Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମହାଷ୍ଟମୀ ଏବଂ ମହାନବମୀ ପାଇଁ ଛୁଟି ଘୋଷଣା ଯୋଗୀ ସରକାର

National

ମହାଷ୍ଟମୀ ଏବଂ ମହାନବମୀ ପାଇଁ ଛୁଟି ଘୋଷଣା ଯୋଗୀ ସରକାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମହାଷ୍ଟମୀ ଏବଂ ମହାନବମୀ ପାଇଁ ଛୁଟି ଘୋଷଣା ଯୋଗୀ ସରକାର

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶର ମହାଷ୍ଟମୀ ଏବଂ ମହାନବମୀ ପାଇଁ ସରକାରୀ ଛୁଟି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର। ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଶାରଦୀୟ ନବରାତ୍ର ଅବସରରେ ଅଧିକାଂଶ କର୍ମଚାରୀ ୯ ଦିନ ଧରି ବ୍ରତ ରଖି ମାଆଙ୍କର ଉପାସନା କରିଥାନ୍ତି। ହିନ୍ଦୁମାନଙ୍କ ପାଇଁ ମହାଷ୍ଟମୀ ଏବଂ ମହାନବମୀ ଅଧିକ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ସରକାରୀ କର୍ମଚାରୀମାନଙ୍କ ପାଇଁ ବ୍ରତ ରଖିବାରେ ଅସୁବିଧା ହେଉଥିଲା ।  ଯେଉଁଥି ପାଇଁ ସରକାରୀ କର୍ମଚାରୀଙ୍କ ସଂଘ ପକ୍ଷରୁ ସରକାରୀ ଛୁଟି ଲାଗି ଦାବି ହେଉଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଯେଉଁ ଦାବି ରଖିଛନ୍ତି ଉତ୍ତରପ୍ରଦେଶ ସରକାର ।  ଅଷ୍ଟମୀ, ନବମୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା  ଛୁଟି ଘୋଷଣା କରାଯାଇଥିବାରୁ କର୍ମଚାରୀ ସଂଘ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ କର୍ମଚାରୀ ସଂଯୁକ୍ତ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହୃଦୟରୁ ଧନ୍ୟବାଦ  ଜ୍ଞାପନ କରିଛି ଲକ୍ଷ୍ନୌ ବ୍ୟବସାୟୀ ସଂଘ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Yogi Govt declares holidays for Mahastami and Mahanbami | Argus News