Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / ଦିଲ୍ଲୀରେ ବୃଦ୍ଧି ପାଇବ ଓଡ଼ିଆଙ୍କ ଆଧିପତ୍ୟ; ଓଡ଼ିଶା ପର୍ବ ସାଜିବ ମହାମଞ୍ଚ

Rashmita Mishra
Browse all articles by Rashmita Mishra
·4 months ago·2 min read
ଦିଲ୍ଲୀରେ ବୃଦ୍ଧି ପାଇବ ଓଡ଼ିଆଙ୍କ ଆଧିପତ୍ୟ; ଓଡ଼ିଶା ପର୍ବ ସାଜିବ ମହାମଞ୍ଚ
Odisha Parba

Key Points

କାଲିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମରେ ଆରମ୍ଭ ହେବ ଓଡ଼ିଶା ପର୍ବ
ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବା ପାଇଁ ଉତ୍କୃଷ୍ଟ ମଞ୍ଚ
ଦିଲ୍ଲୀରେ ମିଳିବ ଓଡ଼ିଶାର ଛଅ ତିଅଣ ନଅ ଭଜା
ଓଡ଼ିଶୀ ନୃତ୍ୟ ସହ ସୁମଧୁର ଓଡ଼ିଆ ସଙ୍ଗୀତ ପରିବେଶଣ ହେବ

ଆସନ୍ତାକାଲିଠୁ ୩ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହେଉଛି ‘ଓଡ଼ିଶା ପର୍ବ -୨୦୨୬ । ଦିଲ୍ଲୀରେ ଝଲସିବ ଓଡିଶାର କଳା ସଂସ୍କୃତି ଓ ଐତିହ୍ୟ । ଏଥିସହ ଓଡିଶାର ପାରମ୍ପରିକ ଖାଦ୍ୟର ପସରା ଦେଖିବାକୁ ମିଳିବ । ଓଡ଼ିଶାର ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ ସହ ପଟ୍ଟଚିତ୍ରର ଭବ୍ୟତାର ପ୍ରଚାର ପ୍ରସାର କରିବ ଓଡିଶା ପର୍ବ । ଦିଲ୍ଲୀରେ ଝଲସିବ ଓଡ଼ିଶାର କଳା ଓ ସଂସ୍କୃତି । 

ଆସନ୍ତାକାଲିଠୁ ୩ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହେଉଛି ‘ଓଡ଼ିଶା ପର୍ବ -୨୦୨୬ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିଲ୍ଲୀରେ ଓଡ଼ିଆମାନଙ୍କ ପାଇଁ ଓଡିଶା ପର୍ବ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ଓଡିଶା ପର୍ବ ପାଇଁ ଦିଲ୍ଲୀରେ ବୃଦ୍ଧି ପାଉଛି ଓଡିଆଙ୍କ ଆଧିପତ୍ୟ। ଓଡ଼ିଆ କଳା ଏବଂ ସଂସ୍କୃତିର ପ୍ରଚାର, ସୁରକ୍ଷା ପାଇଁ ଆୟୋଜିତ ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ ପାଲଟିଛି ବୋଲି କହିଛନ୍ତି ସ୍ଥପତି ସୁଦର୍ଶନ ସାହୁ ।

ଚଳିତବର୍ଷ ଓଡିଶା ପର୍ବର ଏହି ସମାରୋହରେ ପ୍ରଦର୍ଶିତ ହେବ ଓଡ଼ିଶାର ପାରମ୍ପରିକ ଆରିସା ପିଠା,ପୋଡ଼ ମିଠା, ପାନ, ଦହିବରା, ଝାଲ ମୁଢି ପରି ଅନ୍ୟାନ୍ୟ ଖାଦ୍ୟପେୟ । ଏଥିପାଇଁ ଖାଦ୍ୟ ଷ୍ଟଲର ଥିମ୍ ରହିଛି ୯ତିଅଣ ଛଅ ଭଜା । ମୋଟ 45 ଟି ଖାଦ୍ୟ ଷ୍ଟଲ ରହିବ ସେହିପରି ହସ୍ତଶୀଳ୍ପ ପାଇଁ 25 ଟି, କୋରାପୁଟ କଫି ପାଇଁ ସ୍ୱତନ୍ତ୍ର ଭାବେ 4 ଟି ଷ୍ଟଲ ରହିବ । ଜ୍ଞାନ ମଣ୍ଡପମ ରେ ବିଭିନ୍ନ ଶୀର୍ଷକ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।

ଓଡ଼ିଶା ପର୍ବ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ୱତନ୍ତ୍ର ପରିଚୟକୁ ବିଶ୍ୱବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିଛି । ଓଡ଼ିଶାର କୋଣାର୍କ ମନ୍ଦିର କାରୁକାର୍ଯ୍ୟ ହେଉ କିମ୍ବା ପଟଚିତ୍ରର ଭବ୍ୟତାର ପ୍ରଚାର ପ୍ରସାର କରିବ ଓଡିଶା ପର୍ବ । ଶଙ୍ଖଧ୍ୱନି, ରଣପା, ସାହିଯାତ, ପାଇକ ନାଚ, ଆଦିବାସୀ ନାଚ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ। ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖଓ୍ବାତ ପ୍ରମୁଖ ବିଶେଷ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେବେ.

ଏଥିସହ ପଢ଼ନ୍ତୁ: ଆସନ୍ତାକାଲିଠୁ ଦିଲ୍ଲୀରେ ଓଡ଼ିଶା ପର୍ବ; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ସରିଲା ଭୂମି ପୂଜନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Parba | Odisha Parba to Begin Tomorrow at Jawaharlal Nehru Stadium | Argus News