Videos
|
National

UP BJP Mission 25 Thousand Voters / ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି ୧.୨୭ କୋଟି ହିନ୍ଦୁ! ଯୋଗୀଙ୍କ ବୟାନ ପରେ ଆକ୍ସନରେ ବିଜେପି

Subhramjit Ray
Browse all articles by Subhramjit Ray
·54 mins ago·3 min read
ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି ୧.୨୭ କୋଟି ହିନ୍ଦୁ! ଯୋଗୀଙ୍କ ବୟାନ ପରେ ଆକ୍ସନରେ ବିଜେପି
UP Missing Voters Controversy (Photo Source: Social Media/AI)

Key Points

ଉତ୍ତରପ୍ରଦେଶର ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁ ମତଦାତାଙ୍କ ନାମ ବାଦ ପଡ଼ିଥିବା ଯୋଗୀ ଆଦିତ୍ୟନାଥଙ୍କ ଦାବି ପରେ ସକ୍ରିୟ ହୋଇଛି ବିଜେପି। ନଭେମ୍ବର ୧୯ରୁ ମତଦାତା ଯୋଡ଼ ଅଭିଯାନ ଆରମ୍ଭ ହେବ। ମହିଳା, ଯୁବ ଓ ପ୍ରବାସୀ ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା ଉପରେ ଦଳ ଗୁରୁତ୍ୱ ଦେବ।

ଭୋଟର ତାଲିକାକୁ ହିନ୍ଦୁ ମତଦାତାଙ୍କ ନାମ ବାଦ ପଡ଼ିବାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ବୟାନ ପରେ ଏବେ ସତର୍କ ହୋଇଉଠିଛି ଉତ୍ତର ପ୍ରଦେଶ ବିଜେପି। ଭୋଟର ତାଲିକାରେ ଯୋଗ୍ୟ ହିନ୍ଦୁ ମତଦାତାଙ୍କ ନାମ ପୁନର୍ବାର ଯୋଡ଼ିବା ପାଇଁ ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଭୋଟର ତାଲିକାରୁ ପ୍ରାୟ ୧.୨୭ କୋଟି ହିନ୍ଦୁ ଭୋଟର ବାଦ ପଡ଼ିଛନ୍ତି। ହିନ୍ଦୁ ଭୋଟର କିପରି ଭୋଟର ତାଲିକାରୁ ବାଦ ପଡ଼ିଲେ ସେ ନେଇ ପ୍ରଶ୍ନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ରାଜ୍ୟ ବିଜେପି ନେତୃବୃନ୍ଦ ସକ୍ରିୟ ହୋଇ ଉଠିଛନ୍ତି।

ଦଳ ପକ୍ଷରୁ ଗତ ଗୁରୁବାର (୧୨ ନଭେମ୍ବର) ଏସଆଇଆର (SIR) ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଦଳୀୟ ସଙ୍ଗଠନ ଏବଂ କର୍ମକର୍ତ୍ତା ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ୍ ରେ ଅତି କମରେ ୫୦ ଜଣ ଜଣ ଯୋଗ୍ୟ ମତଦାତାଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବେ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବିଜେପି ଦ୍ୱାରା ଏକ ଅଭିଯାନ ଆରମ୍ଭ କରାଯିବ। ଯାହା ନଭେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ଯାହାର ନାମ "ମତଦାତା ଯୋଡ ଅଭିଯାନ" ରଖାଯାଇଛି।

ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରାୟ ୨୫ ହଜାର ମତାଦାତାଙ୍କ ନାମ ଭୋଟର ତାଲିକାରେ ଯୋଡ଼ାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥିପାଇଁ ଆହ୍ୱାନ ଦେଇ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଆମର ସାମ୍ବିଧାନିକ କର୍ତ୍ତବ୍ୟ। "ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ବିଜେପି ସମର୍ଥକଙ୍କ ନାମ ଭୋଟର ତାଲିକାରୁ ବାଦ ନପଡ଼େ। ଯୋଗ୍ୟ ମତାଦାତାଙ୍କୁ ଯୋଡି଼ବା ଏବଂ ଅଯୋଗ୍ୟ ମତାଦତାଙ୍କୁ ହଟାଇବା ପାଇଁ ଫର୍ମ-୬, ଫର୍ମ-୭, ଫର୍ମ-୮ କୁ ସଠିକ୍ ଭାବରେ ବ୍ୟବହାର କରାଯିବା ଆବଶ୍ୟକ। ବିଜେପି ସୂତ୍ର କହୁଛି ଯେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୦ ହଜାରରୁ ୨୫ ହଜାର ନିଖୋଜ ମତଦାତାଙ୍କୁ ଯୋଡି଼ବା ଲାଭଦାୟକ ହେବ।

ଏହା ସହ ପଢନ୍ତୁ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଚାଞ୍ଚଲ୍ୟକର ଦାବି; କହିଲେ ଭୋଟର ତାଲିକାରୁ ଗାଏବ ହୋଇଯାଇଛି ୧.୨୭ କୋଟି ହିନ୍ଦୁଙ୍କ ନାମ

ବିଜେପି ନେତୃବନ୍ଦଙ୍କ ଅନୁମାନ ଅନୁସାରେ ୪୦ ହଜାରରୁ ୮୦,୦୦୦ ନାମ ପୁନର୍ବାର ଯୋଡିବା ଯଥେଷ୍ଟ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହିଳାଙ୍କ ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ବିବାହ ପରେ, ଅନେକ ମହିଳାଙ୍କ ନାମ ସେମାନଙ୍କ ବାପ ଘର ପକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥାଏ, ହେଲେ ସେମାନଙ୍କ ନାମ ଶ୍ୱଶୁର ଘର ପକ୍ଷ ଭୋଟର ତାଲିକାରେ ଯୋଡି ହୋଇନଥାଏ। ଏପରି ମହିଳାଙ୍କ ନାମ ପ୍ରାଥମିକତା ଭିତ୍ତିରେ ଭୋଟର ତାଲିକାରେ ଯୋଡାଯିବା ଆବଶ୍ୟକ। ସେ ୨୦୨୭ ଜାନୁଆରୀ ୧ ପର୍ଯ୍ୟନ୍ତ ୧୮ ବର୍ଷ ବୟସ ହୋଇଥିବା ଲୋକଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ପରେ, ବିଜେପି ସଙ୍ଗଠନ ସକ୍ରିୟ ହୋଉଠଛି। ଏଥିପାଇଁ ଜିଲ୍ଲା ସ୍ତରରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ପ୍ରୟାସ କରାଯାଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରବାସୀ ମତଦାତାଙ୍କୁ ଯୋଡିବା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଧ୍ୟାନ
ପ୍ରବାସୀ ମତଦାତାଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ଅନେକ ଭୋଟର ନୋଏଡା କିମ୍ବା ଦିଲ୍ଲୀରେ କାମ କରିଥାନ୍ତି। ସେମାନଙ୍କ ଭୋଟ ପ୍ରାୟତଃ ସେମାନଙ୍କ ଗ୍ରାମରୁ ବିଚ୍ଛିନ୍ନ ହୋଇଯାଏ। ସହରରେ ମଧ୍ୟ ଯୋଡାଯାଏ ନାହିଁ। ସେମାନଙ୍କ ପରିବାର ସହିତ ଯୋଗାଯୋଗ କରାଯିବା ଉଚିତ ଏବଂ ସମସ୍ତଙ୍କ ନାମ ଭୋଟର ତାଲିକାରେ ଯୋଡାଯିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ସନ୍ଦିଗ୍ଧ ନାମର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁଠାରେ ସନ୍ଦିଗ୍ଧ ନାମ ମିଳୁଛି, ନିର୍ବାଚନ ଆୟୋଗଙ୍କୁ ଏ ସମ୍ପର୍କରେ ଜଣାଇବା ଆବଶ୍ୟକ।