Zero GST / କ୍ଷୀର-ପନିରଠୁ ଔଷଧ ପର୍ଯ୍ୟନ୍ତ...ଏହି ସବୁ ଜିନିଷ ଉପରେ ଆଉ ଲାଗିବନି ଟ୍ୟାକ୍ସ

Key Points
ମୋଦି ସରକାରଙ୍କ ପୂଜା ଭେଟି । କମିଲା GST ସ୍ଲାବ୍ । ଏହି ସବୁ ଜିନିଷ ଉପରେ ଆଉ ଲାଗିବନି ଟ୍ୟାକ୍ସ ।
ପୂଜା ପୂର୍ବରୁ ମୋଦି ସରକାରଙ୍କ ବଡ଼ ଭେଟି । ଜିଏସଟି ପରିଷଦର ୫୬ତମ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦୀପାବଳି ପୂର୍ବରୁ ଦେଶର ସାଧାରଣ ଲୋକ, ଛୋଟ ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଜିଏସଟି ସ୍ଲାବ ସଂଖ୍ୟା କେବଳ ଦୁଇଟିକୁ ହ୍ରାସ କରାଯାଇଛି । ଏବେ ଏହା ୫ ପ୍ରତିଶତ ଏବଂ ୧୮ ପ୍ରତିଶତରେ ସୀମିତ ରହିବ । ସେହିପରି ଏହି ବୈଠକରେ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ କରମୁକ୍ତ ମଧ୍ୟ କରାଯାଇଛି । ରୁଟି, ପନିର ଏବଂ କ୍ଷୀର ସମେତ ଅନେକ ଜିନିଷକୁ ଟିକସ ମୁକ୍ତ କରାଯାଇଛି ।
ବୁଧବାର GST କାଉନସିଲ୍ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟିରେ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ। ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ଔଷଧ ଏବଂ ଶିକ୍ଷା ସମ୍ବନ୍ଧୀୟ ସାମଗ୍ରୀକୁ କରମୁକ୍ତ କରାଯାଇଛି। ସେହିପରି ଏପରି ଅନେକ ଜିନିଷ ଅଛି ଯାହା ଉପରେ ଜିଏସଟି ହ୍ରାସ କରାଯାଇଛି। ଟ୍ରାକ୍ଟରର କିଛି ଅଂଶ ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବରୁ ଟ୍ରାକ୍ଟର ଉପରେ ୧୨ ପ୍ରତିଶତ ଟିକସ ଲାଗୁ ହେଉଥିଲା, କିନ୍ତୁ ଏବେ କେବଳ ୫ ପ୍ରତିଶତ ଲାଗୁ ହେବ।
ଏହି ଖାଦ୍ୟ ସାମଗ୍ରୀ ଉପରେ GST ଲାଗୁ ହେବ ନାହିଁ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ସ୍ଲାବରେ ପରିବର୍ତ୍ତନ ବିଷୟରେ ସୂଚନା ଦେବା ସମୟରେ ଏପରି ସାମଗ୍ରୀର ଏକ ତାଲିକା ସେୟାର କରିଛନ୍ତି ଯାହା ଉପରେ GST ଲାଗୁ ହେବ ନାହିଁ। ପୂର୍ବରୁ ଏଗୁଡ଼ିକ ଉପରେ ୫ ରୁ ୧୮ ପ୍ରତିଶତ GST ଲାଗୁ ହେଉଥିଲା, କିନ୍ତୁ ଏବେ ଏହି ଜିନିଷ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । ତେବେ ଏହି ସବୁ ଖାଦ୍ୟ ସାମଗ୍ରୀ ହେଉଛି...
ଖାଇବା ପାଇଁ ପ୍ରସ୍ତୁତ ରୁଟି
ଖାଇବା ପାଇଁ ପ୍ରସ୍ତୁତ ପରଟା
ବ୍ରେଡ୍
ପିଜା
ପନିର
UHT କ୍ଷୀର
ଛେନା
ଶିକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଉପରେ ମଧ୍ୟ କୌଣସି ଟିକସ ରହିବ ନାହିଁ
📱 Get Argus News App
✨ସେହିପରି ଶିକ୍ଷା ସମ୍ବନ୍ଧୀୟ ସାମଗ୍ରୀକୁ କରମୁକ୍ତ କରି ସରକାର ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପେନସିଲ୍, ଇରେଜର ଏବଂ କଟର ସମେତ ଅନେକ ଜିନିଷ ଉପରେ ପୂର୍ବରୁ ଟ୍ୟାକ୍ସ ଲାଗୁଥିଲା । କିନ୍ତୁ ଏବେ ଏହା GST ପରିସର ବାହାରେ ରହିଛି ।
ପେନସିଲ୍
ଇରେଜର
କଟର
ନୋଟବୁକ୍
ଗ୍ଲୋବ୍
ମାନଚିତ୍ର
ପ୍ରାକ୍ଟିସ୍ ବୁକ୍
ଗ୍ରାଫ୍ ବୁକ୍
ଔଷଧ ଏବଂ ସ୍ୱାସ୍ଥ୍ୟ ବୀମା ସମ୍ପର୍କରେ ବଡ଼ ପରିବର୍ତ୍ତନ
ଅନ୍ୟପକ୍ଷରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସରକାର ଅନେକ ଔଷଧକୁ ମଧ୍ୟ କରମୁକ୍ତ କରିଛନ୍ତି। GST ପରିଷଦ ବୈଠକରେ, ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରୁ GST ଉଚ୍ଛେଦ କରାଯାଇଛି । ପୂର୍ବରୁ ଏଗୁଡ଼ିକ ଉପରେ ୧୨% ଟିକସ ଲାଗୁ ହେଉଥିଲା ।
Related Topics
Explore more stories