Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଶୀର ନମୋ ଘାଟରେ ଦେବ ଦୀପାବଳୀର ଉଦଘାଟନ କଲେ ଯୋଗୀ ଆଦିତ୍ୟନାଥ

National

କାଶୀର ନମୋ ଘାଟରେ ଦେବ ଦୀପାବଳୀର ଉଦଘାଟନ କଲେ ଯୋଗୀ ଆଦିତ୍ୟନାଥ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
କାଶୀର ନମୋ ଘାଟରେ ଦେବ ଦୀପାବଳୀର ଉଦଘାଟନ କଲେ ଯୋଗୀ ଆଦିତ୍ୟନାଥ


ଅର୍ଗସ ବ୍ୟୁରୋ :  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ବାରା ଦେଶର ଆଧ୍ୟାତ୍ମିକ ରାଜଧାନୀ କାଶୀର ନମୋ ଘାଟରେ  ଦେବ ଦୀପାବଳୀର ଉଦଘାଟନ ।   ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ବିଦେଶୀ ଅତିଥିଙ୍କ ସହ କ୍ରୁଜରେ କାଶୀର ଅର୍ଦ୍ଧଚନ୍ଦ୍ରାକାର ଗଙ୍ଗା ଘାଟରେ ଜଳୁଥିବା ଦୀପର ଅବଲୋକନ କରିଛନ୍ତି। ନମୋ ଘାଟରେ ବିଦେଶୀ ଅତିଥିମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଦେଶର ଆଧ୍ୟାତ୍ମିକ ରାଜଧାନୀ କାଶୀର ଅର୍ଦ୍ଧାଚନ୍ଦ୍ରାକାର ଘାଟରେ ହେବାକୁ ଥିବା ଭବ୍ୟ ଦୀପାବଳିକୁ ରାଜକୀୟ ମେଳା ଭାବେ ଘୋଷଣା କରିଛନ୍ତି। ସେଥିପାଇଁ ନଦୀ ଘାଟକୁ ଦେବ ଦୀପାବଳୀ ଆୟୋଜନ ପାଇଁ ଭବ୍ୟ ସାଜସଜ୍ଜାହୋଇଛି। ଏଥର ସଜେଇ ହୋଇଥିବା ଦୀପମାଳା ଦେଖିବାକୁ ଉପସ୍ଥିତ ଥିଲେ ୭୦ ଦେଶର ରାଷ୍ଟ୍ରଦୂତଙ୍କ ସହ  ୧୫୦ ବିଦେଶୀ ପ୍ରତିନିଧି ଓ ସେମାନଙ୍କ ପରିବାର। ଏହା ମଧ୍ୟରେ ଈଟାଲୀ, ଚୀନ, ପୋଲାଣ୍ଡ, ଋଷ, ନେପାଳ, ଭୂଟାନ, ଗ୍ରୀସ ସମେତ ଅନ୍ୟ ଦେଶମାନଙ୍କର ରାଷ୍ଟ୍ରଦୂତ ଏବଂ ହାଇକମିସନରଙ୍କ ସହ ଅନେକ ଉଚ୍ଚପଦସ୍ତ ଅଧିକାରୀ ସାମିଲ୍ ହୋଇଥିଲେ।  ସମସ୍ତେ ଏହି ଦେବ ଦୀପାବଳୀଙ୍କୁ ଅକଳ୍ପନୀୟ କହିବା  ସହ ପ୍ରଂଶସା କରିଥିଲେ। ଅତିଥି ମାନଙ୍କୁ ବିବେକାନନ୍ଦ କ୍ରୁଜରେ ଦେବ ଦୀପାବଳି ଏବଂ ଏହି ଅବସରରେ ଗଙ୍ଗା ନଦୀରେ ହୋଇଥିବା ଆତସବାଜୀର ମଜା ଉଠାଇଥିଲେ ଅତିଥି।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ନମୋ ଘାଟରେ ଏହିସବୁ ଅତିଥିଙ୍କୁ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାଗତ କରାଯାଇଥିଲା । ବିଭିନ୍ନ ରାସ୍ତା ଏବଂ ଛକରେ ଲେଜର ସୋ  ଏବଂ ଆତସବାଜି ଦ୍ବାରା ବିଦେଶୀ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା। 

ଅଧିକ ପଢନ୍ତୁ ଭାରତ ଖବର 

ଦେବ ଦୀପାବଳୀ କାଶୀ ପରମ୍ପରାର ଅଂଶବିଶେଷ ।  ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେବ ଦୀପାବଳି କାଶୀ ସହ ଦେଶ ଏବଂ ବିଶ୍ବରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇଛି। ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଦେବ ଦୀପାବଳୀରେ ଅଂଶଗ୍ରହଣ କରିଥିଲେ। ଏବେ  ଦେବ ଦୀପାବଳୀର ସାକ୍ଷୀ ଦୁନିଆର ୭୦ ଦେଶର ରାଜନୈତିକ ସହ ଅନ୍ୟ ଲୋକ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ବିଦେଶୀ ଅତିଥିଙ୍କୁ ଦେବ ଦୀପାବଳୀରେ ସାମିଲ୍ ହୋଇଥିବା ଶୁଭେଚ୍ଛା ଜଣାଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ ହ ଭଗବାନଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ସତୁଆ ବାବା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yogi Adityanath inaugurated the Dev Diwali at Kashi Namo Ghat | Argus News