Videos
|
National

UP Leaders Bulletproof Jackets / UPରେ ୫୨ ନେତାଙ୍କୁ ମିଳିଲା ସୁରକ୍ଷା କବଚ, ଯୋଗୀ ଆଦିତ୍ୟନାଥ-ଅଖିଳେଶ-ମାୟାବତୀ ପିନ୍ଧିବେ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
UPରେ ୫୨ ନେତାଙ୍କୁ ମିଳିଲା ସୁରକ୍ଷା କବଚ, ଯୋଗୀ ଆଦିତ୍ୟନାଥ-ଅଖିଳେଶ-ମାୟାବତୀ ପିନ୍ଧିବେ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌
UP Leaders Bulletproof Jackets

Key Points

୨୦୨୭ ନିର୍ବାଚନ ପୂର୍ବରୁ ବଡ଼ ପ୍ରସ୍ତୁତି
UPରେ ୫୨ ନେତାଙ୍କୁ ମିଳିଲା ସୁରକ୍ଷା କବଚ
ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌
ଉତ୍ତରପ୍ରଦେଶରେ ୨୦୨୭ ନିର୍ବାଚନ ପୂର୍ବରୁ ନେତାଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଖିଳେଶ ଯାଦବ ଓ ମାୟାବତୀଙ୍କ ସମେତ ୫୨ ଜଣ ନେତାଙ୍କୁ ଦିଆଯାଇଛି ବୁଲେଟ୍‌ ପ୍ରୁଫ୍ ଜ୍ୟାକେଟ୍ । ତେବେ ନିର୍ବାଚନ ପୂର୍ବରୁ ହଠାତ୍ ନେତାଙ୍କ ସୁରକ୍ଷାକୁ ନେଇ କାହିଁକି ଏତେ ବଡ଼ ପ୍ରସ୍ତୁତି ? ଆଉ ଏହି ୫୨ ଜଣଙ୍କ ତାଲିକାରେ କେଉଁ କେଉଁ ବଡ଼ ନେତା ଅଛନ୍ତି ?

ସୂଚନା ଅନୁସାରେ, ବୁଲେଟପ୍ରୁଫ୍ ଜ୍ୟାକେଟ୍ ପାଇଥିବା ୫୨ ଜଣଙ୍କ ମଧ୍ୟରେ ଉତ୍ତରପ୍ରଦେଶ ସରକାରଙ୍କ ୧୧ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ମନ୍ତ୍ରୀ ସଞ୍ଜୟ ନିଷାଦ, ନନ୍ଦ ଗୋପାଳ ଗୁପ୍ତା ନନ୍ଦୀ, ଓମ୍ ପ୍ରକାଶ ରାଜଭର ଏବଂ ଅପର୍ଣ୍ଣା ଯାଦବଙ୍କୁ ମଧ୍ୟ ଏହି ସୁରକ୍ଷା କବଚ ଦିଆଯାଇଛି । ଏହାଛଡ଼ା ସ୍ୱତନ୍ତ୍ର ଦେବ ସିଂହ, ଜୟବୀର ସିଂହ ଏବଂ ମହେନ୍ଦ୍ର ସିଂହଙ୍କ ଭଳି ନେତାମାନେ ମଧ୍ୟ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପାଇଛନ୍ତି ।

ଅଧିକ ପଢ଼ନ୍ତୁ: କାହିଁକି ହଠାତ୍ ବଢ଼ୁଛି ଚିନି ଦର ? କାରଣ କହିଲେ କେନ୍ଦ୍ର ସରକାର


୨୦୨୭ ନିର୍ବାଚନ ପୂର୍ବରୁ ବଡ଼ ପ୍ରସ୍ତୁତି

ଉତ୍ତରପ୍ରଦେଶରେ ୨୦୨୭ ମସିହାରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ନେତାମାନଙ୍କ ସୁରକ୍ଷାକୁ ନେଇ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୮ ଜଣ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଜଣ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଦିଆଯାଇଛି ।
ଏହା ସହିତ ରାଜ୍ୟରେ ୯୮ ଜଣ ନେତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ବିଭିନ୍ନ ଶ୍ରେଣୀର ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି । ଏଥିରେ Y ଠାରୁ Z ପର୍ଯ୍ୟନ୍ତ ବିଭିନ୍ନ ସୁରକ୍ଷା ବର୍ଗ ସାମିଲ ରହିଛି ।

କାହିଁକି ଦିଆଯାଉଛି ବୁଲେଟପ୍ରୁଫ୍ ଜ୍ୟାକେଟ୍ ?

ସୁରକ୍ଷା ମୁଖ୍ୟାଳୟ ପକ୍ଷରୁ ପ୍ରତିବର୍ଷ ବୁଲେଟପ୍ରୁଫ୍ ଜ୍ୟାକେଟ୍ କିଣାଯାଇଥାଏ । ସୁରକ୍ଷାରେ ନିୟୋଜିତ ଯବାନ ଏବଂ ଆବଶ୍ୟକତା ଅନୁସାରେ ନେତାମାନଙ୍କ ପାଇଁ ଏହି ଜ୍ୟାକେଟ୍ ବ୍ୟବସ୍ଥା କରାଯାଏ । ଚଳିତଥର ଯେଉଁ ନେତାମାନଙ୍କୁ ପୂର୍ବରୁ ସୁରକ୍ଷା ମିଳିଛି, ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ମଧ୍ୟ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଦିଆଯାଉଛି।
ଉତ୍ତରପ୍ରଦେଶରେ ୯୮ ଜଣ ନେତା ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଭିନ୍ନ ସୁରକ୍ଷା ବର୍ଗରେ ଥିବାବେଳେ, ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଦିଆଯାଇଛି । ୨୦୨୭ ନିର୍ବାଚନ ପୂର୍ବରୁ ସୁରକ୍ଷା ମୁଖ୍ୟାଳୟର ଏହି ପଦକ୍ଷେପ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
UP Gives Bulletproof Jackets to 52 Leaders Ahead of 2027 Polls | Argus News