Videos
|
National

Karam Puja Tragedy / କରମ ପୂଜା ସାରି ବିସର୍ଜନ ବେଳେ ଅଘଟଣ; ୫ ପରିବାରରେ ଶୋକର ଛାୟା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କରମ ପୂଜା ସାରି ବିସର୍ଜନ ବେଳେ ଅଘଟଣ; ୫ ପରିବାରରେ ଶୋକର ଛାୟା
6 Drown During Immersion

Key Points

ବୁଧବାର ସକାଳେ କରମ ପର୍ବର ଖୁସିର ମାହୋଲ ୫ଟି ପରିବାରର ଶୋକାକୁଳ ସ୍ଥିତି ସୃଷ୍ଟି ହୋଇଛି । କଦମ୍ବ ଡାଳ ବିସର୍ଜନ ବେଳେ କୋଏଲ ନଦୀରେ ବୁଡ଼ିଯିବାରୁ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି ।
ରାଞ୍ଚି: ମୁହୂର୍ତ୍ତକେ ମିଳାଇ ଗଲା ଖୁସି । କରମ ପର୍ବର ଉଲ୍ଲାସ ଭିତରେ ପାଞ୍ଚ ପରିବାରରେ ଶୋକର ଛାୟା । ବୁଧବାର ସକାଳେ କରମ ପର୍ବର ଖୁସିର ମାହୋଲ ୫ଟି ପରିବାରର ଶୋକାକୁଳ ସ୍ଥିତି ସୃଷ୍ଟି ହୋଇଛି । କଦମ୍ବ ଡାଳ ବିସର୍ଜନ ବେଳେ କୋଏଲ ନଦୀରେ ବୁଡ଼ିଯିବାରୁ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ପଲାମୁକେ କରମ ପୂଜା ବିସର୍ଜନ ବେଳେ ଦୁଇଟି ଭିନ୍ନ ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ବୋକୟା ଗାଁରେ ୫ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଟନରେ ଜଣେ ନାବାଳିକା ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ତାମିଲନାଡୁ ସରକାରୀ ହଷ୍ଟେଲ୍ ମେନୁରେ ବିଫ୍ ସାମିଲ ଦାବିକୁ ନେଇ ବିବାଦ 

ପାଲାମୁର ଚୈନପୁର ଥାନା ବୋକୟା ଗାଁ ନିକଟ କୋଏଲ ନଦୀରେ ଏହି ଅଘଟଣ ସକାଳ ୬ଟା ସମୟରେ ଘଟିଛି । ନଦୀରେ ବୁଡ଼ିଯିବା ଖବର ବ୍ୟାପିବା ପରେ ଲୋକଙ୍କ ଭିଡ଼ ଜମିଥିଲା । ନଦୀରୁ ୫ ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଗାଁର କିଛି ନାବାଳକ କଦମ୍ବ ଡାଳ ବିସର୍ଜନ ପାଇଁ କୋଏଲ ନଦୀକୁ ଯାଇଥିଲେ । ବିସର୍ଜନ ସମୟରେ ଜଣେ ଗଭୀର ପାଣିକୁ ଚାଲି ଯାଇ ବୁଡ଼ି ଯାଇଥିଲେ । ତାକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ପାଣିକୁ ଡେଇଁଥିବା ବେଳେ ଭସାଇ ନେଇଥିଲା ପ୍ରଖର ସ୍ରୋତ ।

ନଦୀ ନିକଟରେ ଥିବା ଜଣେ ମହିଳା ନାବାଳକମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ନାବାଳକମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଅନେକ ଖୋଜାଖୋଜି ପରେ ୫ ଜଣଙ୍କ ମୃତଦେହ ମିଳିଛି । ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆବଶ୍ୟକ ପଦକ୍ଷେପ ନେଇଛି ।

ଏଥିସହ ପଢ଼ନ୍ତୁ: ଚତୁର୍ଥୀ ରାତିରେ ବନ୍ଦ ନଥିଲା କବାଟ…ସକାଳୁ ଭିତର ଦୃଶ୍ୟ ଦେଖି ପରିବାର ଲୋକ ସ୍ତବ୍ଧ 

ଦୁଃଖଦ ଅଘଟଣ ସୂଚନା ପାଇବା ପରେ ଡାଲଟନଗଞ୍ଜ ବିଧାୟକ ଆଲୋକ କୁମାର ଚୌରାସିଆ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଧାୟକ ।

ଅନ୍ୟ ଏକ ଘଟଣାରେ ପାଟନ ଥାନା ହିସରା ନାନି ଝରିଆରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳ ପ୍ରାୟ ୬ଟା ୧୫ରେ ନାବାଳିକା କରମ ପୂଜା ପରେ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ବେଳେ ସେ ଗଭୀର ପାଣିକୁ ଯାଇ ଭାସି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।