Zakir Naik Latest Controversy / ତାଲିବାନ ପ୍ରତିବନ୍ଧକକୁ ସମର୍ଥନ କରି ବିବାଦରେ ଜାକିର ନାଏକ; ପାକିସ୍ତାନ ଠାରୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ସବୁଠି ହେଉଛି ପ୍ରତିବାଦ
·21 mins ago·2 min read

Key Points
ନାରୀ ଶିକ୍ଷା ଉପରେ ତାଲିବାନ ଦ୍ୱାରା ଲଗାଯାଇଥିବା ନିଷେଧାଦେଶକୁ ସମର୍ଥନ କରି ବିବାଦୀୟ ହୋଇ ପଡ଼ିଛନ୍ତି ବିବାଦୀୟ ଉଗ୍ରବାଦୀ ଇସଲାମୀ ପ୍ରଚାରକ ଜାକିର ନାଏକ।
ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ପକ୍ଷରୁ ନାରୀ ଶିକ୍ଷା ଉପରେ ଜାରି ହୋଇଛି କଠୋର ନିଷେଧାଦେଶ। ଯାହା ସମଗ୍ର ବିଶ୍ୱରେ ପ୍ରତିବାଦର କାରଣ ପାଲଟିଛି। ଏବେ ବିବାଦୀୟ ଉଗ୍ରବାଦୀ ଇସଲାମୀ ପ୍ରଚାରକ ଜାକିର ନାଏକ, ତାଲିବାନ ଦ୍ୱାରା ଲଗାଯାଇଥିବା ନିଷେଧାଦେଶ ସମର୍ଥନରେ ଆସିଛନ୍ତି। ଏପରିକି ସେ ଏହାର ସମର୍ଥନରେ ଯୁକ୍ତି ଉପସ୍ଥାପନ କରିଥିଲେ। ଯାହାକୁ ନେଇ ଏବେ ପାକିସ୍ତାନ ଠାରୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ସବୁଠି ତାଙ୍କ ବିରୋଧରେ ପ୍ରତିବାଦ କରାଯାଇଥିଲା। ତାଙ୍କର ଏକ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ସେ ଆଫଗାନିସ୍ତାନରେ ନାରୀ ଶିକ୍ଷା ଉପରେ ତାଲିବାନ ଦ୍ୱାର ଲଗାଯାଇଥିବା କଟକଣାକୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଥିଲା। ଯେଉଁଥିରେ ଜାକିର ନାଏକ କହୁଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ମହିଳା ଶିକ୍ଷକଙ୍କ ଅଭାବ ଯୋଗୁଁ ଆଫଗାନିସ୍ତାନରେ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ସାମ୍ବାଦିକ, କର୍ମୀ ଏବଂ ଶିକ୍ଷାବିଦଙ୍କ ପକ୍ଷରୁ ଏହି ବିବାଦୀୟ ଉଗ୍ରବାଦୀ ଇସଲାମୀ ପ୍ରଚାରକଙ୍କ ବୟାନକୁ ସମାଲୋଚନା କରାଯାଇଛି।
କ’ଣ କହିଛନ୍ତି ଜାକିର ନାଏକ?
ଭାଇରାଲ ଭିଡିଓରେ ଜାକିର ନାଏକ କହିଛନ୍ତି ଯେ ତାଲିବାନ ନାରୀ ଶିକ୍ଷା ଉପରେ ସ୍ଥାୟୀ ନିଷେଧାଦେଶ ଲଗାଇ ନାହିଁ। ବରଂ ସୁରକ୍ଷା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଛି। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ମହିଳା ଇସଲାମିକ ଅଧ୍ୟୟନ, ଆରବୀ ଭାଷା ଏବଂ କୁରାନ ଭଳି ବିଷୟରେ ସ୍ନାତକୋତ୍ତର ଏବଂ ପିଏଚଡି଼ ଡିଗ୍ରୀ ହାସଲ କରୁଛନ୍ତି। ଜାକିର ନାଏକ କହିଛନ୍ତି, ଗଣମାଧ୍ୟମରେ ଯାହା ଦେଖାଯାଉଛି ତାହା ସର୍ବଦା ସତ୍ୟ ନୁହେଁ। ମୁଁ ବ୍ୟକ୍ତିଗତ ଭାବରେ ତାଲିବାନ ପ୍ରତିନିଧିଙ୍କ ସହ କଥା ହୋଇଛି। ଉପଯୁକ୍ତ ଶିକ୍ଷକ ଉପଲବ୍ଧ ନହେବା ପର୍ଯ୍ୟନ୍ତ ନାରୀ ଶିକ୍ଷାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାରେ କୌଣସି ସମସ୍ୟା ନାହିଁ।
ହେଲେ ତଥାପି ଜାକିର ନାଏକଙ୍କ ଦାବି ଜାତିସଂଘ ଏଜେନ୍ସି ରିପୋର୍ଟ ସହିତ ମେଳ ଖାଉନାହିଁ। ଜାତିସଂଘ ସମେତ ଅନ୍ୟ ବୈଶ୍ୱିକ ଏଜେନ୍ସି ରିପୋର୍ଟ ସୂଚିତ କରେ ଯେ ତାଲିବାନ ସରକାର ମହିଳାଙ୍କ ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷା ପାଇଁ କଠୋର ପ୍ରତିବନ୍ଧକ ଲଗାଇଛି। ଭାରତୀୟ ଇସଲାମୀ ବିଦ୍ୱାନ ଏ. ଫୈଜୁର ରହମାନ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ପ୍ରଶ୍ନ କରିଛନ୍ତି ଯେ ସେ ଜାକିର ନାଏକଙ୍କୁ କିପରି ତାଙ୍କ ଦେଶରେ ରହିବାକୁ ଅନୁମତି ଦିଆଯାଉଛି। ଅନ୍ୟ କେତେକ ଜାକିର ନାଏକଙ୍କ ବକ୍ତବ୍ୟକୁ ମଧ୍ୟ ସମାଲୋଚନା କରିଥିଲେ।
୨୦୧୬ରୁ ଭାରତ ଛାଡ଼ି ପଳାୟନ କରିଛି ଜାକିଏ ନାଏକ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିବାଦୀୟ ଉଗ୍ରବାଦୀ ଇସଲାମୀ ପ୍ରଚାରକ ଜାକିର ନାଏକ, ଗତ ୨୦୧୬ ରେ ଭାରତ ଛାଡି ମାଲେସିଆ ପଳାୟନ କରିଥିଲା। ତାଙ୍କ ବିରୋଧରେ ଭାରତରେ ଧାର୍ମିକ ଘୃଣାକୁ ଉସକାଇବା, ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ଏବଂ ମନି ଲଣ୍ଡ୍ରିଂ କରିବା ଅଭିଯୋଗ ରହିଛି। ଭାରତ ସରକାର ତାଙ୍କୁ ସ୍ୱଦେଶ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ଅଭିଯାନ ବିଫଳ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: