ଠାରେ ପହଞ୍ଚିବେ। ଏହି ସମୟ ମଧ୍ୟରେ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନେଇ ଏକ ସରକାରୀ ଫଟୋସୁଟ୍ ହେବ। ଏହା ପରେ ଅପରାହ୍ନ ୨ ଘଣ୍ଟା ୩୫ ମିନିଟ୍ ସମୟରେ ବ୍ରିକ୍ସ ନେତାଙ୍କ ମଧ୍ୟର ଏକ ରୁଦ୍ଧଦ୍ୱାର ବୈଠକ ଆୟୋଜିତ ହେବ।

ଯାହାର ଶୀର୍ଷକ ହେଉଛି "ସମାବେଶୀ ବିଶ୍ୱ ଶାସନ ଏବଂ ବହୁପାକ୍ଷିକତାକୁ ସୁଦୃଢ଼ ​​କରିବା।" ଏହି ବୈଠକ ଭାରତ ମଣ୍ଡପମ ସ୍ଥିତ Level-2 ଠାରେ ଥିବା ସମିଟ୍ ହଲ୍ (Bharat Mandapam Summit Hall) ଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୪ ଘଣ୍ଟା ୨୫ ମିନିଟ୍ ସମୟରେ, ବ୍ରିକ୍ସ ଦେଶର ନେତାଙ୍କ (BRICS Country Leaders) ପାଇଁ "ଭାରତ ନବସୃଜନ ପ୍ରଦର୍ଶନୀ" (India Innovates Exhibition) ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଭାରତ ମଣ୍ଡପମ୍ ସ୍ଥିତ ୧୪ ନମ୍ବର ହଲ୍ ଠାରେ ଅନୁଷ୍ଠିତ ହେବ।

ଏହା ସହ ପଢନ୍ତୁ:  ଭାରତ ଗସ୍ତରେ ଆସୁଛନ୍ତି ପୁତିନ୍; BRICS ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ସାକ୍ଷାତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପରେ, ସନ୍ଧ୍ୟା ୦୫:୦୫ ସମୟରେ ଭାରତ ମଣ୍ଡପମ୍ ପରିସର ବାହାରେ ବ୍ରିକ୍ସ ଦେଶର ନେତାଙ୍କ ଏକ ଗ୍ରୁପ୍ ଫଟୋ ସୁଟ୍ (BRICS Leaders Group Photoshoots) ହେବ। ଏହାର ୫ ମିନିଟ୍ ପରେ, ସନ୍ଧ୍ୟା ୦୫:୧୦ ସମୟରେ ଏକ ମିଳିତ ବୃକ୍ଷ ରୋପଣ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ରାତ୍ରୀଭୋଜନ ସହିତ ପ୍ରଥମ ଦିନ କାର୍ଯ୍ୟକ୍ରମ ଶେଷ ହେବ। ଭାରତ ମଣ୍ଡପମ୍ ସ୍ଥିତ Level-3 ଠାରେ ସନ୍ଧ୍ୟା ୦୭:୩୦ ସମୟରେ ରାତ୍ରୀଭୋଜନ ଅନୁଷ୍ଠିତ ହେବ।

୧୩ ସେପ୍ଟମ୍ବର କାର୍ଯ୍ୟସୂଚୀ
ସଦସ୍ୟ ଦେଶର ନେତା ସେପ୍ଟେମ୍ବର ୧୩ ତାରିଖରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ବୈଠର ଦ୍ୱିତୀୟ ଦିନରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୩ ତାରିଖ ସମ୍ମିଳନୀନ ଦ୍ୱିତୀୟ ଦିନରେ BRICS ସଦସ୍ୟ ଦେଶ ଏବଂ ନିମନ୍ତ୍ରିତ ଦେଶର ରାଷ୍ଟ୍ରମୁଖ୍ୟ ଭାରତ ମଣ୍ଡପମ୍ ଠାରେ ପହଞ୍ଚିବେ। ସେମାନେ ସକାଳ ୯ ଘଣ୍ଟା ୫୫ ମିନିଟ୍ ସମୟରେ Level-2 ଠାରେ ପହଞ୍ଚିବେ। ସକାଳ ୧୦ ଘଣ୍ଟା ୩୫ ମିନିଟ୍ ସମୟରେ ଏକ ଗ୍ରୁପ୍ ଫଟୋ ସେସନ୍ (BRICS Leaders Group Photo Session) ହେବ। ଏହା ପରେ ଶିଖର ସମ୍ମିଳନୀର "ଓପନ୍ ସେସନ୍" (BRICS Summit 2026 Open Session) ଖୋଲା ଅଧିବେଶନ ସକାଳ ୧୦ ଘଣ୍ଟା ୫୦ ମିନିଟ୍ ସମୟରେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଭାରତ ମଣ୍ଡପମ୍ ସ୍ଥିଥ Level-2 ଠାରେ ଥିବା ସମିଟ୍ ହଲ୍ ଠାରେ ଅନୁଷ୍ଠିତ ହେବ।