UP Man Kills / ରାକ୍ଷସ ପୁଅ, ମାଆ-ସ୍ତ୍ରୀକୁ ମାରିଦେଲା, ଲୋକଙ୍କ ସାମ୍ନାରେ ଖପୁରୀରୁ ମାଂସ ଖାଇଗଲା
·6 months ago·2 min read

Key Points
ରାକ୍ଷସ ପୁଅ
ମାଆ-ସ୍ତ୍ରୀକୁ ଛେଚି ଛେଚି ମାରିଦେଲା
ଶେଷରେ ଧରିଲା ପୋଲିସ
ମାଆ-ସ୍ତ୍ରୀକୁ ଛେଚି ଛେଚି ମାରିଦେଲା
ଶେଷରେ ଧରିଲା ପୋଲିସ
ରାକ୍ଷସ ପୁଅ। ନିଜ ମାଆକୁ ଛେଚି ଛେଚି ମାରିଦେଲା । ଖାଲି କଣ ମାଆକୁ ନିଜ ସ୍ତ୍ରୀକୁ ବି ଛାଡ଼ିଲାନି। ସର୍ବସମ୍ମୁଖରେ ଖପୁରୀ କାଢ଼ି ମାଂସ ଖାଇଲା। ଏମିତି ନୃଶଂସ ମଣିଷ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୁଶୀନଗରରେ। ଏଖବର ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ରାକ୍ଷସ ପାଲଟିଲା ପୁଅ। ପ୍ରଥମେ ମାଆକୁ ପଥର ଛେଚି ହତ୍ୟା, ପରେ ଭେଜାକୁ ଖାଇଗଲା। ଏହି ବିଭତ୍ସ ଘଟଣା ଦେଖି ପୋଲିସ ବି ଭୟରେ ଥରହର । ଅଭିଯୁକ୍ତର ନାଁ ସିକନ୍ଦର ଗୁପ୍ତା (୩୦)। ମୁମ୍ବାଇରେ ଶ୍ରମିକ ଭାବରେ କାମ କରୁଥିଲେ। ପ୍ରାୟ ଗୋଟିଏ ମାସ ପୂର୍ବରୁ ଗାଁକୁ ଫେରିଥିଲେ।
ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ସିକନ୍ଦର ମଦ୍ୟପାନ ଏବଂ ଗଞ୍ଜେଇ ନିଶା ସେବନ କରୁଥିଲା। ସେ ପ୍ରାୟତଃ ତାଙ୍କ ସ୍ତ୍ରୀ ଏବଂ ମା'ଙ୍କୁ ଆକ୍ରମଣ କରୁଥିଲା, ପ୍ରାୟତଃ ସେମାନଙ୍କୁ ହତ୍ୟା ଧମକ ଦେଉଥିଲା। ଶେଷରେ ମାରିବି ଦେଲା। ଏମିତି ମାରିଲା ଯେ ମନ ଶାନ୍ତି ହେଲାନି। ପୁଣି ଥରେ ଥପୁରୀରୁ ମାଂସ କାଢ଼ି ଖାଇଗଲା ରାକ୍ଷସ। ଲକ୍ଷ୍ନୌର ବରିଷ୍ଠ କ୍ଲିନିକାଲ୍ ମନସ୍ତତ୍ତ୍ୱବିତ କହିଛନ୍ତି ଯେ କୁଶିନଗରର ଅଭିଯୁକ୍ତ ମାନସିକ ରୋଗରେ ପୀଡିତ ବୋଲି ମନେ ହେଉଛି। ଏହା ଏକ ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଯେଉଁଥିରେ ତାଙ୍କର ବିଚଳିତ ମାନସିକ ସ୍ଥିତିକୁ ସୂଚିତ କରୁଛି। ଯୁବକ ଜଣଙ୍କ ତାଙ୍କ ମାଆ ଏବଂ ସ୍ତ୍ରୀଙ୍କୁ ଘରର ଛାତ ଉପରେ ପିଟି ପିଟି ହତ୍ୟା କରିଛି। ଇଟାରେ ସେମାନଙ୍କ ମୁଣ୍ଡକୁ ଛେଚି ଦେଇଥିଲା।
