Videos
|
National

Parked Car Child Death / ଖେଳୁଖେଳୁ ପଡ଼ୋଶୀ କାର ଭିତରେ ପଶିଲା ଶିଶୁ, ଚାଲିଗଲା ଜୀବନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଖେଳୁଖେଳୁ ପଡ଼ୋଶୀ କାର ଭିତରେ ପଶିଲା ଶିଶୁ, ଚାଲିଗଲା ଜୀବନ
Parked Car Child Death

Key Points

ଦୁନିଆ ଜାଣିବା ଆଗରୁ ଚାଲିଗଲା ୪ ବର୍ଷୀୟ ଶିଶୁ
ଖେଳୁ ଖେଳୁ ପଡ଼ୋଶୀଙ୍କ କାର ଭିତରେ ଗଲା ଜୀବନ
ମୁମ୍ବାଇ: ମହାରାଷ୍ଟ୍ରର ଯବତମାଲ ଜିଲ୍ଲାର ଚିଖାଲୱର୍ଦ୍ଧା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଚାରି ବର୍ଷୀୟ ଅଂଶ ସୂରଜ କେଲଝରକର ଘର ବାହାରେ ଖେଳୁଥିବା ସମୟରେ ପାଖରେ ଠିଆ ହୋଇଥିବା ଏକ କାର ଭିତରେ ଚାଲିଗଲା ଜୀବନ । ପ୍ରବଳ ଗରମରେ ଏତେ ସମୟ ଧରି କାର ଭିତରେ ଫସି ରହିବାରୁ ତାର ଅବସ୍ଥା ଖରାପ ହୋଇଯାଇଥିଲା । ପରିବାର ସଦସ୍ୟମାନେ ତାକୁ ଚେତାଶୂନ୍ୟ ଅବସ୍ଥାରେ ପାଇ ଡାକ୍ତରଖାନାକୁ ନେଇଗଲେ, ଯେଉଁଠାରେ ଚିକିତ୍ସା ସମୟରେ ତାକୁ ମୃତ୍ୟୁ ହୋଇଥିଲା।

  • କଣ ପୂରା ଘଟଣା ?
ଅଂଶ ଘର ସାମ୍ନାରେ ଖେଳୁଥିଲା । ହେଲେ ସତେ ଯେମିତି ପଡ଼ୋଶୀଙ୍କ କାର ଭିତରେ ଲୁଚି ରହିଥିଲା ଯମ । ଖେଳୁଖେଳୁ କିଏ ଡାକିବା ପରି ଅଂଶ କାର ଭିତରକୁ ଯାଇଥିଲା । ହେଲେ ଆଉ ସେଠାରୁ ବାହାରି ପାରିନଥିଲା । ବାହାରକୁ ବାହାରି ନ ପାରିବାରୁ ସେ ବହୁତ ସମୟ ପର୍ଯ୍ୟନ୍ତ ଭିତରେ ଫସି ରହିଥିଲା । ଯେତେବେଳେ ଅଂଶକୁ ବହୁତ ସମୟ ପର୍ଯ୍ୟନ୍ତ ଦେଖାଗଲା ନାହିଁ, ତାଙ୍କ ପରିବାର ତାଙ୍କୁ ଖୋଜାଖୋଜି ଆରମ୍ଭ କଲେ । ଏହାପରେ ତାକୁ କାର ଭିତରେ ଅଚେତ ଅବସ୍ଥାରେ ପାଇଲେ ।

  • ଚିକିତ୍ସା ସମୟରେ ଅଂଶର ମୃତ୍ୟୁ
କୁନି ଶିଶୁର ପରିବାର ଲୋକ ତୁରନ୍ତ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତା ଅବସ୍ଥା ଗୁରୁତର ଥିଲା ଏବଂ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ଚିକିତ୍ସା ସମୟରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣା ଚିଖଲୱର୍ଦ୍ଧା ଗାଁରେ ଶୋକର ଛାୟା ଖେଳାଇ ଦେଇଛି । ଅଭିଭାବକଙ୍କ ଟିକିଏ ଅସାବଧାନତା ଯୋଗୁଁ କୁନି ପିଲାଟିର ଜୀବନ ଚାଲିଯାଇଛି । ଘରେ ବାହାରେ ଏମିତି ଖେଳୁ ଖେଳୁ ଅଂଶର ମୃତ୍ୟୁ ଘଟିବ ବୋଲି କେହି କେବେ କଳ୍ପନା ବି କରିନଥିଲେ । 

ପଢନ୍ତୁ ଏହି ଖବର: ଛାତ ଉପରେ ଖେଳୁଥିବା ବେଳେ ପାଣିଭର୍ତ୍ତି ବାଲ୍ଟିରେ ପଡ଼ି ଏକ ବର୍ଷର ଶିଶୁର ମୃତ୍ୟୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ଦିନ ପୂର୍ବରୁ ଏପରି କିଛି ସମାନ ଘଟଣା ଘଟିଥିଲା । ଫରିଦାବାଦର ଜୀବନ ନଗର ପାର୍ଟ-୨ ଅଞ୍ଚଳରେ ଇଦଗାହ ନିକଟରେ ଘରର ଛାତ ଉପରେ ଖେଳୁଥିବା ବେଳେ ପାଣିଭର୍ତ୍ତି ବାଲ୍ଟିରେ ମୁହଁ ତଳକୁ କରି ପଡ଼ିଯିବାରୁ ଏକ ବର୍ଷର ଶିଶୁ ଆର୍ୟନଙ୍କ ମୃତ୍ୟୁ ଘଟିଥିଲା । ଦୀର୍ଘ ସମୟ ପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିଥିଲେ । ତୁରନ୍ତ ଶିଶୁକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।