Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆପଣ ବି ହ୍ବାଟ୍ସ‌ ଆପରୁ ଡାଉନଲୋଡ କରିପାରିବେ ବସ ଟିକେଟ, ଜାଣନ୍ତୁ କିପରି...

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆପଣ ବି ହ୍ବାଟ୍ସ‌ ଆପରୁ ଡାଉନଲୋଡ କରିପାରିବେ ବସ ଟିକେଟ, ଜାଣନ୍ତୁ କିପରି...

ଅର୍ଗସ ବ୍ୟୁରୋ : ୱାଟସପର ଫିଚର ଦିନକୁ ଦିନ ବଦଳିବାରେ ଲାଗିଛି । ଅନେକ ନୂଆ ନୂଆ ଫିଚର ସହ ଅପଡେଟ ହେଉଛି ହ୍ବାଟସପ । ଏବେ ଏପରି ଫିଚର ଆସୁଛି , ଯେଉଁଥିରେ ଆପଣ ବସ ଟିକେଟ ମଧ୍ୟ ପାଇପାରିବେ । ୱାଟସପର ଲାଟେଷ୍ଟ ଅପଡେଟ ଏପରି ଆସିଛି ଯେଉଁଥିରେ ଆପଣ ଘରେ ବସି ନିଜର ବସ ଟିକେଟ ବୁକ କରିପାରିବେ । ଟିକେଟ ବୁକ କରିବାକୁ ହେଲେ ପ୍ରଥମେ ହ୍ବାଟସପର ଏକ ନମ୍ବର (+91 8744073223)ରେ ଏକ "ହାଏ"(HI) ମେସେଜ କରିବାକୁ ପଡିବ ।

ଅଧିକ ପଢନ୍ତୁ : ଵର୍ତ୍ତମାନ ଲୋକମାନେ ଛୋଟ ଘରକୁ ଵେଶି ପସନ୍ଦ କରୁନାହାନ୍ତି

ପରେ ଏଥିରେ ନିଜ ନିଜର ଭାଷା ଚୟନ କରିବାକୁ ପଡିବ । ଭାଷା ଚୟନ ପରେ ୟୁଜର୍ସଙ୍କ ପାଇଁ ୩ଟି ଅପ୍ସନ ଆସିବ, ଯେଉଁଥିରେ ଟିକେଟ ବୁକ , ଡାଉନଲୋଡ ଟିକେଟ ଏବଂ ଲାଷ୍ଟ ଟ୍ରାନ୍ସଜାକସନ୍ ଭଳି ବିକଳ୍ପ ଆସିବ। ଯେଉଁଥିରୁ ଆପଣ ବୁକ ଟିକେଟର ବିକଳ୍ପ ବାଛିପାରିବେ । ଏବଂ କେଉଁଆଡେ ଯିବେ ଚୟନ କଲାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ ଆସିବ , ଏବଂ ଆପଣଙ୍କ ଟିକେଟ ବୁକିଂ କରାଯାଇପାରିବ । ଏହିପରି ଭାବରେ ଆପଣ ନିଜର ଟିକେଟ ଡାଉନଲୋଡ ମଧ୍ୟ କରିପାରିବେ । ଦିଲ୍ଲୀ ଟ୍ରାନ୍ସପୋର୍ଟ ସିଷ୍ଟମ ପାଇଁ କେବଳ ଏପରି ଫିଚରର ବ୍ୟବସ୍ଥା କରାଯାଇଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
You can also download bus tickets from WhatsApp, know how | Argus News