ଆସୁଛି ବର୍ଷା, ଥରାଇବ ଶୀତ

ଭୁବନେଶ୍ୱର: ଖସୁଛି ପାରଦ ଥରୁଛି ଉତ୍ତର ଆଭ୍ୟନ୍ତର ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଆସୁଛି ଶୁଷ୍କ ଓ ଥଣ୍ଡା ବାୟୁ ଯାହାର ପ୍ରଭାବରେ ରାତିରେ ପାରଦ ଖସୁଛି। ଝାରସୁଗୁଡ଼ାରେ 9.1 ଡିଗ୍ରୀ , ସୁନ୍ଦରଗଡ଼ ରେ 9.2 ଡିଗ୍ରୀ ରାଉରକେଲା ରେ 9.9 ଡିଗ୍ରୀ ଏବଂ କରେଇ ଠାରେ 6.7 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ ।
ଗୁରୁଚପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଗ ଶୁଖିଲା ରହିବ । 11 ତାରିଖ ରେ ଉତ୍ତର ଆଭ୍ୟାନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତି କିଛି ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବ। ଏହି ବର୍ଷା ର ପ୍ରଭାବ 12 ତାରିଖ ପର୍ଯ୍ୟନ୍ତ ରହିବ । 15 ତାରିଖ ବେଳକୁ ପଶ୍ଚିମ ଝଡ ପ୍ରଭାବ ରେ ଉତ୍ତର ଓଡ଼ିଶା ରେ ବର୍ଷା ସମ୍ଭାବନା ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର