Videos
|
National

Bus Fire Accident / ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଅଗ୍ନିକାଣ୍ଡ…. ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ୯ଜଣ ଜୀବନ୍ତ ଦଗ୍ଧ

Ritu Das
Browse all articles by Ritu Das
·1 hour ago·2 min read
ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଅଗ୍ନିକାଣ୍ଡ…. ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ୯ଜଣ ଜୀବନ୍ତ ଦଗ୍ଧ
India

Key Points

ବସରେ ଭୟଙ୍କର ଅଗ୍ନିକାଣ୍ଡ
୯ ଜଣ ଜୀବନ୍ତ ଦଗ୍ଧ
ଝରକାରୁ ଡେଇଁ ଜୀବନ ବଞ୍ଚାଇଲେ ଯାତ୍ରୀ
ବସରେ ଭୟଙ୍କର ଅଗ୍ନିକାଣ୍ଡ । ୯ ଜଣ ଜୀବନ୍ତ ଦଗ୍ଧ । ଝରକାରୁ ଡେଇଁ ଜୀବନ ବଞ୍ଚାଇଲେ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ନୋଏଡା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ ଓ୍ୱେରେ। ରିପୋର୍ଟ ଅନୁସାରେ, ଯମୁନା ଏକ୍ସପ୍ରେସ ଦେଇ ବୁଧବାର ରାତିରେ ଏକ ସ୍ଲିପର ବସ ଯାଉଥିଲା । ଏହି ସମୟରେ ଜିରୋ ପଏଣ୍ଟରୁ ୩୨ କିମି ଦୂର ଜେବର ଥାନା ଅଞ୍ଚଳରେ ବସରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଆତଙ୍କ ଖେଳି ଯାଇଥିଲା । ଅନେକ ଯାତ୍ରୀ ଝରକା ଡେଇଁ ବାହାରକୁ ଚାଲି ଆସିଥିଲେ । ବସରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି। 

ଏହାସହ ପଢ଼ନ୍ତୁ: କରମ ପୂଜା ସାରି ବିସର୍ଜନ ବେଳେ ଅଘଟଣ; ୫ ପରିବାରରେ ଶୋକର ଛାୟା

ନିଆଁର ମାତ୍ରା ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି ମିନିଟ୍ ମଧ୍ୟରେ ପୂରା ବସଟି ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ । ଅନେକ ସମୟ ଧରି ପ୍ରୟାସ କରିବା ପରେ ନିଆଁକୁ ସେମାନେ ଆୟତ କରିପାରିଥିଲେ। ଏବେ ନିଆଁ ଲିଭିଥିବା ବେଳେ ବସକୁ ପାଣି ମାଡ଼ କରାଯାଇ ଥଣ୍ଡା କରାଯାଉଛି । ଏହା ସତ୍ତ୍ୱେ ୯ ଜଣ ଯାତ୍ରୀ ପୋଡ଼ି ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ସବୁଠୁ ବଡ଼ କଥା ହେଲା କି ଏବେବି ଅନେକ ଯାତ୍ରୀ ବସରେ ଫସି ରହିଥିବା କୁହାଯାଉଛି । ଅଗ୍ନିଶମ ବାହିନୀର କହିବାନୁସାରେ, ବସକୁ ଥଣ୍ଡା କରା ନ ଯିବା ଯାଏଁ ଭିତରୁ ଅନ୍ୟ କାହାକୁ ଉଦ୍ଧାର କରାଯାଇ ପାରିବ ନାହିଁ । ଏହାପରେ ହିଁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ। ଆଉ କେହି ମୃତାହତ ହୋଇଛନ୍ତି ନା ନାହିଁ ତାହା ଯାଞ୍ଚ କରାଯିବ।



ଅନ୍ୟ ଦିଗରେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପୋଲିସ ବର୍ତ୍ତି ଯାଇଥିବା ଯାଚ୍ରୀଙ୍କୁ ପଚରାଉଚରା କରୁଛି । ତେବେ ଏସି ଏବଂ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ଅବଗତ ହୋଇ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ରାତିରେ ଗ୍ରେଟର ନୋଏଡାରେ ଘଟିଥିବା ବସ୍ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମୃତକଙ୍କ ପରିବାର ସହିତ କଥା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: