Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ବସନା ଦେଲେ ଯୋଗୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ବସନା ଦେଲେ ଯୋଗୀ

ଅର୍ଗସ ବ୍ୟୁରୋ : ଉତ୍ତରପ୍ରେଦଶର ଆମେଠି ହତ୍ୟା ମାମଲାରେ ପୀଡିତ ପରିବାରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ଆଶ୍ବାସନା । ଏହି ଆଲୋଚନାରେ ପୀଡିତ ପରିବାରର ୨ ଜଣ ମହିଳା ଉପସ୍ଥିତ ଥିଲେ। ଏହାଛଡା ଆମେଠିର ଉଚ୍ଚାହାରରୁ ବିଧାୟକ ଥିବା ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ । ଏହାକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶ ସରକାର ସଂପୂର୍ଣ୍ଣ ସମ୍ବେଦନା ଏବଂ ପ୍ରତିବଦ୍ଧତା ସହ ଶୋକ ସନ୍ତପ୍ତ ପରିବାର ସହ ରହିଛି।

ଅଧିକ ପଢନ୍ତୁ ଭାରତ ଖବର

ପୀଡିତ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲେଖିଛନ୍ତି ଯୋଗୀ । କିଛି ଦିନ ତଳେ ଆମେଠିରେ ଜଣେ ଶିକ୍ଷକଙ୍କ ପରିବାରର ୪ ସଦସ୍ୟଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହାପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। ତେବେ ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ଏସଟିଏଫର ନୋଏଡା ୟୁନିଟ୍ ଜଣେ ଅଭିଯୁକ୍ତକୁ ଜେବର୍ ଟୋଲ୍ ନିକଟରୁ ଗିରଫ କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡିତ ପରିବାରକୁ ଭେଟିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yogi assured strict action against the culprits | Argus News