Adult Children Rights / ମନପସନ୍ଦର ଜୀବନସାଥୀ ବାଛି ପାରିବେ ଯୁବକ ଓ ଯୁବତୀ, ସେମାନେ ପିତାମାତାଙ୍କ ସମ୍ପତ୍ତି ନୁହେଁ
·2 weeks ago·2 min read

Key Points
ପିଲାଙ୍କ ଜୀବନସାଥୀ ବାଛିବାର ସ୍ୱାଧୀନତା ଅଛି
ସେମାନେ ନିଜ ଇଚ୍ଛାରେ ବାଛି ପାରିବେ ଜୀବନସାଥୀ
ହସ୍ତେକ୍ଷପ କରିପାରିବେନି ବାପାମା
ପିଲାମାନେ ପିତାମାତାଙ୍କ ସମ୍ପତ୍ତି ନୁହେଁ
ବମ୍ବେ ହାଇକୋର୍ଟର ଐତିହାସିକ ରାୟ
ସେମାନେ ନିଜ ଇଚ୍ଛାରେ ବାଛି ପାରିବେ ଜୀବନସାଥୀ
ହସ୍ତେକ୍ଷପ କରିପାରିବେନି ବାପାମା
ପିଲାମାନେ ପିତାମାତାଙ୍କ ସମ୍ପତ୍ତି ନୁହେଁ
ବମ୍ବେ ହାଇକୋର୍ଟର ଐତିହାସିକ ରାୟ
ନାଗପୁର,୧୨/୦୮:ଏକ ଐତିହାସିକ ରାୟରେ ବମ୍ବେ ହାଇକୋର୍ଟ କହିଛନ୍ତି ଯେ ପ୍ରାପ୍ତବୟସ୍କ ସନ୍ତାନ ନିଜ ଜୀବନ ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇପାରିବେ। ସେମାନେ ପିତାମାତାଙ୍କ ସମ୍ପତ୍ତି ନୁହନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଏଭଳି ମତ ଦେଇଛନ୍ତି। ଜଣେ ପ୍ରାପ୍ତବୟସ୍କ ମହିଳା ନିଜ ଇଚ୍ଛାରେ କାହା ସହ ରହିବାକୁ ଚାହୁଁଥିଲେ, ତାଙ୍କୁ ବଳପୂର୍ବକ ହେପାଜତରେ ରଖାଯାଇଥିବା ପ୍ରମାଣ ନଥିଲେ ହେବିୟସ୍ କର୍ପସ୍ ଆବେଦନ ମାଧ୍ୟମରେ ତାଙ୍କୁ ଫେରାଇ ଆଣିହେବ ନାହିଁ ବୋଲି ବମ୍ବେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ମାମଲାଟି ନାଗପୁରର ଜଣେ ମହିଳାଙ୍କ ଆବେଦନ ସହ ଜଡିତ। ମହିଳା ଜଣକ ତାଙ୍କ ବଡ଼ ଝିଅର ହେପାଜତ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଝିଅ ପ୍ରଥମେ ନାବାଳିକା ଥିବା ସମୟରେ ଟ୍ୟୁସନ୍ ଯିବା ବାହାନାରେ ଘରୁ ବାହାରିଥିଲେ। ପରେ ସିସିଟିଭି ଫୁଟେଜରେ ସେ ଜଣେ ଯୁବକଙ୍କ ସହ ଯାଉଥିବା ଦେଖାଯାଇଥିଲା। ବହୁତ ଖୋଜାଖୋଜି ପରେ ପୋଲିସ ଝିଅକୁ ଖୋଜି ପାଇଥିଲା। ଏବଂ ଝିଅକୁ ତା ମାଆଙ୍କ ହସ୍ତାନ୍ତର କରିଥିଲା।
ତେବେ କିଛି ଦିନ ପରେ ଯୁବତୀ ଜଣକ ପୁଣି ଘରୁ କୁଆଡ଼େ ଚାଲିଯାଇଥିଲେ। ଏହାପରେ ତାଙ୍କ ମାଆ ହାଇକୋର୍ଟରେ ହେବିୟସ୍ କର୍ପସ୍ ଆବେଦନ ଦାଖଲ କରି ଝିଅକୁ ହେପାଜତରେ ଦେବାକୁ ଅନୁରୋଧ କରିଥିଲେ।
ପଢନ୍ତୁ ଏହି ଖବର: ରାକ୍ଷୀରେ ମହିଳାଙ୍କୁ ମିଳିବ ଟଙ୍କା, ପ୍ରତି ମାସରେ ମିଳିବ ୨୫ଶହ ଟଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୁଣାଣି ସମୟରେ କୋର୍ଟ ଯୁବତୀଙ୍କ ସହ ସିଧାସଳଖ କଥା ହୋଇଥିଲେ। ଯୁବତୀ ଜଣକ କହିଥିଲେ ଯେ ସେ ନିଜ ଇଚ୍ଛାରେ ଯୁବକଙ୍କ ସହ ରହୁଛନ୍ତି ଏବଂ ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି। ତାଙ୍କୁ କେହି ବଳପୂର୍ବକ ଅଟକାଇ ରଖିନାହାନ୍ତି ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ।
କୋର୍ଟ କହିଛନ୍ତି ଯେ ଯୁବତୀ ଏବେ ପ୍ରାପ୍ତବୟସ୍କ ଏବଂ ନିଜ ଜୀବନସାଥୀ ବାଛିବାର ଅଧିକାର ତାଙ୍କର ରହିଛି। ଏଥିସହ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଉଦ୍ଧୃତ କରି କୋର୍ଟ କହିଛନ୍ତି ଯେ ହେପାଜତ ମାମଲାରେ ସନ୍ତାନଙ୍କ କଲ୍ୟାଣ ସର୍ବୋପରି। ପିତାମାତାଙ୍କ ଅଧିକାର ଅପେକ୍ଷା ସନ୍ତାନଙ୍କ ଇଚ୍ଛା ଓ କଲ୍ୟାଣକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ।
ହାଇକୋର୍ଟ ଆହୁରି କହିଛନ୍ତି ଯେ ହେବିୟସ୍ କର୍ପସ୍ ଆବେଦନ ସଫଳ ହେବା ପାଇଁ ଅବୈଧ ହେପାଜତ ପ୍ରମାଣିତ ହେବା ଜରୁରୀ। ଏହି ମାମଲାରେ ଯୁବତୀଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବାର ପ୍ରମାଣ ନମିଳିବାରୁ ନାଗପୁର ଖଣ୍ଡପୀଠ ମାଆଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ରାୟ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାରକୁ ପୁଣିଥରେ ସ୍ପଷ୍ଟ କରିଛି।

Related Topics
Explore more stories