UP CM Yogi Adityanath / 'ଆଗରୁ ରାମଙ୍କ ନାମରେ ମାରୁଥିଲେ ଗୁଳି; ଏବେ ଅଯୋଧ୍ୟାରେ ପଶି ପାରୁନାହାଁନ୍ତି ରାମଦ୍ରୋହୀ'
·2 hours ago·2 min read

Key Points
ଶନିବାର ରାଜ୍ୟର ଗୋଣ୍ଡା ଜିଲ୍ଲା ଗସ୍ତରେ ଆସି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ।
ଏହି ଅବସରରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିଥିଲେ

CM Yogi Adityanaths Gonda Tour: ଉତ୍ତର ପ୍ରଦେଶରେ ପୂର୍ବରୁ ରାମଙ୍କ ନାମ ଉଲ୍ଲେଖ କରିବା ମଧ୍ୟ ନିଷେଧ ଥିଲା। ଯଦି କେହି ଭଗବାନ ରାମଙ୍କ ନାଁ ନେଉଥିଲା ତାହେଲେ ଗୁଳି ମାଡ଼ କରାଯାଉଥିଲା। ସେତେବେଳେ ଭଗବାନ ରାମଙ୍କ ଭକ୍ତ ଅଯୋଧ୍ୟାରେ ପ୍ରବେଶ କରିପାରୁ ନଥିଲେ। ହେଲେ ବର୍ତ୍ତମାନ ଏପରି ବ୍ୟବସ୍ଥା କରାଯାଇଛି ଯେ ରାମଙ୍କ ଭକ୍ତ ବ୍ୟତୀତ ଅନ୍ୟ କେହି ଅଯୋଧ୍ୟାରେ ପ୍ରବେଶ କରିପାରିବେ ନାହିଁ। ଏପରିକି ସେମାନେ ବିଶ୍ୱାସଘାତକତା କରିପାରିବେ ନାହିଁ। ଆଜି ଅଯୋଧ୍ୟା ଝଲସି ଉଠୁଛି। ଏବେ ଏକ ନୂତନ ଅଯୋଧ୍ୟା ମଡ଼େଲ ଆପଣଙ୍କ ସାମ୍ନାରେ ଠିଆ ହୋଇଛି।
ପ୍ରତ୍ୟେକ ବ୍ୟକ୍ତି ଏବେ ଗୌରବାନିତ୍ୱ ମନେ କରୁଛନ୍ତି। ଆପଣଙ୍କ ପୂର୍ବପୁରୁଷ ନିଶ୍ଚୟ ଆପଣଙ୍କୁ ଆଶୀର୍ବାଦ କରୁଛନ୍ତି। ଶନିବାର ରାଜ୍ୟର ଗୋଣ୍ଡା ଜିଲ୍ଲାରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏକଥା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ସେ ଜିଲ୍ଲାରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରି ରାଜ୍ୟରେ ପୂର୍ବରୁ ଶାସନ କରିଥିବା ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ।
ପରିବାରବାଦ ପାଇଁ ଅଟକିଥିଲା ବିକାଶ
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ଗୋଣ୍ଡା ଜିଲ୍ଲାରେ ବିକାଶ ତୁଷ୍ଟୀକରଣ ଏବଂ ପରିବାରବାଦର ଶିକାର ହୋଇଛି। ଯେଉଁଠି ମାତା ସରୟୁଙ୍କ ଅସୀମ କୃପା ଏବଂ ଆଶୀର୍ବାଦ ରହୁଥିଲା ସେହି ଜିଲ୍ଲା ପଛରେ ପଡ଼ିଯାଇଛି। ଏପରି ଏକ ସମୟ ଆସିଥିଲା ଯେତେବେଳେ ସ୍ଥାନୀୟ ଯୁବକ ମଧ୍ୟ ପରିଚୟ ସଙ୍କଟର ସାମ୍ନା କରୁଥିଲେ। ଯେତେବେଳେ ସେମାନେ ବାହାରକୁ ବାହାରକୁ ଯାଉଥିଲେ, ଅନ୍ୟ ରାଜ୍ୟର ଲୋକମାନେ ସେମାନଙ୍କ ନାମ ଶୁଣିବା ମାତ୍ରେ ଦଶ ପାଦ ଦୂରକୁ ଚାଲି ଯାଉଥିଲେ।
ପୂର୍ବରୁ ଦୁର୍ଗା ମୂର୍ତ୍ତି ମଧ୍ୟ ବିସର୍ଜନ ହୋଇ ପାରୁନଥିଲା: ମୁଖ୍ୟମନ୍ତ୍ରୀ ଯୋଗୀ
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି, ମୋର ମନେ ଅଛି ଯେ ଗତ ୨୦୧୫-୧୬ ରେ ଦୁର୍ଗା ପୂଜା ସମୟରେ ଗୋଣ୍ଡାରେ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ହୋଇ ପାରି ନଥିଲା। କୌଣସି ପର୍ବ ପର୍ବାଣୀ ଆସିବା ପୂର୍ବରୁ ଦଙ୍ଗା ହେଉଥିଲା। ୨୦୧୭ ପୂର୍ବରୁ,ଶାସନ ଗାଦିରେ ବସିଥିବା ଲୋକ ଦଙ୍ଗାକାରୀଙ୍କୁ ପ୍ରଶ୍ରୟ ଦେଉଥିଲେ। ଏପରିକି ସେମାନଙ୍କ ଆଗରେ ନତମସ୍ତକ ହୋଇ ଯାଉଥିଲେ। ଆଗରୁ ରାଜ୍ୟରେ ମାସ ମାସ ପାଇଁ କର୍ଫ୍ୟୁ ଲାଗି ରହୁଥିଲା।
ଯେଉଁମାନେ ପର୍ବପର୍ବାଣୀରେ ବିଭ୍ରାଟ ସୃଷ୍ଟି କରୁଥିଲେ ସେମାନଙ୍କ ଭବିଷ୍ୟତ ଅନ୍ଧାର
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ଏବେ କେହି କୌଣସି ପର୍ବ ପର୍ବାଣୀ କିମ୍ବା ଉତ୍ସବକୁ ବିପର୍ଯ୍ୟସ୍ତ କରିପାରିବେ ନାହିଁ। ଯଦି କେହି ଏହାକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରନ୍ତି, ତାହେଲେ କେବଳ ବର୍ତ୍ତମାନ ନୁହେଁ ବରଂ ସେମାନଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଯିବ। ଏବେ କେହି କୌଣସି ଉତ୍ସବକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିପାରିବେ ନାହିଁ।ଯଦି ଆପଣ ଡବଲ-ଇଞ୍ଜିନ ସରକାରଙ୍କ ଶକ୍ତି ଦେଖିବାକୁ ଚାହାଁନ୍ତି, ତାହେଲେ ବିଗତ ୫୦୦ ବର୍ଷ ମଧ୍ୟରେ ଯାହା ଘଟିନଥିଲା ତାହା ଅଯୋଧ୍ୟାରେ ମର୍ଯ୍ୟଦା ପୁରୁଷୋତ୍ତମଙ୍କ ପ୍ରତିମୂର୍ତ୍ତି ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ସହିତ ହୋଇଛି।

अब तो श्री अयोध्या धाम में राम भक्त के अलावा कोई 'रामद्रोही' घुस ही नहीं सकता... pic.twitter.com/lX0nTdAFGX
— Yogi Adityanath (@myogiadityanath) June 6, 2026
ପୂର୍ବରୁ ଦୁର୍ଗା ମୂର୍ତ୍ତି ମଧ୍ୟ ବିସର୍ଜନ ହୋଇ ପାରୁନଥିଲା: ମୁଖ୍ୟମନ୍ତ୍ରୀ ଯୋଗୀ
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି, ମୋର ମନେ ଅଛି ଯେ ଗତ ୨୦୧୫-୧୬ ରେ ଦୁର୍ଗା ପୂଜା ସମୟରେ ଗୋଣ୍ଡାରେ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ହୋଇ ପାରି ନଥିଲା। କୌଣସି ପର୍ବ ପର୍ବାଣୀ ଆସିବା ପୂର୍ବରୁ ଦଙ୍ଗା ହେଉଥିଲା। ୨୦୧୭ ପୂର୍ବରୁ,ଶାସନ ଗାଦିରେ ବସିଥିବା ଲୋକ ଦଙ୍ଗାକାରୀଙ୍କୁ ପ୍ରଶ୍ରୟ ଦେଉଥିଲେ। ଏପରିକି ସେମାନଙ୍କ ଆଗରେ ନତମସ୍ତକ ହୋଇ ଯାଉଥିଲେ। ଆଗରୁ ରାଜ୍ୟରେ ମାସ ମାସ ପାଇଁ କର୍ଫ୍ୟୁ ଲାଗି ରହୁଥିଲା।
ଯେଉଁମାନେ ପର୍ବପର୍ବାଣୀରେ ବିଭ୍ରାଟ ସୃଷ୍ଟି କରୁଥିଲେ ସେମାନଙ୍କ ଭବିଷ୍ୟତ ଅନ୍ଧାର
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ଏବେ କେହି କୌଣସି ପର୍ବ ପର୍ବାଣୀ କିମ୍ବା ଉତ୍ସବକୁ ବିପର୍ଯ୍ୟସ୍ତ କରିପାରିବେ ନାହିଁ। ଯଦି କେହି ଏହାକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରନ୍ତି, ତାହେଲେ କେବଳ ବର୍ତ୍ତମାନ ନୁହେଁ ବରଂ ସେମାନଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଯିବ। ଏବେ କେହି କୌଣସି ଉତ୍ସବକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିପାରିବେ ନାହିଁ।ଯଦି ଆପଣ ଡବଲ-ଇଞ୍ଜିନ ସରକାରଙ୍କ ଶକ୍ତି ଦେଖିବାକୁ ଚାହାଁନ୍ତି, ତାହେଲେ ବିଗତ ୫୦୦ ବର୍ଷ ମଧ୍ୟରେ ଯାହା ଘଟିନଥିଲା ତାହା ଅଯୋଧ୍ୟାରେ ମର୍ଯ୍ୟଦା ପୁରୁଷୋତ୍ତମଙ୍କ ପ୍ରତିମୂର୍ତ୍ତି ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ସହିତ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Yogi Adityanath Gonda speechAyodhya Ram Temple newsYogi Adityanath on RamdrohiCM Yogi Gonda rally 2026Ayodhya Ram Mandir latest updateYogi Adityanath bullets fired on Ram devotees statementAnti-Ram elements cannot enter Ayodhya CM YogiYogi Adityanath double engine government speech GondaUP CM Yogi Adityanath speech on Ram Mandir movement