ସେମାନଙ୍କ ଖପୁରୀର ମାଂସ ଚୋବାଇ ଦେଇଥିଲେ। ଗାଁ ଏତେ ଭୟଭୀତ ହୋଇଯାଇଥିଲେ, କେବଳ ଦେଖଣାହାରୀ ସାଜିଥିଲେ, ପାଖ ମାଡୁନଥିଲେ। ପୋଲିସ କହିଛି ଯେ ସିକନ୍ଦର ପ୍ରଥମେ ତାଙ୍କ ଘରର ଛାତ ଉପରେ ତାଙ୍କ ସ୍ତ୍ରୀ ପ୍ରିୟଙ୍କା (୨୮) ଏବଂ ମାଆ ରୁନା ଦେବୀ (୬୦)ଙ୍କୁ ବାଡ଼ିରେ ଆକ୍ରମଣ କରିଥିଲା। ତା'ପରେ ସେ ଏକ ସିମେଣ୍ଟ ଇଟା ଉଠାଇ ବାରମ୍ବାର ସେମାନଙ୍କ ମୁଣ୍ଡକୁ ପିଟିଥିଲା। ଘଟଣାସ୍ଥଳେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ସେ ମୃତଦେହଗୁଡ଼ିକୁ ବିକୃତ କରିଦେଇଥିଲା। ସେମାନଙ୍କ ଖପୁରୀରୁ ମାଂସ ବାହାର କରି ଗାଁ ଲୋକଙ୍କ ସମ୍ମୁଖରେ ଖାଇଚାଲିଥିଲା।
ଏଥିସହ ପଢ଼ନ୍ତୁ: ପଶୁପ୍ରେମୀଙ୍କୁ ତାଗିଦ୍, କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଟଙ୍କା: ସୁପ୍ରିମକୋର୍ଟ
କୁଶିନଗର ପୋଲିସ ଏସପି କହିଛନ୍ତି, "ଡବଲ ମର୍ଡରର ଏକ ମାମଲା ରୁଜୁ କରାଯାଇଛି, ଏବଂ ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ମଧ୍ୟ ଯାଞ୍ଚ କରୁଛି।" ଗୁଜରାଟର ନ୍ୟାସନାଲ ଫୋରେନସିକ୍ ସାଇନ୍ସ ୟୁନିଭରସିଟି (NFSU) ରାଜ୍ୟ ପୋଲିସ ବାହିନୀକୁ ସହାଯ୍ୟ କରିବେ। ବିଶେଷଜ୍ଞ ଅଶୋକ ଶ୍ରୀବାସ୍ତବ କହିଛନ୍ତି ଯେ, କୁଶୀନଗର ଘଟଣା ଭଳି ନରଭକ୍ଷ୍ୟ ସମ୍ପର୍କିତ କାର୍ଯ୍ୟ ପ୍ରବୃତ୍ତି ଗଭୀର ମାନସିକ ଆଘାତ ଏବଂ କିଛି କ୍ଷେତ୍ରରେ ସ୍ନାୟୁଗତ କାରଣ ଦ୍ୱାରା ଚାଳିତ ଚରମ ମାନସିକ ବିକୃତିକୁ ପ୍ରତିଫଳିତ କରେ।
ଏଘଟଣା ଭୟାବହ ହୋଇଥିବାବେଳେ ସିକନ୍ଦର ଜଣେ ମାନସିକ ରୋଗୀ ହୋଇପାରନ୍ତି। କାହିଁକିନା ଜଣେ ମଣିଷ ଯେତେ ବି ମଦ ପିଉନା କାହିଁକି ଏମିତି ନୃଶଂସ କେବେବି ହୋଇପାରିବ ନାହିଁ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories