Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏକ୍ସ ହ୍ୟାଣ୍ଡଲରେ ଆପଣ ବି ପାଇପାରିବେ ବ୍ଲୁ ଟିକ, ଜାଣନ୍ତୁ ସର୍ତ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଏକ୍ସ ହ୍ୟାଣ୍ଡଲରେ ଆପଣ ବି ପାଇପାରିବେ ବ୍ଲୁ ଟିକ, ଜାଣନ୍ତୁ ସର୍ତ୍ତ

ଅର୍ଗସ ବ୍ୟୁରୋ :  ଆପଣ ନିଜ ଏକ୍ସ ହ୍ୟାଣ୍ଡଲକୁ ଭେରିଫାଏଡ କରିବାକୁ ଚାହୁଁଛନ୍ତି କି? ତେବେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବନି । ମାଗଣାରେ ଆପଣ ନିଜ ଆକାଉଣ୍ଟ ଭେରିଫାଏଡ କରିପାରିବେ । ଅର୍ଥାତ ଆପଣଙ୍କ ଆକାଉଣ୍ଟରେ ନାମୀଦାମୀ ସେଲିବ୍ରିଟିଙ୍କ ଆକାଉଣ୍ଟ ଭଳି ବ୍ଲୁ ଟିକ ଲାଗିଯିବ । ଏପରି ମନ୍ତବ୍ୟ ଦେଇଛନ୍ତି ଏଲନ ମସ୍କ । ପୂର୍ବରୁ ବ୍ଲୁ ଟିକ ପାଇବାକୁ ହେଲେ ମାସକୁ ୬୫୦ ଟଙ୍କା ଦେବାକୁ ପଡୁଥିଲା । ହେଲେ ବର୍ତ୍ତମାନ ଆଉ ଏପରି କରିବାକୁ ପଡିବନି ।

ଅଧିକ ପଢନ୍ତୁ ଭାରତ ଖବର

ଯେଉଁ ଆକାଉଣ୍ଟର ୨୫୦୦ ଭେରିଫାଏଡ ଆକାଉଣ୍ଟ ସବସ୍କ୍ରାଇବର ଥିବେ, ସେହି ଆକଉଣ୍ଟ ପ୍ରିମିୟମ ଫିଚର ପାଇପାରିବ । ପ୍ରିମିୟମ ଫିଚରରେ ୫୦ ପ୍ରତିଶତ ବିଜ୍ଞାପନ କମିଯିବ । ଏବଂ ଏଡିଟ ପୋଷ୍ଟ, ଅନ୍ଡୋ ପୋଷ୍ଟ ଏବଂ ଭିଡିଓ ଭଳି ଫିଚର ରହିବ । ସେହି ଆକାଉଣ୍ଟକୁ ବ୍ଲୁ ଟିକ ମିଳିପାରିବ । ସେହିପରି ପ୍ରିମିୟମ ପ୍ଲସ ଥିବା ଏକ୍ସ ଆକାଉଣ୍ଟରେ ବିଜ୍ଞାପନ ଆଦୌ ରହିବନି । ଏବଂ ଏଥିରେ ମଧ୍ୟ ଅନେକ ଫିଚର ଦେଖିବାକୁ ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
You can get Blue Tick on X-Handle without any cost , know the condition | Argus News