Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

2026 Yoga Day India / ଲଦାଖ ଶିଖରରୁ ଦିଲ୍ଲୀ ଲାଲକିଲ୍ଲା; ଏହି ଐତିହାସିକ ସ୍ଥାନରେ ଅନୁଷ୍ଠିତ ହେବ ଯୋଗ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଲଦାଖ ଶିଖରରୁ ଦିଲ୍ଲୀ ଲାଲକିଲ୍ଲା; ଏହି ଐତିହାସିକ ସ୍ଥାନରେ ଅନୁଷ୍ଠିତ ହେବ ଯୋଗ
2026 Yoga Day India

Key Points

ଚଳିତ ବର୍ଷ ପାଳିତ ପାଳିତ ହେବାକୁ ଯାଉଛି ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଦେଶ ବିଦେଶରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
June 21 International Yoga Day: ଆସନ୍ତାକାଲି (ଜୁନ ୨୧) ପାଳିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏଥର ଯୋଗ ଦିବସ ଅବସରରେ ମୁଖ୍ୟ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସ୍ଥିତ ଐତିହାସିକ ରେଡ୍ ରୋଡ୍ ଠାରେ ଅନୁଷ୍ଠିତ ହେବ। ଚଳିତ ବର୍ଷ "ସୁସ୍ଥ ଆୟୁ ପାଇଁ ଯୋଗ" ଥିମ୍ ସହିତ ଯୋଗର ଗୁରୁତ୍ୱକୁ ପ୍ରଚାର ପ୍ରସାର କରାଯିବ।

ବିଦେଶରେ ପ୍ରାୟ ୨ ଶହରୁ ଅଧିକ ଭାରତୀୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ୨୫୦୦ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯାହା ଯୋଗର ବିଶ୍ୱସ୍ତରୀୟ ଗ୍ରହଣୀୟତାକୁ ପ୍ରତିଫଳିତ କରିବ। ଯୋଗ ଦିବସ ଅବସରରେ ଦେଶରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପ୍ରସ୍ତୁତି ଚାଲିଛି। ଦେଶର ପ୍ରମୁଖ ୧୨ ସାଂସ୍କୃତିକ ଏବଂ ଐତିହାସିକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଶିବିର ଆୟୋଜିତ କରାଯାଉଛି।

ଏହା ସହ ପଢନ୍ତୁ: ବିଜେପି ପାଳିବ ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି; ପ୍ରସ୍ତୁତ ହୋଇସାରିଛି ସମ୍ପୂର୍ଣ୍ଣ ଯୋଜନା

ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଜୁନ୍ ୨୧ ତାରିଖରେ ପାଳିତ ହେବାକୁ ଯାଉଛି। ବିଦେଶରେ ଅବସ୍ଥାପିତ ଥିବା ୨ ଶହରୁ ଅଧିକ ଭାରତୀୟ ମିଶନ୍ ୨୫୦୦ ସ୍ଥାନରେ ଯୋଗ ଶିବିର ଆୟୋଜନ କରିବେ। ଯେତେବେଳେ ଦେଶର ୧୨ ପ୍ରମୁଖ ଐତିହ୍ୟ ସ୍ଥଳ ଏବଂ ଶହେରୁ ଅଧିକ ଏଏସଆଇ (ASI) ଦ୍ୱାରା ସଂରକ୍ଷିତ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବ୍ୟାପୀ ପ୍ରମୁଖ ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଶିବିର ଆୟୋଜନ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (Archaeological Survey of India) ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ, ଏହି ପ୍ରତୀକାତ୍ମକ ସ୍ଥାନ ଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଦିଲ୍ଲୀର ଲାଲକିଲ୍ଲା, ହରିଦ୍ୱାର, କୋଣାର୍କ, ହାମ୍ପି, ମହାବଳୀପୁରମ, ମୁମ୍ବାଇ, ନାଳନ୍ଦା, ଅହମ୍ମଦାବାଦ, ସାରନାଥ, ଲେହ, ହାଇଦ୍ରାବାଦ, ସିଲଚର ଭଳି ପ୍ରମୁଖ ସ୍ଥାନରେ ଏକକାଳୀନ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯାହା ସାରା ଦେଶରେ ଯୋଗର ବାର୍ତ୍ତା ବ୍ୟାପକ ଭାବରେ ପ୍ରସାର କରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yoga Events Set for June 12 From Ladakh to Delhi Red Fort | Argus News