Odisha Parba / ଦିଲ୍ଲୀରେ ଆରମ୍ଭ ହେଲା 'ଓଡ଼ିଶା ପର୍ବ ୨୦୨୬', ଦୁଇଟି ଥିମରେ ଆଲୋଚନା ଚକ୍ର ଅନୁଷ୍ଠିତ
·4 months ago·2 min read

Key Points
ଦିଲ୍ଲୀରେ ଆରମ୍ଭ ହେଲା 'ଓଡ଼ିଶା ପର୍ବ- ୨୦୨୬' || ପ୍ରଥମ ଦିନରେ ଓଡ଼ିଆ କଳା, ସଂସ୍କୃତି ଓ ପାରମ୍ପରିକ ନାଚ,ଗୀତର ମଜା ନେଲେ ପ୍ରବାସୀ ଓଡ଼ିଆ || ୧୫ ଯାଏଁ କମ୍ପିବ ଜବାହରାଲାଲ ନେହେରୁ ଷ୍ଟାଡିୟମ
ଦେଶ ରାଜଧାନୀ ଦିଲ୍ଲୀରେ ଦୁନ୍ଦୁଭି ନିନାଦ କରି ଫରଫର ହୋଇ ଉଡୁଛି ଓଡ଼ିଆ ଅସ୍ମିତା ଆଉ ସ୍ବାଭିମାନର ନେତ । ଓଡ଼ିଆ ଚାଲିଚଳଣି, ଆଚାର ବ୍ୟବହାର, ଖାଦ୍ୟ ପାନୀୟର ମହକରେ ମହକୁଛି ଦିଲ୍ଲୀ ଦରବାର । କାହିଁକି ନା ଆଜିଠାରୁ ଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡ଼ିଶା ପର୍ବ । ତିନିଦିନିଆ ଏହି କାର୍ଯ୍ୟକ୍ରମ, ବିଶେଷ କରି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ପର୍ବ ନୁହେଁ ବରଂ ଗର୍ବ ।
ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇଛି ୩ ଦିନିଆ ‘ଓଡ଼ିଶା ପର୍ବ -୨୦୨୬ । ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଅତିଥିମାନଙ୍କୁ ସ୍ବାଗତ କରି ମହାପ୍ରସାଦ ଖାଇବା ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଗଣଶିକ୍ଷା ସଚିବ ସଞ୍ଜୟ କୁମାର, ସାଂସଦ ସୁକାନ୍ତ ପାଣିଗ୍ରାହୀ, NBT ନିର୍ଦ୍ଦେଶକ ଲେଫ୍ଟେନାଣ୍ଟ କର୍ଣ୍ଣେଲ ୟୁବରାଜ ମଲ୍ଲିକ, CSIR NBRI ଲକ୍ଷ୍ନୌର ନିର୍ଦ୍ଦେଶକ Dr. Ajit Kumar Shasanyଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମହାପ୍ରସାଦ ଖାଇ ଆନନ୍ଦିତ ହୋଇଥିଲେ । ମହାପ୍ରସାଦ ଖାଇ ବିଭିନ୍ନ ଷ୍ଟଲ ବୁଲିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଦ୍ୱାରା ପଥର କାରିଗରୀର ପ୍ରଦର୍ଶନ ଦେଖିଥିଲେ ଶିକ୍ଷାମନ୍ତ୍ରୀ । NBT ଦ୍ୱାରା ପ୍ରଦର୍ଶିତ ହୋଇଥିବା ଓଡ଼ିଆ ପୁସ୍ତକ ମଧ୍ୟ ବୁଲି ଦେଖିଥିଲେ ।
ଓଡ଼ିଶା ପର୍ବର ପ୍ରଥମ ଦିନରେ ଦୁଇଟି ଥିମରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଧର୍ମ ଓଡ଼ିଶା । ଅସ୍ମିତାରୁ ଆତ୍ମ ନିର୍ଭର ଭାରତର ଥିମ୍ ନେଇ ଓଡ଼ିଶା ପର୍ବର ଜ୍ଞାନ ମଣ୍ଡପରେ ଓଡ଼ିଶାର ଏକ ବହୁବିଧ ଆଧ୍ୟାତ୍ମିକ ଦୃଶ୍ୟପଟ ଉପରେ ଆଧାରିତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଗୌରାଙ୍ଗ ମଠର ମହନ୍ତ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଧର୍ମ ଓଡ଼ିଶା ଅଧିବେଶନ ଅଧ୍ୟକ୍ଷ ଡକ୍ଟର ସନତ ସୁଜାତାନନ୍ଦ ଦାସ ମହାରାଜ, ମହିମା ଧର୍ମ ବିଶେଷଜ୍ଞ ଡକ୍ଟର ରଘୁନାଥ ମେହେର, ବୌଦ୍ଧ ଧର୍ମ ଗବେଷକ ଡକ୍ଟର ସୁନୀଲ ପଟ୍ଟନାୟକ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ମହେଶ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଦ୍ଵିତୀୟ ଅଧିବେଶନ ଥିଲା ସ୍ଵାଦ ଓଡ଼ିଶା । ଆମର ରୋଷେଇ ଐତିହ୍ୟର ବ୍ରାଣ୍ଡିଂ ଥିମକୁ ନେଇ ଅଧିବେଶନରେ ସ୍ଵାଦ ଓଡ଼ିଶା ଉପରେ ଆଲୋଚନା ଅନୁଷ୍ଠିତ ହୋଇଛି । ଯେଉଁଥିରେ ଓଡ଼ିଆ ଖାଦ୍ୟ, ମନ୍ଦିର ପରମ୍ପରା, ଆଦିବାସୀ ଖାଦ୍ୟ ଏବଂ ଉପକୂଳ ସ୍ୱାଦର ଏକ ସମୃଦ୍ଧ ମିଶ୍ରଣକୁ ନେଇ ଆଲୋଚନା ହୋଇଥିଲା । ପ୍ରତିଭା ଉତ୍ସବରେ ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିଛନ୍ତି ଅନେକ କଳାକାର ।
ଚଳିତବର୍ଷ ଓଡ଼ିଶା ପର୍ବରେ ମା' ସମଲେଶ୍ୱରୀ ମନ୍ଦିର, ଶିମିଳିପାଳର ପ୍ରାକୃତିକ ଦୃଶ୍ୟ, ଓଡ଼ିଶାର ଗ୍ରାମ୍ୟ ଜୀବନ, ବାଜି ରାଉତଙ୍କ କାହାଣୀ ପରି ଅନେକ କଥାକୁ ପ୍ରଦର୍ଶିତ କରାଯାଇଛି । ଆଗାମୀ ୧୫ ତାରିଖ ଯାଏଁ ଦିଲ୍ଲୀରେ ଚାଲିବ ଓଡ଼ିଶା ପର୍ବ ।
ପଢନ୍ତୁ ଏହି ଖବର: ଦିଲ୍ଲୀରେ ଝଲସିବ ଓଡ଼ିଶାର ଗୌରବ…ଜେଏଲଏନ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ‘ଓଡ଼ିଶା ପର୍ବ–୨୦୨୬’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories