Pakistani ISI Agent / ପାକିସ୍ତାନୀ ISI ଏଜେଣ୍ଟଙ୍କ ପ୍ରେମରେ ପଡ଼ି ଫସିଗଲେ ଏହି ଯୁବତୀ
·1 hour ago·2 min read

Key Points
ପାକିସ୍ତାନୀ ISI ଏଜେଣ୍ଟଙ୍କ ପ୍ରେମରେ ପଡ଼ି ଫସିଗଲେ
ଫସିଗଲେ ଯୁବତୀ ମେହକଦୀପ କୌର
ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ରେଳ ଟ୍ରାକ୍ ଘଟଣାରେ ଫସିଲେ

ଜୟପୁର: ପ୍ରେମର ଜାଲରେ ଫସାଇ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ କରିବାର ଅଭିଯୋଗ। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISIର ଏଜେଣ୍ଟଙ୍କ ପ୍ରେମରେ ପଡ଼ି ଜଣେ ୨୧ ବର୍ଷୀୟା ମହିଳା ଏବେ ପୋଲିସ ହେପାଜତରେ। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ରେଳ ଟ୍ରାକ୍ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ପୋଲିସ ମେହକଦୀପ କୌର ଏବଂ ଦେବେନ୍ଦ୍ର ସିଂହଙ୍କୁ ଗିରଫ କରିଛି। ମେହକଦୀପ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି।
ପ୍ରେମ ଜାଲରେ ଫସାଇଥିଲେ ISI ଏଜେଣ୍ଟ!
ପୋଲିସର ପଚରାଉଚରା ବେଳେ ମେହକଦୀପ କୌରଙ୍କ ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ସ୍ୱାମୀ ଏକ ଡ୍ରଗ୍ସ ମାମଲାରେ ଜେଲରେ ଥିବା ଜଣାପଡ଼ିଛି। ଏହି ସମୟରେ ସେ ପାକିସ୍ତାନରେ ରହୁଥିବା 'ଶାହ' ଏବଂ 'ଚାଚା' ନାମକ ଦୁଇ ଜଣଙ୍କ ସମ୍ପର୍କରେ ଆସିଥିଲେ। ପୋଲିସର ସନ୍ଦେହ ଅନୁଯାୟୀ, ଏହି ଦୁଇଟି ନାମ କୋଡ୍ ନେମ୍ ହୋଇଥିବା ବେଳେ ସେମାନେ ISI ସହ ଜଡ଼ିତ। ପ୍ରଥମେ ପ୍ରେମ ସମ୍ପର୍କ ସ୍ଥାପନ କରିବାର ଅଭିନୟ କରି ମେହକଦୀପଙ୍କ ବିଶ୍ୱାସ ଜିତିଥିଲେ। ପରେ ଆର୍ଥିକ ପ୍ରଲୋଭନ ଦେଖାଇ ତାଙ୍କୁ ଷଡ଼ଯନ୍ତ୍ରରେ ସାମିଲ କରିଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଏହି ଖବର: କ'ଣ ଏହି ହନିଟ୍ରାପ୍, କିଏ ହୋଇଥିଲେ ଏହାର ପ୍ରଥମ ଶିକାର ? ଆସନ୍ତୁ ଜାଣିବା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ ଥିଲା ରେଳ ଟ୍ରାକ୍ ବିସ୍ଫୋରଣ ଷଡ଼ଯନ୍ତ୍ର?
ଗତ ନଭେମ୍ବର ୩ ତାରିଖରେ ଶ୍ରୀଗଙ୍ଗାନଗର ଜିଲ୍ଲାର ଅନୁପଗଡ଼-ସୁରତଗଡ଼ ରେଳ ଲାଇନର ୫୦ ଜିବି ଗ୍ରାମ ନିକଟରେ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ରେଳ ଟ୍ରାକ୍ ତଳେ ଥିବା ଦୁଇରୁ ତିନୋଟି ସିମେଣ୍ଟ ସ୍ଲିପର କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସ୍ଲିପର ଭିତରେ ଥିବା ଲୁହା ରଡ୍ ବାହାରକୁ ବାହାରି ଆସିଥିଲା। ରେଳ କ୍ଲିପ୍ ମଧ୍ୟ ଛିନ୍ନଭିନ୍ନ ହୋଇଯାଇଥିଲା। ସୂଚନା ଅନୁଯାୟୀ, ଅନୁପଗଡ଼ରୁ ସୁରତଗଡ଼ ଯାଉଥିବା ଏକ ଟ୍ରେନ୍ ଘଟଣାସ୍ଥଳ ଅତିକ୍ରମ କରିବାର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା। ଅନୁପଗଡ଼-ବଠିଣ୍ଡା ଟ୍ରେନ୍କୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଇଥିଲା। ଘଟଣା ପରେ ଶ୍ରୀଗଙ୍ଗାନଗର ଏସ୍ପି ହରିଶଙ୍କର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ନୂଆ ଢଙ୍ଗରେ ଗୁପ୍ତଚର ଜାଲ!
ତଦନ୍ତକାରୀ ଏଜେନ୍ସିଙ୍କ ସନ୍ଦେହ ଅନୁଯାୟୀ, ISI ଏବେ ଯୁବତୀ ଓ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଗୁପ୍ତଚର କାର୍ଯ୍ୟ ଏବଂ ଦେଶବିରୋଧୀ ଷଡ଼ଯନ୍ତ୍ରରେ ବ୍ୟବହାର କରୁଛି। ଏହା ପୂର୍ବରୁ ରାଜସ୍ଥାନର ଗଙ୍ଗାପୁର ସହରରୁ ବବିତା ନାମକ ଜଣେ ମହିଳାଙ୍କୁ ମଧ୍ୟ ISI ଏଜେଣ୍ଟଙ୍କ ପ୍ରେମ ଜାଲରେ ଫସିଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ତେବେ ରେଳ ଟ୍ରାକ୍ ବିସ୍ଫୋରଣ ପଛରେ ଆଉ କେଉଁମାନଙ୍କ ହାତ ରହିଛି ଏବଂ ଏହାର ଅନ୍ୟ ଦେଶବିରୋଧୀ ଲିଙ୍କ୍ ଅଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

Related Topics
Explore more stories