Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ସ୍ୱାମୀଜୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାରେ ଏଯାଏଁ  ନ୍ୟାୟ ମିଳିପାରିନାହିଁ : ଜୟ ନାରାୟଣ ମିଶ୍ର

Manini Pattanayak
Browse all articles by Manini Pattanayak
·2 years ago·1 min read
 ସ୍ୱାମୀଜୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାରେ ଏଯାଏଁ  ନ୍ୟାୟ ମିଳିପାରିନାହିଁ : ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର:  ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ । 2007 ମସିହା ଡିସେମ୍ବର 25ରେ ହତ୍ୟା ଉଦ୍ୟମ କରାଯାଇଥିଲା । କଟକ ମେଡିକାଲରେ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ । ରାଜ୍ୟ ସରକାର ସୁରକ୍ଷା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ତା ପରବର୍ତ୍ତୀ ସମୟରେ 2008ରେ ସ୍ବାମୀଜୀ ଏବଂ ତାଙ୍କର 4 ଜଣ ସହଯୋଗୀଙ୍କୁ ମଧ୍ୟ ହତ୍ୟା କରାଗଲା । ହତ୍ୟା ପୂର୍ବରୁ ସିଆରପିଏଫ୍ ଏବଂ ଓଡ଼ିଶା ପୋଲିସ କର୍ମୀ ଛୁଟି ଦିଆଯାଇଥିଲା । ତଦନ୍ତ ପାଇଁ ଜଷ୍ଟିସ ମହାପାତ୍ର, ଜଷ୍ଟିସ ନାୟକ, ଜଷ୍ଟିସ ନାୟକ କମିଶନ ବସିଥିଲା । 2 ଜଣ କମିଶନ ରିପୋର୍ଟ ଦେଇ ସାରିଛନ୍ତି । କିନ୍ତୁ ଏବେ ଯାଏଁ ସେ ସବୁ ରିପୋର୍ଟ କାହିଁକି ସାର୍ବଜନୀନ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।

ଏହା ପଛରେ ବଡ ଷଡ଼ଯନ୍ତ୍ର ରହିଛି । ଅବିଳମ୍ବେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ଦାବି କରିଛି ଦଳ । ବିଧାନସଭା କିମ୍ବା ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ।  ଏବେ ହାଇକୋର୍ଟରେ ଦେବାଶିଷ ହୋତା ନାମକ ବ୍ୟକ୍ତି ଆବେଦନ କରିଥିଲେ । କାହିଁକି ସିବିଆଇ ତଦନ୍ତ କରାଯିବ ନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଦେଇଛନ୍ତି । ସିବିଆଇ ତଦନ୍ତ ନିହାତି ହେବାର ଆବଶ୍ୟକତା ଅଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମର୍ଥନ କଲା ବିଜେପି । କାହିଁକି ହତ୍ୟା କରାଗଲା, ହତ୍ୟା ପୂର୍ବରୁ କାହିଁକି ପୋଲିସ ଓ ସିଆରପିଏଫ ପ୍ରତ୍ୟାହାର କରାଗଲା ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Justice has not been served in Swamiji's murder case: Jai Narayan Mishra | Argus News